ଜିଲ୍ଲାସ୍ତରୀୟ କିନ୍ନର ଜଲ୍ସା ମହୋତ୍ସବ

ପୁରୀ;୧୨/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଲୋକନାଥ ତୃତୀୟ ଲିଙ୍ଗ ସାମାଜିକ ସଂଗଠନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କିନ୍ନର ଜଲ୍ସା ଉତ୍ସବ ଆଜି ପୌରସଦନ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଦେବକି କିନ୍ନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦିକା ରିମ୍ଝିମ୍ କିନ୍ନର ବିବରଣୀ ପାଠ କରିଥିଲେ। ଉପଜିଲ୍ଲାପାଳ ମଧୁସୂଦନ ଦାସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇକହିଲେ ଯେ ଲିଙ୍ଗଗତ ବୌଶ୍ୟମତା ସତ୍ତ୍ୱେ ମଧ୍ୟ ମଣିଷ ଗୋଟିଏ ଜାତି। ମଣିଷ ଜନ୍ମ ଦୁର୍ଲଭ କିନ୍ନରମାନେ ମଧ୍ୟ ଆମ ଭିତର ଲୋକ। ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ଦାୟିତ୍ୱ ସମସ୍ତଙ୍କର। କିନ୍ନରମାନେ ନିଜର ସାମର୍ଥ୍ୟ ଓ ମେଧାବୀ ଉପଯୋଗ କଲେ ସେମାନେ ଲୋକଲୋଚନକୁ ଆସିପାରିବେ। ସ୍ୱାର୍ଥର କ୍ରିୟଦଂଶୁଙ୍କୁ…

"ଜିଲ୍ଲାସ୍ତରୀୟ କିନ୍ନର ଜଲ୍ସା ମହୋତ୍ସବ"

ବେଆଇନ ଭାବେ ବ୍ୟବହୃତ ୧୪ ରନ୍ଧନଗ୍ୟାସ ସିଲିଣ୍ଡର ଜବତ

ପୁରୀ;୧୨/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୌରାଞ୍ଚଳର ୯ଟି ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରି ଯୋଗାଣ ବିଭାଗ ୧୪ଗୋଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି। ଜବତ ହୋଇଥିବା ସିଲିଣ୍ଡର ଗୁଡିକ ଘରୋଇ ବ୍ୟବହାର ପାଇଁ ଉଦ୍ଧିଷ୍ଟ। ସମୁଦ୍ରକୂଳର ଅଧିକାଂଶ ହୋଟେଲରେ ବେଆଇନ ଭାବେ ୧୪କିଲୋଗ୍ରାମ ଓଜନ ବିଶିଷ୍ଟ ରନ୍ଧନ ଗ୍ୟାସ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ପୌରାଞ୍ଚଳ ଯୋଗାଣ ନିରୀକ୍ଷକ ଜାନକୀ ହାବଡା ସିଂ ଚକ୍ରତୀର୍ଥ ରୋଡରେ ଥିବା ୯ଟି ବ୍ୟବସାୟଙ୍କ ପ୍ରତିଷ୍ଠାନ ଯାଞ୍ଚ କରିଥିଲେ। ଯାଞ୍ଚସମୟରେ ସହକାରୀ ଯୋଗାଣ ଅଧିକାରୀ ତୁଷାରକାନ୍ତୀ ଦେଓ ସାମିଲ ହୋଇଥିଲେ। ଆଇନଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ଶ୍ରୀ ଦେଓ…

"ବେଆଇନ ଭାବେ ବ୍ୟବହୃତ ୧୪ ରନ୍ଧନଗ୍ୟାସ ସିଲିଣ୍ଡର ଜବତ"

ଜୀବନସାଥୀ ହେଲେ ଦୁଇ ଦିବ୍ୟାଙ୍ଗ

ପୁରୀ;୧୨/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀକ୍ଷେତ୍ରରେ ଗତକାଲି ଏକ ବିରଳ ବିବାହ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରର ଭାରତୀ ବିଶ୍ୱାଳଙ୍କୁ ବେଦିକ ରୀତିନୀତିରେ ପତ୍ନୀ ଭାବେ ଗ୍ରହଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର। ଭଦ୍ରକଜିଲ୍ଲା ଚାନ୍ଦବାଲି ଅଞ୍ଚଳର ପର୍ଣ୍ଣଚନ୍ଦ୍ର ଦାସ ଭାରତୀଙ୍କୁ ଗତକାଲି ପାରମ୍ପାରିକ ରୀତିନୀତିରେ ବିବାହ କରି ନିଜର ଜୀବନସାଥୀ ରୂପେ ଗ୍ରହଣ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପୂର୍ଣ୍ଣଚନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଜଣେ କର୍ମଚାରୀ। ଜନ୍ମରୁ ସେ ପୋଲିଓ ଆକ୍ରାନ୍ତ। ତାଙ୍କ ପତ୍ନୀ ଭାରତୀ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିଲେ। ସେ ପୁରୀରେ ଏକ ସିଲେଇ ତାଲିମ କେନ୍ଦ୍ର ଖୋଲି ନିଜର ଦକ୍ଷତାର ପରିଚୟ ଦେଇଛନ୍ତି। ଏହି ଦୁହିଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିଛନ୍ତି ଶାନ୍ତି…

"ଜୀବନସାଥୀ ହେଲେ ଦୁଇ ଦିବ୍ୟାଙ୍ଗ"

ଫାଇଲିନ ପ୍ରପିଡୀତ ପ୍ରତୀକ ଅନଶନ

ପୁରୀ;୧୧/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସରକାରଙ୍କ ପ୍ରତରଣା ପୂର୍ଣ୍ଣ ପ୍ରବଞ୍ଚନାଓ ପ୍ରଶାସକଙ୍କ ଚାଟୁଆରୀ ଦୂର୍ବିଚାର ବିରୁଦ୍ଧରେ ଆଗାମୀ ୧୮ ତାରିଖରୁ ଜେଲଭରୋ ଆନ୍ଦୋଳନକୁ ଓହ୍ଲାଇବାର ଡାକରା ନେଇଛି ପୁରୀ ଜିଲ୍ଲା ଫାଇଲିନ ପ୍ରପିଡୀତ କ୍ରିୟାନୁଷ୍ଠାନ କମିଟି। ତେବେ ସୋମବାର ଠାରୁ ଏଥିପାଇଁ ପ୍ରତୀକ ଅନଶନ ଆରମ୍ଭ କରିଛି କମିଟି ସଭାପତି ସୁରେନ୍ଦ୍ର ଜେନା ଓ ଆବାହକ କିଲାରୀ ବନ୍ଧୁ ପଲାଇଙ୍କ ନେତୃତ୍ୱରେ ସଦସ୍ୟମାନେ ଆରମ୍ଭ କରିଛନ୍ତି ଏହି ପ୍ରତୀକ ଅନଶନ। ଏନେଇ ପୂର୍ବରୁ କମିଟି ସଦସ୍ୟ ସହିତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇ ଫାଇଲିନ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପାଇଁ ନିଷ୍ପତି ହୋଇଥିଲା। ତେବେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ବାସହରାମାନଙ୍କୁ ଆଜି ମଧ୍ୟରେ…

"ଫାଇଲିନ ପ୍ରପିଡୀତ ପ୍ରତୀକ ଅନଶନ"

ନାନୋ ଚଳଚିତ୍ର ଉତ୍ସବ ଉଦ୍ୟାପିତ

ପୁରୀ;୧୧/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୌର ସଦନରେ ଆୟୋଜିତ ୩ ଦିନିଆ ଆନ୍ତର୍ଜାତିକ ନାନୋ ଚଳଚିତ୍ର ଉତ୍ସବ ଉଦ୍ୟାପିତ ହୋଇଯାଇଛି। ପ୍ରଥମ ଥର ପାଇଁ ପୁରୀରେ ଏଭଳି ଉତ୍ସବ ଆୟୋଜନ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଉଥିଲା। ୩ ଦିନ ମଧ୍ୟରେ ସମୁଦାୟଏହି ଉତ୍ସବରେ ୧୫୫ଟି ଶିଶୁ ଚଳଚିତ୍ର ପ୍ରଦର୍ଶିତ ହୋଇଥଲା। ୩ହଜାରରୁ ଅଧିକ ଛାତ୍ର ଛାତ୍ରୀ ଏହି ଚଳଚ୍ଚିତ୍ରକୁ ଦେଖିଥିଲେ। ବିଶେଷ ଭାବେ ଶିଶୁ ମାନଙ୍କୁ ସେମାନଙ୍କର ଅଧିକାର ସଂପର୍କରେ ସଚେତନ କରିବା ପାଇଁ ଏହି ଚଳଚିତ୍ର ଉତ୍ସବରେ ଆୟୋଜନ କରାଯାଇଥିବା ବେଳେ ଏହାକୁ ନେଇ ଛାତ୍ର ଛାତ୍ରୀମାନେ ନିଜର ଅଧିକାର ସଂପର୍କରେ ସଚେତନ ହେବା ସହ…

"ନାନୋ ଚଳଚିତ୍ର ଉତ୍ସବ ଉଦ୍ୟାପିତ"

ସିଂହଦ୍ୱାରରେ ଋଷିଆର ଶୈବ ଭକ୍ତ

ପୁରୀ;୧୦/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସିଂହଦ୍ୱାରରେ ଦେଖିବାକୁ ମିଳିଥିଲା ଜଣେ ବିଦେଶୀଙ୍କୁ। ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ପାଖରେ ଏକାକୀ ବସିଥାନ୍ତି ଏହି ବିଦେଶୀ ନାଗରିକ। ପାଖରେ ଥାଏ ଏକ ବ୍ୟାଗ। ବ୍ୟାଗ ଭିତରେ ଏକ ଛୋଟ କାଠ ବାକ୍ସ ଭିତରେ ଥିଲା ଆଣଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ଓ ମହାପ୍ରଭୁଙ୍କ ଚିତ୍ର। ଏଥିସହ ଦାନ ସଂଗ୍ରହ ପାଇଁ ଏକ ପ୍ଳାଷ୍ଟିକ ବାକ୍ସ ବି ରଖିଥିଲେ ବ୍ୟାଗ ଉପରେ। କିନ୍ତୁ କାହାକୁ କିଛି ନକହି ଗିନି ବଜାଇ ଠାକୁରଙ୍କ ନାମ ଜପରେ ମଜି ଯାଉଥିଲେ ଏହି ବିଦେଶୀ ଭକ୍ତ। ସୁଦୁର ଋଷିଆରୁ ଏହି ବିଦେଶୀ ହେଲେ ଆନ୍ଦେରୀ ଗ୍ଳୋ ଗୋଲୋଇ। ଗଣମାଧ୍ୟମଙ୍କ ଆଗରେ ସେ ମନକଥା ଖୋଲି ସେ ଜଣେ…

"ସିଂହଦ୍ୱାରରେ ଋଷିଆର ଶୈବ ଭକ୍ତ"

ରାସ୍ତାରୁ ହଟିବ ସାଇ ମନ୍ଦିର

ପୁରୀ;୧୦/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଟାଉନ ହଲ ଛକ ଠାରୁ ଜିଲ୍ଲାପାଳଙ୍କ ଅଫିସକୁ ଯିବା ରାସ୍ତାରେ ଥିବା ସାଇ ମନ୍ଦିର ହଟିବ। ଏଥିଲାଗି ପୌରସଂସ୍ଥା ନୋଟିସ ଜାରି କରିଛି। ୧୧ତାରିଖ ସୁଦ୍ଧା ଜବରଦଖଲ ସ୍ଥାନ ଖାଲି କରିବାକୁ ପୌର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଅବରୋଧ କରି କିମ୍ବା ସର୍ବସାଧାରଣ ରାସ୍ତାରେ କୌଣସି ମନ୍ଦିର ରହିପାରିବ ନାହିଁ। ସିଭିଲ ଅପିଲ୍ ନମ୍ବର ୮୫୧୯/୨୦୦୬ ଅନୁଯାୟୀ ୨୦୦୯ ଡିସେମ୍ବର ୨ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଭିତ୍ତି କରି ପୌରସଂସ୍ଥା ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ଯଦି ମନ୍ଦିର କର୍ତ୍ତୃପକ୍ଷ ଜବରଦଖଳ ନଚାହାନ୍ତି ତେବେ ପୌରସଂସ୍ଥା ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ଜାରି…

"ରାସ୍ତାରୁ ହଟିବ ସାଇ ମନ୍ଦିର"

ସୃଜନୀ ସାହିତ୍ୟ ସଂସଦର ଶୀତ ସାହିତ୍ୟ ଆଶର

ପୁରୀ;୧୦/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶରଧାବାଲି ସ୍ଥିତ ରାଣୀ ଶକ୍ତି ଭବନ ପରିସରରେ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଶୀତ ସାହିତ୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଉପନଗରପାଳିକା ଶାନ୍ତିଲତା ପ୍ରଧାନ, ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠାନକୁ ଉଦ୍ଘାଟନ କରିଥିଲେ। ସଂସଦର ସଭାପତି ଅନାମ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବରେ କବି ବିଜୟଲକ୍ଷ୍ମୀ ସାହୁ, ସିପନ୍ନା ପତ୍ରିକାର ସମ୍ପାଦକ ଉମାକାନ୍ତ ମହାପାତ୍ର, ମଞ୍ଚାସୀନ ଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ଅଦେତ ଚରଣ ଧଳ ଯୋଗଦେଇ କହିଲେ ଯେ ସମାଜ ଓ ମଣିଷ ଜୀବନ ସାହିତ୍ୟ ଦ୍ୱାରା ଉପକୃତ ହେଉଥିବା ଯୋଗୁ ସ୍ରଷ୍ଟା ସାହିତ୍ୟ ଉପରେ ଚିରକାଳ ଆସ୍ଥା ରଖିଥାଏ।…

"ସୃଜନୀ ସାହିତ୍ୟ ସଂସଦର ଶୀତ ସାହିତ୍ୟ ଆଶର"

ରୋଟାରୀ ସ୍ୱାସ୍ଥ୍ୟ ଶିବିର

ପୁରୀ;୧୦/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରୋଟାରୀ ଓ ଇନର୍ ହୁଇଲ କ୍ଳବ ଆନୁକୂଲ୍ୟରେ ସ୍ୱାଶ ଓ ବୋଙ୍କାଇଟିସ୍ ରୋଗ ଚିକିତ୍ସା ଶିବିର ଗୁରୁବାର ଦିନ ରୋଟାରୀ ସେଣ୍ଟର ରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୨୦ଜଣ ରୋଗୀଙ୍କ ରୀକ୍ଷା ନିରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଅତ୍ୟାଧୁନିକ ସ୍ମାଇରୋ ମିଟର ସାହାର୍ଯ୍ୟରେ ରୋଗୀମାନଙ୍କ ଶ୍ୱାସ ପରୀକ୍ଷା କରାଯାଇଥିଲା। ଡାକ୍ତର ସତ୍ୟରଞ୍ଜନ ପାଣିଗ୍ରାହୀ ଶିବିରାର୍ଥିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। କ୍ଳବର ସଭାପତି ଭକ୍ତଚରଣ ଦାସ, ସମ୍ପାଦକ ବଦ୍ରି ପାତ୍ର, ଇନର୍ ହୁଇଲ ସଭାପତି ଅନିତା ଦାସ, ସମ୍ପାଦିକା ସ୍ୱାଗତିକା ରାଉତରାୟ, ରୋଟାରୀୟାନ୍ସ ଶୁଭ୍ରାଂସୁ ମହାପାତ୍ର, ଦେବୀ…

"ରୋଟାରୀ ସ୍ୱାସ୍ଥ୍ୟ ଶିବିର"

ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ

ପୁରୀ;୧୦/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ପଠାଣୀ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୨ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାମନ୍ତ ଚନ୍ଦ୍ରଶେଖରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଉତ୍ସବରେ କଲେଜର ପୂର୍ବତନ ଉପାଧ୍ୟକ୍ଷ ଡଃ. ହରିହର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। କଲେଜର ଅଧ୍ୟକ୍ଷ ଡଃ. ତପନ କୁମାର କାନୁନ୍ଗୋ ଉତ୍ସବରେ ଅଧ୍ୟକ୍ଷତା କରି ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନି ଉପରେ ଆଲୋକପାତ କରିବା ସହ ସିଦ୍ଧାନ୍ତ ଦର୍ପଣ ଯୋଗୁ ଚିରଦିନ ସେ ଜନମାନସରେ ଅମର ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବରେ ଆବାହକ…

"ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ"