ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମୁମ୍ବାଇ ଡିଭିଜନର ମାତୁଙ୍ଗା ରେଳଷ୍ଟେସନ: ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ) ମହିଳା କର୍ମଚାରୀଙ୍କୁ ସଶକ୍ତୀକରଣ କରିବା ଦିଗରେ ଭାରତୀୟ ରେଳବାଇର ଉଦ୍ୟମ ଯୋଗୁ ସେଂଟ୍ରାଲ ରେଲୱେ ମୁମ୍ବାଇ ଡିଭିଜନର ମାତୁଙ୍ଗା ଷ୍ଟେସନ ଲିମକାବୁକ୍ ଅଫ୍ ରେକର୍ଡସ-୨୦୧୮ରେ ସ୍ଥାନିତ ହୋଇପାରିଛି। ମାତୁଙ୍ଗା ଷ୍ଟେସନ ଦେଶର ପ୍ରଥମ ରେଳଷ୍ଟେସନ ଯେଉଁଠାରେ କି ସମସ୍ତ କର୍ମଚାରୀ ମହିଳା। ଏଠାରେ ୪୧ ଜଣ ମହିଳା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୭ ଜଣ ବୁକିଂ କ୍ଲର୍କ, ୬ ଜଣ ଆରପିଏଫ୍ ଯବାନ୍, ୮ ଜଣ ଟିକେଟ ଚେକର୍, ୫ ଜଣ ପଏଂଟ ପର୍ସନ, ୨ ଜଣ ଘୋଷକ ଏବଂ ୨ ଜଣ ସଫେଇ କର୍ମଚାରୀ। ଏମାନେ ଷ୍ଟେସନ ମ୍ୟାନେଜର ଶ୍ରୀମତୀ ମମତା କୁଲକର୍ଣ୍ଣିଙ୍କ ତତ୍ୱ୍ୱାବଧାନରେ…

"ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମୁମ୍ବାଇ ଡିଭିଜନର ମାତୁଙ୍ଗା ରେଳଷ୍ଟେସନ: ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା"

ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ ଇଚ୍ଛାମୃତ୍ୟୁ – ପଢ଼ନ୍ତୁ ପୂରା ମାମଲା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ): ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ମାଗିଛନ୍ତି ଇଚ୍ଛାମୃତ୍ୟୁ। ମୁମ୍ବାଇର ଚରନୀ ରୋଡ ନିବାସୀ ଏକ ବୃଦ୍ଧ ଦମ୍ପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିକରି ଇଚ୍ଛାମୃତ୍ୟୁର ଗୁହାରୀ ଲଗାଇଛନ୍ତି। ୮୬ ବର୍ଷୀୟ ନାରାୟଣ ଲବାତେ ଯିଏ କି ୧୯୮୯ରେ ରାଜ୍ୟ ପରିବହନ ନିଗମରୁ ସେବାରୁ ଅବସର ନେଇସାରିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ଲେଖିଥିବା ନିଜର ପତ୍ରରେ କହିଛନ୍ତିଯେ, ଆମେ ସ୍ୱାମୀ-ସ୍ତ୍ରୀ ନିଃସନ୍ତାନ। କୌଣସି ଗମ୍ଭୀର ବେମାରୀରେ ଗ୍ରାସିତ ମଧ୍ୟ ନୁହେଁ। ତଥାପି ମଧ୍ୟ ଏବେ ଆମର ଜିଇଁବାର କୌଣସି ଅର୍ଥନାହିଁ। ନାରାୟଣ ଲବାତେ କହିଲେକି ଏହି କଥାର କୌଣସି ଗାରେଣ୍ଟି ନାହିଁ କି ଏବେ ଆମକୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା…

"ବୃଦ୍ଧ ଦମ୍ପତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମାଗିଲେ ଇଚ୍ଛାମୃତ୍ୟୁ – ପଢ଼ନ୍ତୁ ପୂରା ମାମଲା"

ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା

ନୂଆଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ଗୁରୁବାର ସକାଳେ ଆୟକର ବିଭାଗ ଏକ ଗୁଟଖା ବ୍ୟାପାରୀ ଠାବରେ ଛାପା ମାରିଛନ୍ତି। ଛାପାମାରିବା ବେଳେ ପ୍ରାୟତଃ ୬୧ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏହା ବ୍ୟତୀତ ଛାପାମାରିରେ ପ୍ରାୟତଃ ସାଢେ ଦସ କୋଟି ଟଙ୍କାର ନଗଦ ଟଙ୍କା ଏବଂ ଗହଣା ଧରାପଡ଼ିଛି। ଏହି ସମସ୍ତ ଟଙ୍କାର ସମ୍ବନ୍ଧ ଏକ ଗୁଟଖା ବ୍ୟାପାରୀ ଏବଂ ବିଲ୍ଡର ବୋଲି ଦଣା ପଡ଼ିଛି। ନୂଆଦିଲ୍ଲୀର ସାଉଥ ଏକ୍ସଟେନ୍ସନ ପ୍ରାଇବେଟ ଲକରରେ ୧୦.୫ କୋଟି ନଗଦ ଏବଂ ୯.୫ କୋଟିର ଗହଣା ମିଳିଛି। ଇନକମ ଟ୍ୟାକ୍ସ ବିଭାଗର ଛାପାମାରି ରେ ଏହି ନଗଦ ଏବଂ ଗହଣା ଧରାପଡ଼ିଛି। ପୂର୍ବରୁ ମଧ୍ୟ ଏହି…

"ଗୁଟଖା ବ୍ୟାପାରୀର ୬୧ କୋଟିର ସଂପତ୍ତି ଜବତ ଲକରରୁ ବାହାରିଲା ୧୦.୫ କୋଟି ଟଙ୍କାର ନଗଦ ଟଙ୍କା"

ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ

ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଅପ୍ରେଲ ୨୦୧୯ ସୁଦ୍ଧା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ନଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ଼୍ କୋଟ୍ ଠାରୁ ଆରମ୍ଭ କରି ୱାଇ ଫାଇ, ପାର୍କିଂ, ସୌର ଶକ୍ତି, ଏଲିଭେଟର ଓ ଏସ୍‌କାଲେଟର୍ ଆଦି ସମସ୍ତ…

"ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ"

ସିପିଆଇର ବାପୁଜୀ ନଗର ଶାଖା ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, ତା ୧୦ା୧ (ଓଡ଼ିଆ ପୁଅ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବାପୁଜୀନଗର ଶାଖା ସମ୍ମଳନୀ, ବାପୁଜୀନଗର ବସ୍ତିଠାରେ ସୁରେନ୍ଦ୍ର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଷ୍ଣୁପ୍ରିୟା ମହାପାତ୍ର ଏହି ଶାଖା ସମ୍ମିଳନୀର ପତାକା ଉତ୍ତୋଳନ କରିବା ପରେ କୈଳାସ ଚନ୍ଦ୍ର ପୁହାଣ ଲାଲ୍ ପତାକା ସଂଗୀତ ଗାନ କରିବା ସହ ଉପସ୍ଥିତ ସମସ୍ତ ସଦସ୍ୟ ଏହି ଲାଲ୍ ପତାକା ସଂଗୀତ ଗାନ କରି ଲାଲ୍ ପତାକାକୁ ସଲାମ୍ ଜଣାଇଥିଲେ। ସମ୍ମିଳନୀ କାର୍ଯ୍ୟକ୍ରମ ବାପୁଜୀନଗର ବସ୍ତିର ସିପିଆଇ ନେତା ଦାମୋଦର ମହାପାତ୍ରଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଶାଖା ସମ୍ପାଦକ ମଙ୍ଗଳା ସେଠୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପାର୍ଟିର ଭୁବନେଶ୍ୱର ମହାନଗର ସମ୍ପାଦକ ସୁର ଜେନା…

"ସିପିଆଇର ବାପୁଜୀ ନଗର ଶାଖା ସମ୍ମିଳନୀ ଅନୁଷ୍ଠିତ"

ବିଜେପୁର ଗୁଳିକାଣ୍ଡ ଘଟଣା ପ୍ରସଙ୍ଗରେ: ଶାସକ ବିଜେଡି ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବରଗଡ଼ ଏସ୍ପି : ବିଜେପି

– ତଥ୍ୟ ଓ ତଦନ୍ତ ଆଧାରରେ ନା ବିଜେଡ଼ି ତରଫରୁ ତୃତୀୟ ମହଲାରୁ ଦିଆଯାଇଥିବା ଷ୍କି୍ରପ୍ଟକୁ ପଢିଛନ୍ତି ଏସ୍ପି ? – ଜିଲ୍ଲା ଏସ୍ପି ଷଡ଼ଯନ୍ତ୍ର ଦିଗକୁ ଆଦୌ ତଦନ୍ତ ନକରିବା ପାଇଁ ଏହି ବୟାନ ମାଧ୍ୟମରେ ପ୍ରୟାସ କରୁଛନ୍ତି – ଜିଲ୍ଲାରେ ପୂର୍ବରୁ ଖୋଦ୍ ଏସ୍ପିଙ୍କ ଉପସ୍ଥିତିରେ ଜଣେ ବିଜେଡ଼ି ବିଧାୟକଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବିଜେଡ଼ି ତରପରୁ ମରଣାତ୍ମକ ଆକ୍ରମଣ ହୋଇଥିଲା ଭୁବନେଶ୍ୱର, ୧୦/୦୧(ଓଡ଼ିଆ ପୁଅ): ବରଗଡ଼ ଜିଲ୍ଲାର ପଡ଼ା ଗାଁରେ ବିଜେପି ଯୁବକର୍ମୀ ଶ୍ରୀ ମନୋରଞ୍ଜନ ମେହେରଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଓ ଜୀବନରେ ମାରି ଦେବାକୁ ଧମକ ପଛରେ ରାଜନୈତିକ ଉଦ୍ଦେଶ୍ୟ ନଥିବା ବରଗଡ଼ ଏସ୍ପିଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ…

"ବିଜେପୁର ଗୁଳିକାଣ୍ଡ ଘଟଣା ପ୍ରସଙ୍ଗରେ: ଶାସକ ବିଜେଡି ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବରଗଡ଼ ଏସ୍ପି : ବିଜେପି"

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ଅଗଣତାନ୍ତ୍ରିକ, ଆଇନ ବିରୋଧୀ ତଥା ସମ୍ବେଦନହୀନ: ବିଜେପି

– ଦେଶର ଶ୍ରମ ଆଇନ ଅନୁସାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦରମା ଆଇନ ସମ୍ମତ – ଅଧିକ କାମ ପାଇଁ ଅଧିକ ଅର୍ଥ ଦେବାକୁ ଠିକା ନେଇଥିବା ସଂସ୍ଥା ପ୍ରଦାନ କରିବା ପାଇଁ ଦାବି – ଠିକା କମ୍ପାନୀ ଉଚିତ ଅର୍ଥ ଦେଉ ନଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ପରିବର୍ତେ ରାଜ୍ୟ ସରକାର ଠିକା କମ୍ପାନୀର ସ୍ୱାର୍ଥରେ କାମ କରୁଛନ୍ତି – ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଠିକା କମ୍ପାନୀ ପ୍ରତି କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି? – ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ…

"୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତି ରାଜ୍ୟସରକାରଙ୍କ ଆଭିମୁଖ୍ୟ ଅଗଣତାନ୍ତ୍ରିକ, ଆଇନ ବିରୋଧୀ ତଥା ସମ୍ବେଦନହୀନ: ବିଜେପି"

ଆଜିଠୁ ଆରମ୍ଭ ହେଲା କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ: ବିଭିନ୍ନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କଲା ବିଜେପି କୃଷକମୋର୍ଚ୍ଚା

ଭୁବନେଶ୍ୱର, ତା ୧୦/୦୧ (ଓଡ଼ିଆ ପୁଅ): ରାଜ୍ୟ ସରକାର ଚାଷୀଙ୍କ ପ୍ରତି କୈାଣସି ଦରଦ କିମ୍ବା ଆନ୍ତରିକତା ନାହିଁ। କେବଳ ମିଛ ପ୍ରତିଶୃତି ଦେଇ ସମଗ୍ର ଚାଷୀକୁଳକୁ ବିଭ୍ରାନ୍ତ କରିବାରେ ଶାସକ ବିଜେଡି ସିଦ୍ଧହସ୍ତ। ପ୍ରାଥମିକ ସ୍ତରରେ ଚାଷୀକୁଳକୁ ଚାଷ ପାଇଁ ମୈାଳିକ ସୁବିଧା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ସରକାର ବର୍ତମାନ ଫସଲ ଅମଳ ପରେ ମଧ୍ୟ ଚାଷୀକୁ ସେମାନଙ୍କ ଉତ୍ପାଦିତ ଚାଷର ଉଚିତ୍ ମୂଲ୍ୟ ପ୍ରଦାନ, ଉତ୍ପାଦିତ ଅମଳ ବିକ୍ରି ପାଇଁ ଚାଷୀକୁ ଆବଶ୍ୟକୀୟ ଭିତିଭୁମି ଯୋଗାଇବା, ସଠିକ ସମୟରେ ଧାନମଣ୍ଡି ଖୋଲାନଯିବା, ଧାନମଣ୍ଡିମାନଙ୍କରେ ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି, ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଲରମାନଙ୍କ ଦୈାରାତ୍ମ ଏବଂ ସର୍ବଶେଷରେ ନିରୀହ ଚାଷୀମାନେ…

"ଆଜିଠୁ ଆରମ୍ଭ ହେଲା କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ: ବିଭିନ୍ନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କଲା ବିଜେପି କୃଷକମୋର୍ଚ୍ଚା"

ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ

– ପ୍ରଧାନମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି ଭୁବନେଶ୍ୱର, ତା.୧୦/୦୧ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ପୁରୀ ସହରରେ ଥିବା ଦୁଇଟି ପୁରୁଣା ଏବଂ ବିଖ୍ୟାତ ବଡ ଓଡିଆ ମଠ ଓ ଗଙ୍ଗା ମାତା ମଠର ପୁନରୁଦ୍ଧାର ପାଇଁ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଦେଶର ପ୍ରମୁଖ ପର୍ଯ୍ୟଟନ ଓ ସଂସ୍କୃତି ଭିତିକ ସହରର ସୈାନ୍ଦର୍ଯ୍ୟ ଏବଂ ବିକାଶ ପାଇଁ କେନ୍ଦ୍ର ସରକାର ଗତ ୨୦୧୫ ମସିହାରେ ହ୍ରିଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପୁରୀ ସମେତ ଦେଶର ପ୍ରମୁଖ ୧୨ଟି ପର୍ଯ୍ୟଟନୀ ସହରକୁ…

"ହ୍ରିଦୟ ଯୋଜନାରେ ପୁରୀ ସହରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୭୩ ଲକ୍ଷ ଟଙ୍କା ବ୍ୟୟବରାଦ"

ବିଜେପି ପରିତ୍ୟାଗ କରି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ

ଭୁବନେଶ୍ୱର ତା ୧୦.୧ (ଓଡ଼ିଆ ପୁଅ) – ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଚେୟାରମ୍ୟାନ ଶ୍ରୀଧର କରଡାଙ୍କ ନେତୃତ୍ୱରେ ୭ ଜଣ ସମିତିସଭ୍ୟ ଏବଂ ୮ ଜଣ ସରପଞ୍ଚ ବିଜେପି ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରି ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ କରଡା କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ…

"ବିଜେପି ପରିତ୍ୟାଗ କରି କଂଗ୍ରେସରେ ମିଶିଲେ ମୁନିଗୁଡା ବ୍ଲକ ଚେୟାରମ୍ୟାନଙ୍କ ସହ ୭ ସମିତି ସଭ୍ୟ ଓ ୮ ସରପଞ୍ଚ"