Home ଓଡ଼ିଶା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ପ୍ରଦାନରେ ଶ୍ରମ ବିଭାଗର ଉଦାସୀନତା ବିରୁଦ୍ଧରେ ଲେବର୍ କମିଶନର୍‌ଙ୍କ...

ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ପ୍ରଦାନରେ ଶ୍ରମ ବିଭାଗର ଉଦାସୀନତା ବିରୁଦ୍ଧରେ ଲେବର୍ କମିଶନର୍‌ଙ୍କ କାର୍ଯ୍ୟାଳୟ ଘେରାଉ

132

ଭୁବନେଶ୍ୱର, ୨୫.୦୮ (ଓଡ଼ିଆ ପୁଅ) : ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ସହାୟତା ରାଶି ପ୍ରଦାନରେ ଶ୍ରମବିଭାଗର ଟାଳଟୁଳ ନୀତି ପ୍ରତିବାଦରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି, ଓଡ଼ିଶା ତରଫରୁ ଭୁବନେଶ୍ୱରସ୍ଥ ଲେବର କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ନିର୍ମାଣ ଶ୍ରମିକ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଶୋଭାଯାତ୍ରାରେ ବାହାରି ଲେବର୍ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଲେବର କମିଶନର୍‌ଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନଙ୍କୁ ବିଭିନ୍ନ ସମୟରେ ଅବଗତ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ଅପର ପକ୍ଷରେ ସମସ୍ତ ବିଧିବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଶ୍ରମ କାର୍ଯ୍ୟାଳୟ ସର୍ବନିମ୍ନ ସହାୟତା ରାଶି ପ୍ରଦାନରେ ବିଫଳ ହୋଇଛି। ପ୍ରଥମ ପର୍ଯ୍ୟାୟର ଅର୍ଥାତ୍ ୨୦୨୦ ମସିହାରୁ ପ୍ରଦତ୍ତ କୋଭିଡ୍ ସହାୟତା ରାଶି ବହୁ ହିତାଧିକାରୀ ପାଇବାରୁ ବଞ୍ôଚତ ହୋଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୧ ମସିହାରେ ପ୍ରଦତ୍ତ କୋଭିଡ୍ ସହାୟତା ରାଶି ଶ୍ରମ ବିଭାଗର ତୃଟି ଯୋଗୁ ବହୁ ହିତାଧିକାରୀ ସହାୟତା ପାଇପାରି ନାହାନ୍ତି। ଅନୁରୂପ ଭାବେ ମୃତ୍ୟୁକାଳୀନ, ଶିକ୍ଷା, ବିବାହ, ପ୍ରସୂତୀକାଳୀନ ଏବଂ ପଞ୍ଜିକରଣ ଆବେଦନ ଫର୍ମ ବର୍ଷବର୍ଷ ଧରି ଶ୍ରମ କାର୍ଯ୍ୟାଳୟରେ ପଡ଼ିରହିଛି। ବୈଷୟିକ ଶିକ୍ଷା ସହାୟତା ରାଶି ବିଭିନ୍ନ ଆଳ ଦେଖାଇ ପ୍ରଦାନ କରାଯାଉନାହିଁ। ଶ୍ରମ କମିଶନରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଲେବର କାର୍ଡର ତୃଟି ସଂଶୋଧନ କରାଯାଉନାହିଁ। ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ଶ୍ରମ ଅଧିକାରୀ ଓ ଯୁଗ୍ମ ଶ୍ରମ ଅଧିକାରୀଙ୍କ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ହଜାର ହଜାର ନିର୍ମାଣ ଶ୍ରମିକ ସେମାନଙ୍କର ସର୍ବନିମ୍ନ ସହାୟତା ରାଶି ପାଇବାରୁ ବଞ୍ôଚତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ଦାବି, ଯଥା – ଆଇନ ଅନୁସାରେ ସହାୟତା ରାଶି ପ୍ରଦାନ, କୋଭିଡ୍ ସହାୟତା ରାଶି ତୁରନ୍ତ ପ୍ରଦାନ ପାଇଁ ଜିଲ୍ଲାସ୍ତରରେ ସହାୟତା କେନ୍ଦ୍ର ସ୍ଥାପନ, ବିଭିନ୍ନ ଜିଲ୍ଲାସ୍ତରୀୟ ଶ୍ରମ କାର୍ଯ୍ୟାଳୟରେ ଖାଲିଥିବା ସମସ୍ତ ପଦବୀ ପୂରଣ, ବାର୍ଷିକ ନବୀକରଣ ଦାଖଲ ସମୟରେ ୯୦ ଦିନର କାମ କରିବାର ସାର୍ଟିଫିକେଟ୍‌କୁ ବାଧ୍ୟତାମୂଳକ କରିବା, ପ୍ରସବଠାରୁ ୧ ବର୍ଷ ଭିତରେ ଆବେଦନ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ପ୍ରତ୍ୟାହାର, ଚିକିତ୍ସା ସହାୟତା ରାଶି ପ୍ରଦାନ, ତା ୩୦.୦୫.୨୦୧୯ରିଖ ପୂର୍ବରୁ ପଡ଼ି ରହିଥିବା ଘରୋଇ ବୈଷୟିକ ଶିକ୍ଷା ସହାୟତା ରାଶି ତୁରନ୍ତ ପ୍ରଦାନ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବିପତ୍ର ଶ୍ରମ କମିଶନରଙ୍କୁ ପ୍ରଦାନ କରାଯାଇ ଆଲୋଚନା କରାଯାଇଥିଲା। ଆଲୋଚନାରେ ଦାବିଗୁଡ଼ିକ ଉପରେ ବିଚାର କରିବା ସହିତ କେତୋଟି ନିର୍ଦ୍ଦିଷ୍ଟ ଦାବି ଉପରେ ନିର୍ଦ୍ଦେଶନାମା ଦେବାପାଇଁ ପ୍ରତିଶୃତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏହି ବିକ୍ଷୋଭରେ ରାଜ୍ୟ ଆବାହକ ବିଜୟ ଜେନା, ରାଜକିଶୋର ମଲ୍ଲିକ, ଯୁଧିଷ୍ଠିର ମହାରଣା, ମନୋରଞ୍ଜନ ମହାରଣା, ମହାବୀର ପ୍ରସାଦ ମିଶ୍ର, ବିପ୍ଳବ କେଶରୀ ମହାପାତ୍ର, ସୁର ଜେନା, ଜ୍ଞାନରଞ୍ଜନ ଦାସ, ସୋମନାଥ ଗିରି, ପ୍ରବୀଣ ଦାସ, ଜୀବନଜ୍ୟୋତି, ସତ୍ୟ ତ୍ରିପାଠୀ, ମଞ୍ଜ ୁଳା ମଞ୍ଜରୀ ମିଶ୍ର, ଶସ୍ମିତା ବସ୍ତିଆ, ବିରଞ୍ôଚ ବିଶ୍ୱାଳ, ବିକ୍ରମ ନାୟକ, ରବିନ୍ଦ୍ର ନାଥ ମହାନ୍ତି, ଶଙ୍କର ବେହେରା, ଶେଖ ଅମଜାଦ୍‌, ଦିଲ୍ଲୀପ ମହାନ୍ତି, ମୋହନ ମହାରଣା, ସୁଦର୍ଶନ ବାରିକ, ମାନସ ଦାସ, ମନୋରଞ୍ଜନ ସାହୁ, ବିଜ୍ଞାନ ବେହେରା, ଜୟକୃଷ୍ଣ ମହାପାତ୍ର, ଜ୍ୟୋତିନ୍ଦ୍ର ନାଥ ସଭାପତି, ଶୁକୁ ଖିନ୍‌ବୁଡ଼ି, ବିଜୟ ଜେନା, ଲୋକନାଥ ମହାରଣା, ଗୋହିଗୋବିନ୍ଦ ବେସ୍ରା, ହରିହର ମହାନ୍ତି ଓ ବହୁ ଶ୍ରମିକ ନେତା ବକ୍ତବ୍ୟ ପ୍ରଦାନ କରି ନିର୍ମାଣ ଶ୍ରମିକଙ୍କ ନ୍ୟାୟୋଚିତ ଦାବି ମାନିନେବାକୁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.