Home Top News କଡ଼ା ହେଲା ଟ୍ରାଫିକ୍‌ ନିୟମ : ଅମାନିଆ ହେଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

କଡ଼ା ହେଲା ଟ୍ରାଫିକ୍‌ ନିୟମ : ଅମାନିଆ ହେଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

68

ଭୁବନେଶ୍ୱର ୨୫-୮ (ଓଡ଼ିଆ ପୁଅ) : କଡ଼ା ହେଲା ଟ୍ରାଫିକ୍‌ ନିୟମ। ଅମାନିଆ କଥାନମାନିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ଏନେଇ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇ ସମସ୍ତ ଆଞ୍ଚଳିକ ପରିବହନ ଅଧତ୍କାରୀଙ୍କୁ ଜଣାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶକୁ ଲାଗୁ କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।

– ପ୍ରଥମ ଥର ପାଇଁ ମୋଟର ଯାନ ଆଇନ୍‌ ଉଲଂଘନ କଲେ ୩ ମାସ ଯାଏଁ ଅସ୍ଥାୟୀ ଭାବେ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ।
– ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ।
ତେବେ ନିମ୍ନଲିଖିତ କାରଣରୁ ଲାଇସେନ୍ସ ରଦ୍ଦ ହେବ
– ଅଧକ ବେଗରେ ଗାଡ଼ି ଚଳାଇଲେ।
– ଟ୍ରାଫିକ୍‌ ରେଡ୍‌ ଲାଇଟ୍ ଭାଙ୍ଗିଲେ।
– ଓଭରଲୋଡ୍ କରି ଗାଡ଼ି ଚଳାଇଲେ।
– ମଦ୍ୟପାନ କରି ଗାଡ଼ି ଚଳାଇଲେ।
– ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.