Home ଓଡ଼ିଶା କଂଗ୍ରେସ ପ୍ରତିଷ୍ଠା ଦିବସରେ ସେବାଦଳ ପକ୍ଷରୁ ଗଣବେଶରେ ସମାବେଶ ରାଜଧାନୀରେ ହେବ : କଂଗ୍ରେସ ସେବାଦଳ...

କଂଗ୍ରେସ ପ୍ରତିଷ୍ଠା ଦିବସରେ ସେବାଦଳ ପକ୍ଷରୁ ଗଣବେଶରେ ସମାବେଶ ରାଜଧାନୀରେ ହେବ : କଂଗ୍ରେସ ସେବାଦଳ ପ୍ରତିଜ୍ଞା ଉତ୍ସବ ପାଳିତ

53

ଭୁବନେଶ୍ୱର ୨୪.୮ (ଓଡ଼ିଆ ପୁଅ) – ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସ୍ତରରେ ଚଳିବର୍ଷ କଂଗ୍ରେସ ପ୍ରତିଷ୍ଠା ଦିବସରେ ୧୦ ହଜାର ସେବାଦଳ କର୍ମୀ ଗଣବେଶରେ ସମ୍ମିଳିତ ହେବେ ବୋଲି ରାଜ୍ୟ ସେବାଦଳ ସଂଗଠନର ପ୍ରତିଜ୍ଞା ଉତ୍ସବରେ ଘୋଷଣା।

ପ୍ରତିଜ୍ଞା ଉତ୍ସବକୁ ଭିଡିଓ ଯୋଗେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ କଂଗ୍ରେସ ସେବାଦଳ ସଂଗଠନର ଏକ ଗୌରବମୟ ଇତିହାସ ଓଡ଼ିଶାରେ ରହିଛି। ୧୯୩୨ ମସିହାରେ ଏହି ସଂଗଠନର ମୁଖ୍ୟ ଭାବେ ନବ ଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବ ଏହାର ଦାୟୀତ୍ୱରେ ଥିଲେ। ଆଚାର୍ଯ୍ୟ ହରିହରଙ୍କ ଠାରୁ ମା’ ରମାଦେବୀ, ସରଳାଦେବୀ ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ, ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ଏ ଅନୁଷ୍ଠାନକୁ ବିଭିନ୍ନ ସମୟରେ ମହିମା ମଣ୍ଡିତ କରିଛନ୍ତି। ଚଳିତ ବର୍ଷ ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠା ବର୍ଷ। ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳ ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶ ଓ ବାର୍ତ୍ତାକୁ ପ୍ରତ୍ୟେକ ଗ୍ରାମ ପଂଚାୟତ ସ୍ତରରେ ପଂହଚାଇବାକୁ କଂଗ୍ରେସ ସେବାଦଳ ଯେଉଁ ନିଷ୍ପତି ନେଇଛି, ମୁଁ ତାକୁ ସ୍ୱାଗତ କରୁଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କଂଗ୍ରେସ ସେବାଦଳକୁ ସଂପୂର୍ଣ୍ଣ ସହଯୋଗ କରିବ।

ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ପ୍ରାରମ୍ଭରେ ଶିକ୍ଷାବିତ ଡ. ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବାପରେ, ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ପୂର୍ବତନମନ୍ତ୍ରୀ ପଂଚାନନ କାନୁନଗୋ ସମସ୍ତ ସଦସ୍ୟଙ୍କୁ ପ୍ରତିଜ୍ଞା ପାଠ କରିବା ସହ ସେବାଦଳ ବ୍ୟାଚ ପ୍ରଦାନ କରିବାପରେ। ଉତରୀୟ ପ୍ରଦାନ କରି ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସୋସିଆଲ ମିଡିଆର ସୁଶାନ୍ତ ମହାରଣା, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସଚିବ ବୈଦ୍ୟନାଥ ସ୍ୱାଇଁ, ରାଜ କିଶୋର ନାୟକ, ରାଧାମୋହନ ସ୍ୱାଇଁ ଓ ବ୍ରଜ କିଶୋର ନାୟକ ଙ୍କୁ ସେବାଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟାପକ ନିରଦ ବରଣ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେମାତରମ ଓ ଶେଷରେ ରାଷ୍ଟ୍ରୀୟ ସଂଗୀତ ଗାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସେବାଦଳର ପୁରାତନ କର୍ମକର୍ତା ରାମପ୍ରସାଦ ଜୟସ୍ୱାଲ, ଜ୍ୟୋତିଷ କୁମାର ସାହୁ, ଶ୍ରୀମତୀ ମଞ୍ଜୁ ମହାନ୍ତି, ଅଶୋକ କୁମାର ସିଂହ, ଦିଲ୍ଳୀପ କୁମାର ପଣ୍ଡା, ମନୋଜ କୁମାର ସାହୁ, ଓକିଲ ରମେଶ ବରାଳ, ପ୍ରଦୀପ କୁମାର ଦାସ, ମହମ୍ମଦ ସାହାଦୁଲ୍ଲା, କୁଳମଣି ସାହୁ, ସୁବାସ ଚନ୍ଦ୍ର ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.