Home କେନ୍ଦ୍ରାପଡ଼ା ମନ୍ଦିର ଜାଗାରେ ସରକାରୀ ବାସଭବନ ନିର୍ମାଣକୁ ବିରୋଧ

ମନ୍ଦିର ଜାଗାରେ ସରକାରୀ ବାସଭବନ ନିର୍ମାଣକୁ ବିରୋଧ

41

କେନ୍ଦ୍ରାପଡ଼ା, ୨୪ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହର ୨୧ ନଂ. ୱାର୍ଡର କଜଳା ଗ୍ରାମରେ ଥିବାମନ୍ଦିର ଜମିରେ ସରକାରୀ ବାସ ଭବନ ନିର୍ମାଣକୁ ବିରୋଧ କରିଛନ୍ତି ଅନୁସୂଚିତ ଜନଜାତି ବର୍ଗର ଲୋକମାନେ। ଯୁବନେତା ମହେଶ ପାଢୀଙ୍କ ନେତୃତ୍ୱରେ ୫୦ରୁ ଅଧିକ ପୁରୁଷ ଓ ମହିଳା ଏହାକୁ ବିରୋଧ କରି ଧାରଣାରେ ବସିରହିଥିଲେ। ଏହି ଅଞ୍ଚଳରେ ସରକାରୀ ବାସଭବନ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡା ବିଡିଓ, ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କ ସମେତ ଅନ୍ୟ ଅଧିକାରୀମାନେ ମଙ୍ଗଳବାର ସେଠାରେ ପହଞ୍ଚିଥିଲେ। ଏହା ଜାଣିବା ପରେ ଅନୁସୂଚିତ ଜନଜାତି ସଂପ୍ରଦାୟର ଲୋକମାନେ ଯୁବନେତା ମହେଶ ପାଢୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଶ୍ରୀ ପାଢୀ ସେଠାରେ ପହଞ୍ଚି ସରକାରୀ ଅଧିକାରୀଙ୍କୁ ବିରୋଧ କରିବା ସହ ସେଠାରେ ଧାରଣା ଦେଇଥିଲେ। ସରକାରୀ ଅଧିକାରୀମାନେ କହିଥିଲେ ଯେ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଏଠାରେ ସରକାରୀ ବାସଭବନ ନିର୍ମାଣ ହେବ। ସେଥିପାଇଁ ଆମେ ଘଟଣା ସ୍ଥଳକୁ ପରିଦର୍ଶନରେ ଆସିଛୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.