Home Top News ଆଗ ବ୍ୟାରେଜ ପରେ ପ୍ରକଳ୍ପ- କଂଗ୍ରେସ

ଆଗ ବ୍ୟାରେଜ ପରେ ପ୍ରକଳ୍ପ- କଂଗ୍ରେସ

53

ଭୁବନେଶ୍ୱର ୨୪.୮ (ଓଡ଼ିଆ ପୁଅ) – ଆଜି କଂଗ୍ରେସ ପକ୍ଷରୁ ଖରସ୍ରୋତା ଆନ୍ଦୋଳନର ସମର୍ଥନରେ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପିସିସିର ତଥ୍ୟ ଅନୁଧ୍ୟାନକାରୀ କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋଙ୍କ ନେତୃତ୍ୱରେ କମିଟିର ଅନ୍ୟ ସଦସ୍ୟ ସର୍ବଶ୍ରୀ ଗଣେଶ୍ୱର ବେହରା, ଅଂଶୁମାନ ମହାନ୍ତି ଓ ଜ୍ଞାନଦେବ ବେଉରା ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସମସ୍ୟା ବାବଦରେ ଅବଗତ କରିଛନ୍ତି ଓ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟପାଳ ମହୋଦୟଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

କଂଗ୍ରେସ ତରଫରୁ ଦିଆଯାଇଥିବା ସ୍ମାରକ ପତ୍ରରେ ନିମ୍ନଲିଖିତ ୫ ଗୋଟି ଦାବି କରାଯାଇଛି।

କ) ରାଜ୍ୟ ସରକାର ତୁରନ୍ତ ଆନ୍ଦୋଳନକାରୀ ତଥା ଖରସ୍ରୋତା ବଂଚାଅ ସଂଗ୍ରାମ ସମିତିର ନେତୃମଣ୍ଡଳୀଙ୍କ ଆଲୋଚନାକୁ ଡାକନ୍ତୁ। ଖ) ଖରସ୍ରୋତାର ତଳ ମୁଣ୍ଡରେ ଗୋଟିଏ ବ୍ୟାରେଜ ନିର୍ମାଣ ନିମନ୍ତେ ସିଦ୍ଧାନ୍ତ ଘୋଷଣା କରନ୍ତୁ। ଗ) ଆଳି ଓ ରାଜକନିକା ପାନୀୟ ଜଳ ନିର୍ମାଣ ପ୍ରକଳ୍ପ ଯୁଦ୍ଧକାଳୀନ ଭିତିରେ ତ୍ୱରାନ୍ୱିତ କରନ୍ତୁ। ଘ) ଗିରଫ ହୋଇ ଜେଲ ଯନ୍ତ୍ରଣା ଭୋଗୁଥିବା ଅନେକ ନିରୀହ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଖଲାସ କରନ୍ତୁ। ଙ) ଆଲୋଚନାକ୍ରମେ ସିଦ୍ଧାନ୍ତ ହେବା ପର୍ଯ୍ୟନ୍ତ ଭଦ୍ରକ ପାଇଁ ଉଦ୍ଦିଷ୍ଟ ଭାରିଗଦା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖନ୍ତୁ।

ଉପରଲିଖିତ ଦାବି ଗୁଡ଼ିକ ପ୍ରତି ସରକାର ଉଦାସୀନ ରହିଲେ ଖରସ୍ରୋତା ଆନ୍ଦୋଳନକୁ ତୀବ୍ରତର କରାଯିବା ପାଇଁ ଚେତାବନି ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.