ଅଲ୍‌ଇଣ୍ଡିଆ ରେଡିଓର ପୂର୍ବତନ ନିର୍ଦ୍ଦେଶକ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର, ୨୧/୪/୨୦୧୮ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅଲ୍‌ଇଣ୍ଡିଆ ରେଡିଓ ତଥା ଡିଏଭିପିର ପୂର୍ବତନ ମହା-ନିର୍ଦ୍ଦେଶକ ଗିରିଧାରୀ ମହାନ୍ତି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବାରୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ସେ କେନ୍ଦ୍ର ସରକାରଙ୍କ ବହୁତ ବଡ଼ ବଡ଼ ପଦବୀରେ ଥିଲେ। ସେ ଆମ ଦଳ ପାଇଁ ସଂପଦ ହେବେ ଏବଂ ଏଥିଲାଗି ମୁଁ ବହୁତ ଖସି। ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ ରାଜନୀତିରେ…

"ଅଲ୍‌ଇଣ୍ଡିଆ ରେଡିଓର ପୂର୍ବତନ ନିର୍ଦ୍ଦେଶକ ବିଜେଡିରେ ଯୋଗଦେଲେ"

ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି: ବିଜେଡିର ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର, ୨୧/୪/୨୦୧୮ (ଓଡ଼ିଆ ପୁଅ): କେନ୍ଦ୍ର ସରକାରଙ୍କ ଏକାଧିକ ଅପରିଣାମଦର୍ଶୀ ନିଷ୍ପତ୍ତି ଓ ଦୂରଦୃଷ୍ଟିହୀନ ପଦକ୍ଷେପ ଦେଶକୁ ଆର୍ଥିକ ବିଶୃଙ୍ଖଳା ଓ ଅରାଜକତା ଆଡକୁ ଟାଣି ନେଉଛି। ଏବେ ଭାରତବର୍ଷରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୬ ମସିହାର ବିମୁଦ୍ରୀକରଣର ଦୁଃଖଦ ଅନୁଭୂତି ଓ ଉପଲବ୍ଧି ପୁଣି ଲୋକମାନେ ଭୋଗୁଛନ୍ତି। ସାରା ଦେଶରେ ଏଟିଏମ୍‌ ଖାଲି ପଡୁଛି ଓ ଝୁଲା ଯାଇଥିବା ‘ନୋ କ୍ୟାସ୍‌’ ନୋଟିସ୍‌, ଲୋକମାନଙ୍କ ପ୍ରତି ଉପହାସ ସଦୃଶ ହୋଇଛି। ନଗଦ ପାଇଁ ଲୋକମାନଙ୍କର ଧାଁ ଧପଡ଼ ଓ ନାହିଁନଥିବା ଦୁର୍ଦ୍ଦଶା ସବୁଠି ଦେଖିବାକୁ ମିଳୁଛି। ଦେଶ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ବ୍ୟାଙ୍କ ବ୍ୟବସ୍ଥା ଏବେ ଭୁଶୁଡ଼ିବାକୁ ବସିଲାଣି।…

"ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି: ବିଜେଡିର ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ"

ମୋଦୀ କ୍ୟାବିନେଟର ବଡ଼ ନିଷ୍ପତି : ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସହ ଦୁଷ୍କର୍ମ କଲେ ମିଳିବ ଫାଶୀ

ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) କେନ୍ଦ୍ର କ୍ୟାବିନେଟ ନାବାଳିକା ରେପ ମାମଲାରେ ମୃତ୍ୟୁ ଦଣ୍ଡ ପ୍ରାବଧାନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆବାସରେ ପ୍ରାୟତଃ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଏହି ମାମଲା ପାଇଁ ଫାଷ୍ଟ କୋର୍ଟରେ ନିଷ୍ପତି ନିଆଯିବାର ବ୍ୟବସ୍ଥାର ହୋଇପାରେ ବୋଲି କୁହାଯାଉଛି। କୁହାଯାଇପାରେଯେ, କି ଉତ୍ତର ପ୍ରଦେଶର ଉନ୍ନାୱ ଏବଂ ଜାମ୍ମୁ କାଶ୍ମୀରର କଠୁଆରେ ନାବାଳିକାମାନଙ୍କ ସହିତ ଦୁଷ୍କର୍ମ ଘଟଣାକୁ ନେଇକରି ସମଗ୍ର ଦେଶରେ ଅସନ୍ତୋଷ ଏବଂ କ୍ରୋଧର ମାହୌଲର ପୃଷ୍ଠଭୂମିରେ ସରକାର ‘ଶିଶୁଙ୍କୁ ଯୌନ ଅପରାଧ ସଂରକ୍ଷଣ…

"ମୋଦୀ କ୍ୟାବିନେଟର ବଡ଼ ନିଷ୍ପତି : ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସହ ଦୁଷ୍କର୍ମ କଲେ ମିଳିବ ଫାଶୀ"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ରାଜସ୍ୱ ଗ୍ରାମ ପଞ୍ଚାୟତ, ନୂଆପଡ଼ା ଜିଲ୍ଲାର କୋମନା ଗ୍ରାମ ପଞ୍ଚାୟତ, ଭଦ୍ରକ ଜିଲ୍ଲାର ଇରମ ଗ୍ରାମ ପଞ୍ଚାୟତ ଓ ରାୟଗଡା ଜିଲ୍ଲାର କୁଜେନ୍ଦ୍ର ଗ୍ରାମ ପଞ୍ଚାୟତ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

ଆସୁଛନ୍ତି ନିରଞ୍ଜନ: ଉତ୍ସାହୀ କଂଗ୍ରେସର ମହାପଟୁଆର ଯୋଜନା

ଭୁବନେଶ୍ୱର ୨୧- ୪ (ଓଡ଼ିଆ ପୁଅ)- ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନୂଆ ଦାୟିତ୍ତ୍ୱ ନେବା ପରେ ଓଡ଼ିଶା, ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ତଥା ପ୍ରାପ୍ତନ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ଗଣ ରୁଦ୍ର ରାଜୁ, ଶ୍ରୀଯୁକ୍ତ ଅନିଲ୍ କୁମାର ଚୌଧୁରୀ, ସେକ୍ ମସ୍ତାନ ଅଲ୍ଲୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳ ଏବଂ ନବ ଦାସ ଏବଂ ଅନ୍ୟ ଘୋଷିତ ପଦାଧିକାରୀଗଣଙ୍କୁ ଆଜି ଅପରାହ୍ନ ୫ ଘଟିକା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ…

"ଆସୁଛନ୍ତି ନିରଞ୍ଜନ: ଉତ୍ସାହୀ କଂଗ୍ରେସର ମହାପଟୁଆର ଯୋଜନା"

ରାଉଲକେଲା ଓ ଟାଙ୍ଗରପଲ୍ଲୀ ଠାରେ ଜୁଏଲ ଓରାମଙ୍କ ଦ୍ୱାରା ଏଲପିଜି ବିତରଣ

– ରାଉଲକେଲା ଓ ଟାଙ୍ଗରପଲ୍ଲୀ ଠାରେ ଜୁଏଲ ଓରାମଙ୍କ ଦ୍ୱାରା ଏଲପିଜି ବିତରଣ। – ରାଉଲକେଲା ରେଳ ଷ୍ଟେସନ ଠାରେ ନବନିର୍ମିତ ସ୍ୱଂୟଚାଳିତ ସିଡ଼ିର ଉଦ୍ଘାଟନ କଲେ ମନ୍ତ୍ରୀ ଶ୍ରୀ ଓରାମ। – କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଜନହିତକର ଯୋଜନାଗୁଡିକୁ ଗାଁ ଗାଁରେ ପହଂଚାଇବାକୁ ଜୁଏଲ ଓରାମଙ୍କ ପରାମର୍ଶ ରାଉଲକେଲା, ତା.୨୦.୪.୨୦୧୮ (ଓଡ଼ିଆ ପୁଅ) ଭାରତର ସରକାରଙ୍କ ଦ୍ୱାରା ୧୪ ଅପ୍ରେଲ ରୁ ୫ ମଇ ପର୍ଯ୍ୟନ୍ତ ଚାଲୁଥିବା ଗ୍ରାମ ସ୍ୱରାଜ୍ୟ ଅଭିଯାନ ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ଏବଂ ରାଉଲକେଲା ଶିଳ୍ପାଂଚଳ ସ୍ଥିତ ବି-୩୧ ଠାରେ ତୈଳ କମ୍ପାନୀମାନଙ୍କ ତରଫରୁ ଆୟୋଜିତ ‘ଉଜ୍ଜଳା ଦିବସ’ କାର୍ଯ୍ୟକ୍ରମରେ…

"ରାଉଲକେଲା ଓ ଟାଙ୍ଗରପଲ୍ଲୀ ଠାରେ ଜୁଏଲ ଓରାମଙ୍କ ଦ୍ୱାରା ଏଲପିଜି ବିତରଣ"

ଆଜି ପର୍ଯ୍ୟନ୍ତ ୬ଟି ମହାଭିଯୋଗ ପ୍ରସ୍ତାବ

ମୁଖ୍ୟ କଥା: ଏପର୍ଯ୍ୟନ୍ତ ସର୍ବମୋଟ ୬ ଜଣ ବିଚାରପତିଙ୍କୁ ହଟାଇବା ପାଇଁ ଚେଷ୍ଟା କରାଯାଇଛି, କିନ୍ତୁ କିଛି କାର୍ଯ୍ୟକାରୀ ହୋଇପାରିନାହିଁ କୌଣସି ମଧ୍ୟ ବିଚାରପତିଙ୍କୁ ମହାଭିଯୋଗ ଜରିଆରେ ହଟାଯାଇପାରିନାହିଁ ଅନେକ କ୍ଷେତ୍ରରେ ପ୍ରକ୍ରିୟା ପୂର୍ବରୁ ବିଚାରପତିମାନେ ଇସ୍ତଫା ଦେଇଛନ୍ତି ମହାଭିଯୋଗର ପ୍ରକ୍ରିୟା ଅଧିକ ଜଟିଳ ଏବଂ ଦୀର୍ଘ ସମୟ ଲାଗିଥାଏ, ବିସ୍ତୃତ ଜାଞ୍ଚ ହୋଇଥାଏ ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ମହାଭିଯୋଗର ପ୍ରକ୍ରିୟା ଜଟିଳ ଏବଂ ଲମ୍ବା ଅଟେ।। ଆଜି ପର୍ଯ୍ୟନ୍ତ କୌଣସି ବିଚାରପତିଙ୍କୁ ମହାଭିଯୋଗ ଜରିଆରେ ହଟାଯାଇପାରିନାହିଁ। ଅବଶ୍ୟ ଛଅ ଥର ପ୍ରସ୍ତାବ ଆସିଛି, କିନ୍ତୁ କିଛି ମାମଲାରେ ପ୍ରସ୍ତାବ କାର୍ଯ୍ୟକାରୀ ପୂର୍ବରୁ ବିଚାରପତିମାନେ ଇସ୍ତଫା ଦେଇଥିଲେ। ଆପଣଙ୍କୁ ସୂଚନାଦିଆଯାଇପାରେଯେ, କି ପ୍ରଧାନ…

"ଆଜି ପର୍ଯ୍ୟନ୍ତ ୬ଟି ମହାଭିଯୋଗ ପ୍ରସ୍ତାବ"

୨୧ ଅପ୍ରେଲ ଶନିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ବିଚାରରେ ଅସ୍ଥିରତା ଆପଣଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇପାରେ। ଆମଦାନୀ ରପ୍ତାନୀ ସହିତ ସଂଯୁକ୍ତ ବ୍ୟାପାରୀମାନଙ୍କୁ କାରବାରରେ ଲାଭ ଏବଂ ସଫଳତା ମିଳିବ। ଆପଣଙ୍କ ହଜିଯାଇଥିବା ବସ୍ତୁ ଫେରସ୍ତ ମିଳିବାର ସଂଭାବନା ଅଛି। ବୌଦ୍ଧିକ ତଥା ଲେଖନ କାର୍ଯ୍ୟ ପାଇଁ ଭଲ ଦିନ ଅଟେ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଉପଦେଶ। ବୃଷ (Taurus): ଠୋସ ନିର୍ଣ୍ଣୟ ନନେବାରୁ ହାତକୁ ଆସିଥିବା କାର୍ଯ୍ୟ ହାତରୁ ଖସିଯାଇପାରେ। ଲେଖକ, କାରୀଗର, କଲାକାମାନଙ୍କୁ ନିଜର କୌଶଳ ପ୍ରଦର୍ଶନର ଅବସର ମିଳିବ। ଆପଣଙ୍କ ବାକଚାତୁରୀରେ କାର୍ଯ୍ୟ ସଂପନ୍ନ ହେବ ଏବଂ ଦ୍ୱିତୀୟକୁ ମୋହିତ କରିବ। ଯାତ୍ରାରେ ଆର୍ଥିକ ଲାଭ ଏବଂ ବାହନ ସୁଖର ସଂଭାବନା ଅଛି। ବାଦ-ବିବାଦରୁ ଦୂରରେ…

"୨୧ ଅପ୍ରେଲ ଶନିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

ଆସିଫା ଦୁଷ୍କର୍ମ ଘଟଣା ପ୍ରତିବାଦରେ ବିଜେଡି ସଂଖ୍ୟାଲଘୁ ସେଲର କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆସିଫା ଦୁଷ୍କର୍ମ ଘଟଣାକୁ ନେଇ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ ପକ୍ଷରୁ ବ୍ରହ୍ମପୁରଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କ ଉପରେ ଅତ୍ୟାଚାର ବନ୍ଦ, ଆସିଫା ଘଟଣାରେ ଅଭିଯୁକ୍ତଙ୍କୁ ଫାଶୀ ଆଦି ଦାବିରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ଅଭିନେତା ମୁନା ଖାଁ ପ୍ରମୁଖ ଯୋଗ ଦେଇଥିଲେ।ଶୋଭାଯାତ୍ରାଟି ବ୍ରହ୍ମପୁରର ମୁଖ୍ୟ ବଜାର ପରିକ୍ରମା କରିଥିଲା। ସଂଖ୍ୟାଲଘୁ ସଂପ୍ରଦାୟ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏଥିରେ ଅଂଶ ଗ୍ରହଣ କରିଥିଲେ।

"ଆସିଫା ଦୁଷ୍କର୍ମ ଘଟଣା ପ୍ରତିବାଦରେ ବିଜେଡି ସଂଖ୍ୟାଲଘୁ ସେଲର କ୍ୟାଣ୍ଡେଲ ଶୋଭାଯାତ୍ରା"