Home ଓଡ଼ିଶା ପୁରୀ : କୋଭିଡ କଟକଣା ପାଳନ ସଂକ୍ରାନ୍ତରେ ବ୍ୟବସାୟୀମାନଙ୍କ ସହ ଆଲୋଚନା

ପୁରୀ : କୋଭିଡ କଟକଣା ପାଳନ ସଂକ୍ରାନ୍ତରେ ବ୍ୟବସାୟୀମାନଙ୍କ ସହ ଆଲୋଚନା

38

ପୁରୀ ୦୮-୦୧ (ଓଡ଼ିଆ ପୁଅ) କରୋନା ପ୍ରକୋପ ପ୍ରଶମିତ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ସମସ୍ତ ସପିଂ ମଲ୍, ବ୍ୟବସାୟ ପ୍ରତିଷ୍ଠାନ ତଥା ମାର୍କେଟ କମ୍ପ୍ଲେକ୍ସ, ରାସ୍ତାକଡ ବ୍ୟବସାୟୀ, ଦୋକାନ ବଜାର, ପରିବା ମାର୍କେଟରେ କିଣାବିକା ବେଳେ ଭିଡ ନିୟନ୍ତ୍ରଣ ଏବଂ ଗ୍ରାହକ ମାନଙ୍କ ମଧ୍ୟରେ କୋଭିଡ କଟକଣା ପାଳନ ପାଇଁ ସଂପୃକ୍ତ ମାଲିକ, ବ୍ୟବସାୟୀ ଓ ସଂଘ ସହ ପୌରସଂସ୍ଥା ସହ ଆଲୋଚନା କରାଯାଇଛି। ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବାସ୍ଥ୍ୟ କାର୍ଯ୍ୟାଳୟ କାଉନସିଲ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ରାସ୍ତାକଡରେ ଥିବା ଦୋକାନରେ ଏକା ଥରକେ ୫ରୁ ଅଧିକ ଗ୍ରାହକ ଯେପରି ଭିଡ ନକରନ୍ତି ଏବଂ ସପିଂ ମଲରେ ଅଧିକ ଗ୍ରାହକଙ୍କୁ ଏକସଙ୍ଗରେ ପ୍ରବେଶ ନକରିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ବଡଶଙ୍ଖସ୍ଥିତ ପରିବା ମାର୍କେଟରେ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ରକ୍ଷା ନିମନ୍ତେ ଚିହ୍ନ ଦିଆଯିବ। ପ୍ରତିଟି କ୍ଷେତ୍ରରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ବୃନ୍ଦାବନ ପତି, ସ୍ବତନ୍ତ୍ର ଦାୟିତ୍ବ ଅଧିକାରୀ ଶ୍ରୀ ସନ୍ତୋଷ ମହାନ୍ତି, ପରାମର୍ଶଦାତା ଶ୍ରୀ ଜ୍ୟୋତିପ୍ରକାଶ, ବିଭିନ୍ନ ମାଲିକ, ବ୍ୟବସାୟୀ ଏବଂ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.