Home ଅପରାଧ ପିପିଲିରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ପିପିଲିରୁ ୨୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

86

ପୁରୀ ୯-୧ (ଓଡ଼ିଆ ପୁଅ) ପିପିଲି ପୋଲିସ ଧଳାଜହର ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବେଳେ ପିପିଲି ଦେବୀ ଗଳିର ଜଗବନ୍ଧୁ ବୈଠାରୁକୁ ଗିରଫ କରିଛି ପିପିଲି ପୋଲିସ। ତାଠାରୁ ୨୫୫ ଗ୍ରାମର ବ୍ରାଉନସୁଗାର ସହ ନଗଦ ୫୦୦୦ ହଜାର ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅତିରିକ୍ତ ଏସ୍‌ପି ପୂର୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଆଜି ବିଶେଷ ସୁତ୍ରରୁ ଖବର ପାଇ ପିପିଲି SDPO ଦେବଦତ୍ତ ବରାଳଙ୍କ ନେତୃତ୍ୱରେ ପିପିଲି IIC ଅଭିମନ୍ୟୁ ନାୟକ ଚଢ଼ାଉ କରି ଅଭିଯୁକ୍ତ କୁ ଗିରଫ କରାଯାଇ ପିପିଲି ଥାନା କେସ ନଂ ୮/୨୦୨୨ ଦଫା ୨୧(c) NDPC ACT ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ବନ୍ଧରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ପିପିଲି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.