ନୀଳାଚଳ ଛୋଟ ଗାଡି ମାଲିକ ସଂଘର ଆରଟିଓ ଅଫିସ ଘେରଉ

ପୁରୀ,୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିନା ହାତଗୁଞ୍ଜାରେ ଆରଟିଓ ଅଫିସରେ କୌଣସି କାର୍ଯ୍ୟ ହେଉନାହିଁ। ଆରଟିଓ ଅଫିସରେ କର୍ମଚାରୀମାନେ ମଧ୍ୟ ଦଲାଲ କାର୍ଯ୍ୟ ସମାପନ କରୁଛନ୍ତି ବୋଲି ଅଭିଯୋଗ କରିଛି ନୀଳାଚଳ ଛୋଟ ଗାଡି ମାଲିକ ସଂଘ। ଏନେଇ ଗୁରୁବାର ମଧ୍ୟାହ୍ନରେ ସଂଘର ସଦସ୍ୟମାନେ ଆରଟିଓଙ୍କ କାର୍ଯ୍ୟାଳୟ ଘେରଉ କରିବା ସହ ପ୍ରତିବାଦ କରିଥିଲେ। ସଂଘର ସମ୍ପାଦକ ଦୀନବନ୍ଧୁ ପଣ୍ଡାଙ୍କ ନେତୃତ୍ୱରେ ଗାଡିର ମାଲିକମାନେ ଘେରଉରେ ସାମିଲ ହୋଇ ବିକ୍ଷୋଭ କରିଥିଲେ। ମାଲିକମାନେ ଅଭିଯୋଗ କରିଥିଲେ ଯେ ଗାଡି ରେଜିଷ୍ଟେସନ ଠାରୁ ଆରମ୍ଭ କରି ଫିଟ୍ନେସ ପର୍ଯ୍ୟନ୍ତ ସରକାରଙ୍କ ଦର ଧାର୍ଯ୍ୟ ଥିଲେ ମଧ୍ୟ ପୁରୀ ଆରଟିଓ ଅଫିସରେ କର୍ମଚାରୀ ସେମାନଙ୍କୁ ଦ୍ୱାରା ସ୍ଥିରୀକୃତ ଦର…

"ନୀଳାଚଳ ଛୋଟ ଗାଡି ମାଲିକ ସଂଘର ଆରଟିଓ ଅଫିସ ଘେରଉ"

ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ଚଢ଼ାଉ ପ୍ରତିବାଦରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ,୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡିଶା ବିଚାର ବିଭାଗୀୟ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ହାଇକୋର୍ଟର କାର୍ଯ୍ୟରତ ବିଚାରପତି ସି.ଆର ଦାସଙ୍କ ଘରେ ଏଭଳି ଚଢ଼ାଉର ତୀବ୍ର ପ୍ରତିବାଦ କରିଛି ବାର୍ ଆସୋସିଏସନ୍। ପ୍ରତିବାଦରେ ସମଗ୍ର ଓଡିଶାରେ ଗୁରୁବାର ଦିନ ଆଇନଜୀବୀମାନେ କୋର୍ଟ ବର୍ଜନ କରିବା ସହ ଆନ୍ଦୋଳନ କରିଛନ୍ତି। ପୁରୀରେ ମଧ୍ୟ ବାର୍ ଆସୋସିଏସନ୍ ପକ୍ଷରୁ ଏହି ଘଟଣାର ତୀବ୍ର ନିନ୍ଦା କରାଯିବା ସହ କୋର୍ଟ ବର୍ଜନ କରି ଆଇନଜୀବୀମାନେ ଆନ୍ଦୋଳନ କରିଥିଲେ। ଏନେଇ ସିବିଆଇ ନାମରେ କଟକ କ୍ୟାଣ୍ଟେଲମେଣ୍ଟ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତୀବ୍ର ନିନ୍ଦା କରିଛି ବାର୍ ଆସୋସିଏସନ୍। ପୁରୀରେ ବାର୍ ଆସୋସିଏସନ୍ର ସଭାପତି…

"ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ଚଢ଼ାଉ ପ୍ରତିବାଦରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ"

ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ଆରମ୍ଭ

ପୁରୀ,୨୧/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗୁରୁବାର ଠାରୁ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ଯାତ୍ରା। ଦୁର୍ଗାମାଧବ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ୮ଦିନ ପର୍ଯ୍ୟନ୍ତ ବିମଳା ଦେବୀଙ୍କ ମନ୍ଦିରକୁ ବିଜେ କରିଥିବା ବେଳେ ନବଦିନ ଠାରୁ ରଥାରୂଢ଼ ହୋଇ ଶୁକ୍ଲ ଦାମୀ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଗୁରୁବାର ସକାଳଧୂପ ପରେ ଦୁର୍ଗାମାଧବ ରଥାକୃତି ବିମାନରେ ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ଠାକୁରଙ୍କୁ କର୍ପୂର ଜଳଲାଗି, ଭୋଗ ଓ ବନ୍ଦାପନା କରାଯାଇଥିଲା। ଶ୍ରୀଜିଉଙ୍କର ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଉପାସନାରେ ଦେବୀ ଦୁର୍ଗାମାଧବଙ୍କର ଶକ୍ତି ଭାବରେ ଉପାସିତ…

"ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ଆରମ୍ଭ"

କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଦୁଆର ରାତି ୨ଟାରେ ଖୋଲାଯିବ – ଚଳିତବର୍ଷ ପଞ୍ଚୁକ ପାଞ୍ଚଦିନ ହେବ

ପୁରୀ,୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): କାର୍ତ୍ତିକ ମାସ ଅର୍ଥାତ୍ ଅକ୍ଟୋବର ୧ତାରିଖ ଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଅନୁଷ୍ଠିତ ହେବ। ଏହି ନୀତି ନଭେମ୍ବର ୪ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ସଂକ୍ରାନ୍ତରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ଓ ବାଳ ଭୋଗ ୧ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ତାରିଖ ଠାରୁ ମହାପ୍ରଭୁଙ୍କର ଠିଆଖିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ ନଭେମ୍ବର ୧ରେ ବାଙ୍କ ଚୂଡା ବେଶ, ୨ରେ ଆଡିକିଆ ବେଶ, ୩ରେ ଲକ୍ଷ୍ମୀନୃସିଂହ ବେଶ ଏବଂ ୪ତାରିଖ ଦିନ…

"କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଦୁଆର ରାତି ୨ଟାରେ ଖୋଲାଯିବ – ଚଳିତବର୍ଷ ପଞ୍ଚୁକ ପାଞ୍ଚଦିନ ହେବ"

ସମସ୍ତ ଶିଶୁ ଯେପରି ବିଦ୍ୟାଳୟକୁ ଯିବେ ସେ ଦିଗରେ ସଚେତନତା ଆବଶ୍ୟକ

ପୁରୀ,୨୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ମିଳିତ ସହଯୋଗରେ ଶିକ୍ଷା ଅଧିକାର ଆଇନ ୨୦୦୯ର କାର୍ଯ୍ୟକ୍ରମ ଉପରେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ହୋଟେଲ ବ୍ଲୁ ଲିଲି ପରିସରରେ ଆୟୋଜିତ ଏହି କର୍ମଶାଳାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ସଦସ୍ୟ ପ୍ରିୟଙ୍କ କାନୁନ୍ଗୋ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। କର୍ମଶାଳାରେ ଅଧ୍ୟକ୍ଷତା କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର କହିଲେ ଯେ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନଅନୁଯାୟୀ ୬ରୁ ୧୪ବର୍ଷ ବୟସର ସମସ୍ତ…

"ସମସ୍ତ ଶିଶୁ ଯେପରି ବିଦ୍ୟାଳୟକୁ ଯିବେ ସେ ଦିଗରେ ସଚେତନତା ଆବଶ୍ୟକ"

ବିଶିଷ୍ଟ ସମାଜସେବୀ ତଥା ସଙ୍ଗଠିକା ମଞ୍ଜରୀ ଆଉ ନାହାନ୍ତି

ପୁରୀ,୨୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିଶିଷ୍ଟ ସମାଜସେବୀ ହଠାତ୍ ସଙ୍ଗଠିକା ମଞ୍ଜରୀ ଚାଟାର୍ଜୀ ଗତକାଲି ରାତିରେ ତାଙ୍କର ବାସଭବନରେ ପରଲୋକ ହୋଇଯାଇଛି। ସ୍ୱର୍ଗତଃ ଚାଟାର୍ଜୀ ଜଣେ ସମାଜସେବୀ ଓ ସଙ୍ଗଠିକା ଭାବେ ପୁରୀ ଜିଲ୍ଲାରେ ସେ ବେଶ୍ ପରିଚିତା। ରାଜ୍ୟ ଶିଶୁ ଓ ସମାଜ କଲ୍ୟାଣ ବିଭାଗର ଶିଶୁ ବିକାଶ ଯୋଜନାର ସେ ସୁପରଭାଇଜର ଭାବେ ଡେଲାଙ୍ଗରେ କାର୍ଯ୍ୟ କରି ଚାକିରୀରୁ ଅବସର ନେଇଥିଲେ। ତାଙ୍କ ମର ଶରୀରକୁ ଏକ ପଟୁଆରରେ ବାସଭବନରୁ ଅଣାଯାଇ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସତ୍କାର କରାଯାଇଥିଲା। ତାଙ୍କ ବିୟୋଗରେ ବ୍ରହ୍ମଗିରି, ପୁରୀ ଓ ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଶ୍ରେଷ୍ଠ ଅଙ୍ଗନବାଡି ୱାର୍କର ଭାବେ ରାଜ୍ୟ ସରକାରଙ୍କ…

"ବିଶିଷ୍ଟ ସମାଜସେବୀ ତଥା ସଙ୍ଗଠିକା ମଞ୍ଜରୀ ଆଉ ନାହାନ୍ତି"

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ମନା : ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ,୨୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଛତିଶା ନିଯୋଗର ଏକ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ଭିତରେ ସେଲ୍ଫି ଉଠାଇବା ଓ ଶ୍ରୀମନ୍ଦିର ଫଟୋକୁ ଭାଇରାଲ୍ କରିବା ବୈଠକରେ ଚର୍ଚ୍ଚା ହୋଇଥିଲା। ଶ୍ରୀମନ୍ଦିର ସେବାୟତମାନେ ମନ୍ଦିର ଭିତରକୁ ସ୍ମାର୍ଟଫୋନ ନନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତମାନେ ଏଣିକି କେବଳ ସାଧାରଣ ଫୋନ ଓ ଜଗନ୍ନାଥଙ୍କର ଲୋଗଯୁକ୍ତ ମୋବାଇଲ ନେବା ପାଇଁ ସ୍ଥିର କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ମୋବାଇଲ କମ୍ପାନୀ ସହ ଆଲୋଚନା କରିବା ପରେ ଶ୍ରୀମନ୍ଦିର ସେବାୟତ ଓ ଅଧିକାରୀମାନଙ୍କୁ ସିୟୁଜି ଫୋନ ଦେବା ଲାଗି ବ୍ୟବସ୍ଥା…

"ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ମନା : ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି"

ବିଦ୍ୟାଳୟ ପରିସରରେ ମହାପୁରୁଷଙ୍କୁ ମୂର୍ତ୍ତି ଉନ୍ମୋଚନ

ପୁରୀ,୨୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ବୁଧବାର ପର୍ବାହ୍ନରେ ଅତିରିକ୍ତ ଜିଳ୍ଲାପାଳ ବିଭୂତି ଭୂଷଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପ୍ରତିମୂର୍ତ୍ତିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଉସôବରେ ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକ, ଉତ୍କଳ ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ରାଧାକାନ୍ତ ଦାସ, ପୌର ସଦସ୍ୟ ରଘୁନାଥ ମହାପାତ୍ର, ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରୀମାନେ ବରପୁତ୍ରମାନଙ୍କର ନୀତି ଓ ଆଦର୍ଶରେ…

"ବିଦ୍ୟାଳୟ ପରିସରରେ ମହାପୁରୁଷଙ୍କୁ ମୂର୍ତ୍ତି ଉନ୍ମୋଚନ"

ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ,୧୯/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାମନ୍ତ ଚନ୍ଦ୍ରଶେଖର କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ସୃଷ୍ଟି ହୋଇଥିବା ଅଶାନ୍ତ ବାତାବରଣ ପାଇଁ ପୁଲିସ ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ଅଭିଯୋଗ କରିଛନ୍ତି। ଆଜି ମଧ୍ୟାହ୍ନରେ ମଙ୍ଗଳା ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନେତା ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ଦାସ, ନିରଞ୍ଜନ ନାୟକ, ଅଭିନାଶ ମିଶ୍ର, ସୌମ୍ୟ ରଞ୍ଜନ ଲେଙ୍କା, ବିଶ୍ୱଜିତ୍ ମହାନ୍ତି ପ୍ରମୁଖ ସୂଚନା ଦେଇ କହିଲେ ଯେ ଶାସକ ଦଳର ପ୍ରରୋଚନାରେ ପୁଲିସ ହିଁ କଲେଜରେ ଅଶାନ୍ତ ବାତାବରଣ ପାଇଁ ଦାୟୀ। କଲେଜକୁ ବୋମାମାଡ ଘଟଣାରେ ପୁଲିସ ଦୁଇଜଣ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିବା ନିନ୍ଦନୀୟ।…

"ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ"

ବିଜେପି ଯୁବମୋର୍ଚ୍ଚାର ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁରୀ,୧୯/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ହରତାଳ ନାଁରେ ଗୁଣ୍ଡାରାଜ ମାଧ୍ୟମରେ ଜନତାଙ୍କୁ ହଇରାଣ କରୁଥିବା ବିଜୁ ଜନତା ଦଳର କାର୍ଯ୍ୟରେ ଘୋର ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି। ଏହାର ପ୍ରତିବାଦରେ ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ଶୋଭାଯାତ୍ରା ଟାଉନହଲ ଛକରୁ ବାହାରୁ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ରଞ୍ଜିତ ଦାସ, ବିଜେପି ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଭବାନୀ ପ୍ରସାଦ ଦାସ ମହାପାତ୍ର ଏବଂ ନଗର ଯୁବ ମୋର୍ଚ୍ଚା ସଭାପତି ବିଭୂ ପ୍ରସାଦ ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେପି ଓ ଯୁବ ମୋର୍ଚ୍ଚା କର୍ମୀ ଶୋଭାଯାତ୍ରାରେ ଏସ୍ପି କାର୍ଯ୍ୟାଳୟକୁ ଯାଇଥିଲେ। ବିଜେଡି ସରକୋରଙ୍କ ହିନ…

"ବିଜେପି ଯୁବମୋର୍ଚ୍ଚାର ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ"