Home ଓଡ଼ିଶା ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା : ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ

ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା : ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ

49

ପୁରୀ, ୧୨।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା।ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ୱାରା ୧୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଲୋକନାଥ ରୋଡ଼ ଜଙ୍ଗଲ ନିକଟରୁ ୫ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି।ଏଥିସହ ୪୦୦୦ ଟଙ୍କା, ୪ଟି ମୋବାଇଲ, ଦୁଇଟି ବାଇକ ଜବତ କରାଯାଇଛି। ବ୍ରାଉନସୁଗାର କାରବାରର ମୁଖ୍ୟ କିଙ୍ଗପିନ ହେଉଛି ଖୋର୍ଦ୍ଧା ଦଳେଇ ପୁଟର ପ୍ରଦୀପ କୁମାର ବେହେରା। ପ୍ରଦୀପ ନିଜ ସହଯୋଗୀ କାଳନ୍ଦୀ ବେହେରା, ନିତ୍ୟାନନ୍ଦ ବିଶ୍ୱାଳ ସମେତ ପୁରୀର ରାଜେଶ ପ୍ରଧାନ ଓ ପ୍ରଶାନ୍ତ ବେହେରା ସହ ମିଶି ଏହି ବ୍ରାଉନସୁଗାର କାରବାର କରୁଥିଲେ।ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ଏସପି କେ.ଵିଶାଲ ସିଂଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରୀ ରହିବ ବୋଲି ସିଟି ଡ଼ିଏସପି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.