Home ଓଡ଼ିଶା ଆରମ୍ଭ ହେଲା ରଥ ଖୋଲା କାର୍ଯ୍ୟ

ଆରମ୍ଭ ହେଲା ରଥ ଖୋଲା କାର୍ଯ୍ୟ

69

ପୁରୀ ୨୪-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆରମ୍ଭ ହେଲା ରଥ ଖୋଲା କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋଲାଯାଉଛି ରଥ। ବିଶ୍ଵକର୍ମା ମହାରଣାଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାପରେ ତାଳଧ୍ଵଜ ଓ ପରେ ନନ୍ଦିଘୋଷ ରଥର ଖୋଲିବା କାର୍ଯ୍ୟ କରାଯିବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସରିବା ପରେ ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ବ୍ୟାରିକେଡ଼ ମଧ୍ୟରେ ରଖାଯାଇଥିବା ତିନି ରଥ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ଭୋଇ ସର୍ଦ୍ଧାରଙ୍କ ନେତୃତ୍ବରେ ୧୦ ଜଣ ଭୋଇ ସେବକ ରଥ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତିନି ରଥ ସମ୍ପୂର୍ଣ ଭାଙ୍ଗିବା ପାଇଁ ୭ ରୁ ୮ ଦିନ ସମୟ ଲାଗିଥାଏ। ରଥ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ସମସ୍ତ କାଠ ଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ। ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.