Home ଜିଲ୍ଲା ପରିକ୍ରମା ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଧାର

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଧାର

43

ପୁରୀ, ୧୮।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ତାଳଦା ପଞ୍ଚାୟତ ନୂଆପାଟଣା ଗ୍ରାମର ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବିଜୟ ପରିଡା ଗତ ୪ ଦିନ ହେବ ନିଖୋଜ ଥିଲେ। ତେବେ ଆଜି ଏଡବାଂଶର ଗ୍ରାମ ଏକ ମଦ ଦୋକାନ ନିକଟ ନଦୀପଠାରେ ତାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ବିଜୟଙ୍କ ନିଖୋଜ ନେଇ ପରିବାର ଲୋକେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଗ୍ରାମର କିଛି ଲୋକ ନଦୀ ପଠାକୁ ସଉଚ ଜିବା ବାଟରେ ଏକ ବ୍ୟକ୍ତିଙ୍କ ଶବ ଭାସୁଥିବାର ଦେଖିଥିଲେ। ତେବେ ଏନେଇ ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ଅସ୍ତରଙ୍ଗ ପୁଲିସ ପହଂଚି ଶବକୁ ଜବତ୍ କରିବା ସହିତ ଅଧିକ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.