Home ଓଡ଼ିଶା ଶ୍ରୀବିଗ୍ରହଙ୍କ ସୁବର୍ଣ୍ଣ ତିଳକ ଓ ରାହୁ ରେଖା ବଦଳାଇବା ପାଇଁ ପ୍ରସ୍ତାବ

ଶ୍ରୀବିଗ୍ରହଙ୍କ ସୁବର୍ଣ୍ଣ ତିଳକ ଓ ରାହୁ ରେଖା ବଦଳାଇବା ପାଇଁ ପ୍ରସ୍ତାବ

40

ପୁରୀ ୨୨-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀବିଗ୍ରହଙ୍କ ସୁବର୍ଣ୍ଣ ତିଳକ ଓ ରାହୁ ରେଖା ବଦଳାଯିବ। ଏହି ଆଭୂଷଣକୁ ନୂତନ କରି ନିର୍ମାଣ କରିବାକୁ ଶନିବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ମାଧବ ପୂଜାପଣ୍ଡା, ମାଧବ ମହାପାତ୍ର, ଅନନ୍ତ ତିଆଡି, ଦୁର୍ଗାପ୍ରସାଦ ଦାସ ମହାପାତ୍ର ପ୍ରମୁଖ ସେବାୟତ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ସେବାୟତ ସଦସ୍ୟଙ୍କ ଏହି ପ୍ରସ୍ତାବକୁ ପରିଚାଳନା କମିଟି ଗ୍ରହଣ କରିନେଇଛି। ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଓ ରାହୁରେଖାକୁ ନୂତନ କରି ନିର୍ମାଣ କରିବାକୁ ପାଖାପାଖି ୫ କିଲୋ ସୁନା ଆବଶ୍ୟକ। ଏହି ସୁବର୍ଣ୍ଣ ଆଭୂଷଣକୁ ଦାତାଙ୍କ ଦାନ ସୁନାରେ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ଅଗ୍ରାଧିକାର ଦେଉଛି। କମିଟିର ଏହି ନିଷ୍ପତ୍ତି ସମ୍ପର୍କରେ ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ୩ଟି ସୁବର୍ଣ୍ଣ ତିଳକ ଏବଂ ଶ୍ରୀମୁଖ ସୁରକ୍ଷା ପାଇଁ ୩ଟି ସୁବର୍ଣ ରାହୁରେଖା ଲାଗି ହେଉଛି। ସମୟ ପ୍ରବାହରେ ଏହି ସବୁ ସୁବର୍ଣ୍ଣ ଆଭୂଷଣ ଅବକ୍ଷୟ ହେବାରେ ଲାଗିଛି। ତେଣୁ ଏହି ଆଭୂଷଣକୁ ନୂତନ କରି ନିର୍ମାଣ କରିବାକୁ ସେବାୟତ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁବର୍ଣ୍ଣ ଚିତାରେ ବ୍ରହ୍ମଜ୍ୟୋତି ହୀରା, ବଡ଼ଠାକୁରଙ୍କ ସୁବର୍ଣ୍ଣ ଚିତାରେ ନିଳା ମା ସୁଭଦ୍ରାଙ୍କ ଚିତାରେ ମାଣିକ୍ୟ ରତ୍ନପଥର ଶୋଭା ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.