Home ଓଡ଼ିଶା ଦଶହରା ଉତ୍ସବ ରେ ମା ଭୈରବୀ ଙ୍କ ନିକଟକୁ ମୁର୍ଗୀ ମାତାଙ୍କ ଲାଠି ଯାତ୍ରା

ଦଶହରା ଉତ୍ସବ ରେ ମା ଭୈରବୀ ଙ୍କ ନିକଟକୁ ମୁର୍ଗୀ ମାତାଙ୍କ ଲାଠି ଯାତ୍ରା

103

ମାଲକାନଗିରି,୧୬ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡନିୟମ ପାଳନ ସହ   ମା ଦୁର୍ଗାଙ୍କ ଦଶହରା ପୂଜା ଶେଷ ହୋଇ ଯାଇଛି । ଗତ ଚାରିଦିନ ଧରିଉତ୍ସବ ମୁଖର ହୋଇଉଠିଥିଲା ସମଗ୍ର ମାଲକାନଗିରି ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ସବୁଠି ଆନନ୍ଦର ପରିବେଶ ଦେଖା ଦେଇଥିଲେ ମଧ୍ୟ କରୋନା କଟକାଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ମିନାବଜାର କି ଦୋକାନ ବଜାଜ ବସିନଥିଲା । ମାଲକାନଗିରି ଜିଲ୍ଲାରେ ଦଶହରା ପୂଜାରେ ଆକର୍ଷିତ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳା ସଜିତ କରା ଯାଇଥିଲା । ଏହି ଦଶହରା ଉତ୍ସବରେ ମାଓଲି ମା ନିକଟରେ ଥିବା ତୃତୀୟ ଲିଙ୍ଗ ମାନଙ୍କ ଆରଧ୍ୟାଦେବୀ ମୁର୍ଗୀ ମାତା ଙ୍କ ପିଠରୁ ସହରପ୍ରବେଶ ଦ୍ୱାରରେ ଥିବା ମା ଭୈରବୀଙ୍କ ମନ୍ଦିରକୁ ଲାଠି ସୋଭାଯାତ୍ରା ରେ ତୃତୀୟ ଲିଙ୍ଗ (ହିଜଂଡା)ମାନେ ନେଇ ଯାଇଥିଲେ । ପରମ୍ପାରା ଅନୁସାରେ ତୃତୀୟ ଲିଙ୍ଗ ହିଜଂଡା ଙ୍କ ମା ମୁର୍ଗୀ ମାତା ଙ୍କ ଲାଠି ପହଁଚିଲାପ ରେ ବିଭିନ୍ନ ଅଚଂଳରୁ ଆସି ଥିବା ଲାଠି ସବୁ ଦେବିଙ୍କ ପିଠରୁ ପ୍ରତ୍ୟାବର୍ତନ କରନ୍ତି । ପାଗ ଅନୁକୁଳ ଥିବାରୁ ପ୍ରତିଦିନ ପୁଜାମଣ୍ଡପ ନିକଟରେ କୋଭିଡ ନିୟମ ପାଳନ କରି ସ୍ୱଳ୍ପସଂଖ୍ୟାରେ ଭକ୍ତମାନେ ଦୀବ ଦର୍ଶନ କରିଥିଲେ । ମାଲକାନଗିରି ଜିଲ୍ଲାସ୍ଥ ସିନ୍ଦ୍ରୀମାଳ ପଚାଂୟତ ଚମ୍ପାଖାରୀ ଆଦିବାସୀ ଗ୍ରାମରେ ମା କନକ ଦୁର୍ଗାଙ୍କ ପିଠରେ ଲାଠିପୁଜା ଓ କାଳସୀ ନାଟ ମାଧ୍ୟମରେ ଦଶହରା ପବ ର୍ ପାଳିତ ହୋଇଯାଇଛି । ମା କନକ ଦୁର୍ଗାଙ୍କ ଦଶହରା ପୁଜା ରେ ବିଭିନ୍ନ ଗ୍ରାମର ଦେବାଦେବୀଙ୍କ ପିଠରୁ ଲାଠି ଅଣାଯାଇ ପୁଜା କରାଯାଇଥିଲା, ମା ଙ୍କ ପିଠରେ କାଳସୀ ଦିଶାରୀ ମାନେ ଝୁଣାପଣା ପାଇ କାଳସୀ ନୃତ୍ୟକରିଥିଲେ । ମାଲକାନଗିରି ଦୁର୍ଗାଗୁଡିସାହିରେ ମା ଦୁର୍ଗାଙ୍କ ମନ୍ଦିର ଓ ଅନ୍ୟନ ପିଠରେ ଦଶହରାରେରେ କୁସ୍ମାଣ୍ଡ(ପାଣିକଖାରୁ) ବଳି ପକା ଯାଇଥିଲା । ଚାରିଦିନ ଧରି ପୂଜାରେ ପଣ୍ଡିତ ମାନଙ୍କ ଦ୍ୱାରା ହୋମଯଜ୍ଞ ହୋଇ ମାଙ୍କୁ ସନ୍ତୁଷ୍ଟକାରା ଯାଇଥିଲା । ଠିକ ସେହିପରି ଦଣ୍ଡକାରଣ୍ୟ ମଇଦାନ ନିକଟରେ ଥିବା ୬୦ ବର୍ଷର ବହୁପୁରାତନ ସାବ ର୍ଜନିନ ଦୁର୍ଗାପୁଜା କମିଟି ପକ୍ଷରୁ କରା ଯାଉଥିବା ଦୁର୍ଗା ମଣ୍ଡପରେ ଦଶମୀ ପୂଜା ସାଙ୍ଗକୁ ବଙ୍ଗିୟପରମ୍ପରା ରେ ପୂଜା ହେବାସହିତ ଝୁଣାଜଳା ଓ ମହିଳା ମାନଙ୍କ ଦ୍ୱାରା ସିନ୍ଦୁର ବୋଳାପ୍ରତି ଯୋଗୀତା ହୋଇଥିଲା । ସୁବାଷବୋଷ ଟାଉନକ୍ଲବ , ସହ କାଲିମେଳା, ପଡିଆ, ମୋଟୁ,ଏମଭି୭୯, ଏମଭି୭୨,ଏମଭି୧୯,ଏମଭି୧୭,ଏଭି୭,ପଦ୍ମଗିରି, ବାଲିମେଳା,ଚିତ୍ରକୋଣ୍ଡା, କୋରକୁଣ୍ଡା,ଖଇରପୁଟ, ଗୁମ୍ମା, ମାଥିଲି, ଗୋବିନ୍ଦପାଲି, ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କ ଦଶହରା ପବ ର୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.