Home Top News ଆଇଏଏସ୍‌ ସ୍ତରରେ ଅଦଳ ବଦଳ – ପ୍ରଦୀପ୍ତ ମହାପାତ୍ର ହେଲେ OFDC ଅଧ୍ୟକ୍ଷ, ପରାଗ ଗୁପ୍ତା...

ଆଇଏଏସ୍‌ ସ୍ତରରେ ଅଦଳ ବଦଳ – ପ୍ରଦୀପ୍ତ ମହାପାତ୍ର ହେଲେ OFDC ଅଧ୍ୟକ୍ଷ, ପରାଗ ଗୁପ୍ତା ବିଜୟ ଆରୋରା ସ୍ଥାନାନ୍ତରିତ

84

ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ) : ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ ହୋଇଛି। ଓଡିଶା ସରକାର ଶନିବାର ଦିନ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଓଡିଶା ଜଙ୍ଗଲ ବିକାଶ ନିଗମ (OFDC) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛନ୍ତି।

ବର୍ତ୍ତମାନ ମହାପାତ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ସେପ୍ଟେମ୍ବର ୧୪ ରୁ ଛୁଟିରେ ଥିଲେ ଏବଂ ଆଜି ଡ୍ୟୁଟିରେ ଯୋଗ ଦେଇଥିଲେ।

ଅପର ପକ୍ଷରେ, ୧୯୮୮ ବ୍ୟାଚ୍ IAS ପରାଗ ଗୁପ୍ତା, ପବ୍ଲିକ୍ ଏଣ୍ଟରପ୍ରାଇଜ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।

ଏଥିସହ ସରକାର ୧୯୯୧-ବ୍ୟାଚ୍ ଆଇଏଏସ୍, ବିଜୟ ଆରୋରାଙ୍କୁ ସାଧାରଣ ପ୍ରଶାସନ ତଥା ଜନ ଅଭିଯୋଗ ବିଭାଗର OSD ଭାବରେ ନିଯୁକ୍ତ କରିଛନ୍ତି। ଆରୋରା ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.