Home ଜିଲ୍ଲା ପରିକ୍ରମା ଦୁର୍ଗାବାହିନୀ ଓ ମାତୃଶକ୍ତିର ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ

ଦୁର୍ଗାବାହିନୀ ଓ ମାତୃଶକ୍ତିର ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ

26

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ମହିଳା ସଂଗଠନ ଦୁର୍ଗାବାହିନୀ, ମାତୃଶକ୍ତି ସ୍ଥାପନା ଦିବସ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ ବାଇପାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଆଜି ସକାଳେ ମା’ ଦୁର୍ଗାଙ୍କର ମଙ୍ଗଳ ଆରତୀ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ଛୋଟ ଛୋଟ ବାଳିକା ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନାତନ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ମା’ ଦୁର୍ଗାଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପୂଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦୁର୍ଗାବାହିନୀର ଅଖିଳ ଭାରତୀୟ ସଂଯୋଜିକା ପ୍ରଜ୍ଞା ମହଲା ଯୋଗ ଦେଇ ନାରୀ ଅବଳା ନୁହେଁ ସବଳା, ସର୍ବଶକ୍ତି ସମନ୍ୱିତା, ସମାଜର ଉତ୍‌ଥାନରେ ନାରୀର ସର୍ବଦା ଅଗ୍ରଗଣ୍ୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ନାରୀ ଶିକ୍ଷିତ ହେବା ସହ ସଂସ୍କାରସମ୍ପନ୍ନ ଓ ଆତ୍ମରକ୍ଷା କୌଶଳରେ ପରିପୂର୍ଣ୍ଣ ହେବା ଆବଶ୍ୟକ । ଯଦ୍ୱାରା ଭାରତ ପୁନଃ ବୈଭବସମ୍ପନ୍ନ ରାଷ୍ଟ୍ର ହୋଇପାରିବ ବୋଲି କହିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମାତୃଶକ୍ତି ସଂଯୋଜିକା ଝରଣା ଜେନା, ଦୁର୍ଗାବାହିନୀର ରାଜ୍ୟ ସହ ସଂଯୋଜିକା ସିପ୍ରା ରାଉତ, ଜିଲ୍ଲା ମାତୃଶକ୍ତି ସଂଯୋଜିକା ସରୋଜିନୀ ଦାସ ଓ ଦୁର୍ଗାବାହିନୀର ଜିଲ୍ଲା ସଂଯୋଜିକା ଶୁଭଶ୍ରୀ ରାଉତ ଓ ବିଶେଷ ଅତିଥି ରୂପେ ଶିକ୍ଷାବିତ୍ ଶକୁନ୍ତଳା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ନୃତ୍ୟାଙ୍ଗନା ପୁଷ୍ପିତା ମହାନ୍ତି ପରିଚାଳନା କରିଥିଲା ବେଳେ ଭଦ୍ରକ ଜିଲ୍ଲା ଦୁର୍ଗାବାହିନୀ, ମାତୃଶକ୍ତିର ୨୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସହ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତୀୟ ଓ ଜିଲ୍ଲାର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ ପରିବେଷଣ କରିଥିବା ସମସ୍ତ ବାଳିକା ମାନଙ୍କୁ ପୁରସ୍କୃତ କରିବା ସହିତ ଭାରତମାତାଙ୍କର ଆରତୀ ପରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଶେଷରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ କୁମାର ସିହ୍ନା କାର୍ଯ୍ୟକ୍ରମର ସଫଳତା ପାଇଁ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତି, ଜିଲ୍ଲା ସଂଯୋଜକ ବିପିନ ପଣ୍ଡା, ସମ୍ପାଦକ କାହ୍ନୁ ଚରଣ ସିଂ, ନଗର ସଭାପତି ପୁନିଲ ସାମନ୍ତ ଓ ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.