ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହା ଏକ ଗଣ ପର୍ବ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ନୂଆଖାଇ ପର୍ବର ପୂର୍ବ ଓ ପର ଦିନର ଯେଉଁ ଲୋକ ବିଶ୍ୱାସ,ବ୍ୟବସ୍ଥା ଏବଂ ଲୋକ ପ୍ରଥା ପ୍ରଚଳିତ ହୋଇ ଆସୁଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ପଶ୍ଚିମ ଓଡିଶା ବାସୀଙ୍କର ମୂଖ୍ୟ ଜୀବିକା ହେଉଛି କୃଷି । କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇ…

"ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ"

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ହାଟଡ଼ିହି, ୧୮/୯ (ଓଡ଼ିଆ ପୁଅ) : ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ହାଟଡିହି ଦମକଳ କେନ୍ଦ୍ର, ଛେନାପଦି ଛକସ୍ଥିତ ବିଭିନ୍ନ ଗ୍ୟାରେଜ, ବିଦ୍ୟାଧରପୁର, ସଢ଼ା ଲକ୍ଷ୍ମୀନାରାୟଣ ରାଇସ ମିଲ, ମା ମାଧୋଇ ରାଇସ ମିଲ, ଟେଲିଫୋନ ଏକ୍ସଚେଞ୍ଜ, ବଞ୍ଚୋଛକ, ଛେନାପଦିଛକ ସ୍ଥିତ ମା ତାରିଣୀ ଶିଳ୍ପ ତାଲିମ କେନ୍ଦ୍ର, ଗ୍ରାମ୍ୟ ଜଳଯୋଗାଣ ଅଫିସ ପ୍ରଭୃତି ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ମୁର୍ତ୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ଦୋକାନ ଓ ଗ୍ୟାରେଜ ମାନଙ୍କରେ ବିଶ୍ୱକର୍ମା ପୂଜା କରାଯାଇଛି। ବଞ୍ଚୋଛକରେ ଅନୁଷ୍ଠିତ ପୂଜାରେ ମାର୍କଣ୍ଡ ଚରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ…

"ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା"

ପଶ୍ଚିମ ଓଡିଶାର ଗଣପର୍ବ ନୁଆଖାଇ ପିଠାପଣାର ମହକରେ ବାସୁଛି ଗାଁ ଦାଣ୍ଡ, ସବୁଠି ଉତ୍ସବ ମୁଖର

ବୌଦ୍ଧ, ୧୬ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଘରେ ଘରେ ପାଳିତ ହୋଇଯାଇଛି। ନୂଆଖାଇ ପାଇଁ ସାରା ଜିଲା ଚଳଚଞ୍ଚଳ ଥିବା ବେଳେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ଅନୁଶାରେ ୮.୪୦ ଟାରେ ନବାନ୍ନ ଲାଗି କରାଯାଇଥିଲା। ଏହି ପର୍ବ ପାଳନ ନେଇ ଘରେ ଘରେ ନୁଆ ଚାଉଳର ପିଠାପଣାର ମହକରେ ଗାଁ ଦାଣ୍ଡ ମହମହ ବାସୁଛି। ସମସ୍ତ ଗା୍ରମ ଗୁଡିକରେ ପ୍ରଥମେ ଗ୍ରାମ ମୁଖିଆଙ୍କ ଦ୍ୱାରା ଗ୍ରାମଦେବତୀଙ୍କ ନିକଟରେ ନବାହ୍ନ ଅର୍ପଣ ପରେ ପ୍ରତି ପରିବାରର ସମସ୍ତେ ନୂଆଲୁଗା ପିନ୍ଧି ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନବାହ୍ନ…

"ପଶ୍ଚିମ ଓଡିଶାର ଗଣପର୍ବ ନୁଆଖାଇ ପିଠାପଣାର ମହକରେ ବାସୁଛି ଗାଁ ଦାଣ୍ଡ, ସବୁଠି ଉତ୍ସବ ମୁଖର"

ବାବା ସଲେଇଲେ,,ମାତା ଚିଲେଇଲେ…

-ଦେବଦତ୍ତ ରଥ ଏପରି ଏକ କାହାଣୀ ଥିଲା।ଥରେ କିଛି ଲୋକ ଏକ ଡଙ୍ଗାରେ ନଦୀ ପାର ହେଉଥିଲେ।ତେବେ ହଠାତ ଝଡ଼ ତୋଫାନ ଆସିଲା।ନାଆ ଟଳମଳ ହେଲା।ନଦୀକୁ ଡେଇଁ ପହଁରି ପହଁରି ଯିଏ ଯାହା ଜୀବନ ବଞ୍ଚେଇ କୂଳକୁ ଚାଲି ଆସିଲେ।କିନ୍ତୁ ତିନି ଜଣ ଲୋକ ପହଁରା ଜାଣି ନଥିବାରୁ ଡଙ୍ଗାରେ ରହିଗଲେ। ତିନି ଜଣଙ୍କ ମଧ୍ୟରୁ ଜଣେ ହିନ୍ଦୁ, ଜଣେ ମୁସଲମାନ ଏବଂ ଜଣେ ଖ୍ରୀଷ୍ଟିଆନ ସଂପ୍ରଦାୟର ଥିଲେ।ଖ୍ରୀଷ୍ଟିୟାନ ବ୍ୟକ୍ତି ଜଣଙ୍କ ତାଙ୍କ ଈଶ୍ୱର ଯୀଶୁଙ୍କୁ ସ୍ମରଣ କଲେ।ଯୀଶୁ ଆସି ତାଙ୍କୁ ଉଦ୍ଧାର କଲେ।ସେହିପରି ମୁସଲିମ ବ୍ୟକ୍ତି ଜଣଙ୍କ ଆଲ୍ଲାଙ୍କୁ ସ୍ମରଣ କଲେ ଆଲ୍ଲା ତାଙ୍କୁ ଉଦ୍ଧାର କଲେ।ବାକି ରହିଗଲେ ହିନ୍ଦୁ ବ୍ୟକ୍ତି ଜଣଙ୍କ।ସେ ଭାବିଲେ…

"ବାବା ସଲେଇଲେ,,ମାତା ଚିଲେଇଲେ…"

ହଜି ଯାଉଥିବା ପରମ୍ପରା ବଞ୍ଚାଇବାକୁ ପ୍ରୟାସ, ପୁରା ଉଆଁସ

ବୌଦ୍ଧ, ୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପଶ୍ଚିମ ଓଡିଶାର ହଜିଯାଉଥିବା ନିଆର ପର୍ବ ପୁରା ଉଆଁସ। ସପ୍ତପୁରୀ ଅମାବାସ୍ୟାରେ ବୌଦ୍ଧ ଜିଲାର ସମସ୍ତ ଗ୍ରାମ ଗୁଡିକ ଚଳ ଚଞ୍ଚଳ ହୋଇପଡିଥାଏ ଏହି ପାରମ୍ପରିକ ପର୍ବକୁ ନେଇ। ବୌଦ୍ଧ ଜିଲାରେ ସପ୍ତପୁରୀ ଅମାବାସ୍ୟା କୁ ପୂରା ଉଆଁସ ଭାବେ ପାଳନ କରାଯାଇଥାଏ। ପ୍ରତ୍ୟେକ ଗ୍ରାମରେ ଅଧିଷ୍ଠାତ୍ରୀ ଦେବାଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ଆରମ୍ଭ ହୋଇଥାଏ ଏହି ପର୍ବ। ଅପରାହ୍ନରେ ଛୋଟଛୋଟ ପୁଅ ପିଲାମାନେ କାଠ, ମାଟି ତିଆରି ହାତୀ, ଘୋଡ଼ା, ମାଙ୍କଡ ଓ ଷଣ୍ଡ ଆଦିକୁ ଫୁଲ,  ସିନ୍ଦୁର ଦେଇ ସଜ୍ଜିତ କରି ଖେଳିବାକୁ ବାହାରିଥାନ୍ତି। ଗ୍ରାମର ମନ୍ଦିର ପ୍ରାଙ୍ଗଣରେ କିମ୍ବା…

"ହଜି ଯାଉଥିବା ପରମ୍ପରା ବଞ୍ଚାଇବାକୁ ପ୍ରୟାସ, ପୁରା ଉଆଁସ"

ପୂରା ଉଆଁସ ଆସନ୍ତାକାଲି : ହଜିବାକୁ ବସିଲାଣି ଏହି ପର୍ବ

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ଆସନ୍ତାକାଲି ରବିବାର ୯ ତାରିଖ ହେଉଛି ‘ପୂରା ଉଆଁସ’ ବା ସପ୍ତପୁରୀ ଅମାବାସ୍ୟା। ପଶ୍ଚିମ ଓଡ଼ିଶାରେ ଏହି ଉତ୍ସବର ଖୁôବ୍ ମହତ୍ତ୍ୱ ରହିଥିବା ବେଳେ କ୍ରମେ ଏହା ଦ୍ରୁତଗତିରେ ଲୋପ ପାଇବାକୁ ବସିଛି। ପ୍ରାୟତଃ ଏହା ଆଉ ପାଳନ କରାଯାଉ ନାହିଁ। ସୁବର୍ଣ୍ଣପୁର ଏବଂ କଳାହାଣ୍ଡି ଜିଲ୍ଲାରେ ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ଉତ୍ସବ ପାଳିତ ହେଉଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ କାଁ ଭାଁ କେଉଁଠି କେମିତି ଲୋକେ ଏ ଉତ୍ସବକୁ ସ୍ମରଣ କରୁଛନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ପର୍ବ ଭଳି ଏହା ମଧ୍ୟ କୃଷିଭିତ୍ତିକ ଅଟେ। ଭାଦ୍ରବ ମାସରେ ବିଭିନ୍ନ ସ୍ଥାନରେ ପୂରା ଫୁଲ ବହୁମାତ୍ରାରେ ଫୁଟିଥାଏ।…

"ପୂରା ଉଆଁସ ଆସନ୍ତାକାଲି : ହଜିବାକୁ ବସିଲାଣି ଏହି ପର୍ବ"

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ହରିଚନ୍ଦନପୁର,ତା ୦୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀ ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ କରାଯାଇଛି । ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ରାଧା କୃଷ୍ଣଙ୍କର ବେଶରେ ସଜ ହେଇ ପ୍ରତିଯୋଗିତା ସହ କୃଷ୍ଣଙ୍କ ଜନ୍ମ ବୃତାନ୍ତଙ୍କୁ ନେଇ ଅଭିନୟ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଧା କୃଷ୍ଣଙ୍କ ବେଶରେ ସଜ ହୋଇଥିବା କୁନି ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଧାଡି ମଧ୍ୟରେ ବଜାର ପ୍ରରିକ୍ରମା କରିବା ସହ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ…

"ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ"

ପୁରପଲ୍ଲୀରେ ରକ୍ଷାବନ୍ଧନ ଉତ୍ସବ

ହାଟଡ଼ିହି ୨୬ ।୮ : ହାଟଡିହି ବ୍ଲକର ପୁରପଲ୍ଲୀରେ ଆଜି ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛୋଟ ଛୋଟ ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ହାତରେ ରାକ୍ଷୀବାନ୍ଧି ଏହି ପର୍ବରେ ସାମିଲ ହୋଇଛନ୍ତି । ଦୁରଦୁରାନ୍ତରେ ଥିବା ଭଉଣୀମାନେ ଏହି ପର୍ବରେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଘରକୁ ଛୁଟି ଆସିଛନ୍ତି । ସେହିପରି ଆଜି ପ୍ରଭୁ ବଳଦେବଙ୍କ ଜନ୍ମ ଥିବାରୁ ଅପରାହ୍ନରେ ଆଜି ପ୍ରତ୍ୟେକ ଘର ମାନଙ୍କରେ ଗୋରୁ ମାନଙ୍କୁ ସିନ୍ଦୁର, ଫୁଲ, ଚନ୍ଦନ ଓ ପିଠାପଣା ଦିଆଯାଇ ପୂଜାର୍ଚ୍ଚନା କରାଯାଇ ବନ୍ଦାପନା କରାଯାଇଛି ।

"ପୁରପଲ୍ଲୀରେ ରକ୍ଷାବନ୍ଧନ ଉତ୍ସବ"

ସୋସୋ କାନପୁର ସରସ୍ୱତୀ ଶିଶୁମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ

ହାଟଡ଼ିହି ୨୬ ।୮ : (ବିକାଶ ବିଶ୍ୱାଳ) ସୋସୋ କାନପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଅଶୋକ କୁମାର ଦାସଙ୍କ ସଂଯୋଜନାରେ ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋସୋ ଥାନାର ଆଇଆଇସି ମୁକ୍ତି କୁମାର କୁଲୁ, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ ତଥା ବରିଷ୍ଠ ସାହିତି୍ୟକ ଅନ୍ତର୍ଯ୍ୟାମୀ ରାଉତ, ସମ୍ମାନୀତ ଅତିଥି ଭାବେ ଅଶୋକ କୁମାର ରାଉତ, ହେମନ୍ତ ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ନାୟକ ପ୍ରମୁଖ ଯୋଗଦେଇ ରକ୍ଷାବନ୍ଧନ ଉତ୍ସବ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା…

"ସୋସୋ କାନପୁର ସରସ୍ୱତୀ ଶିଶୁମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ"

ହରିଚନ୍ଦନପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ହରିଚନ୍ଦନପୁର, ତା ୨୬ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନନ୍ଦ ଉଲ୍ଲାସର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଶିଶୁ ଭାଇମାନଙ୍କୁ ଶିଶୁ ଭଉଣୀମାନେ ପ୍ରଥମେ ବିଦ୍ୟାଳୟ ମଧ୍ୟରେ ରାକ୍ଷୀ ବାନ୍ଧିଥିଲେ। ଏବଂ ନଗର ଓ ଗ୍ରାମଗୁଡିକ ପରିକ୍ରମା କରି ଶହଶହ ଲୋକମାନଙ୍କୁ ରାକ୍ଷୀ ବାନ୍ଧି ଥିବାର ଦୃଶ୍ୟମାନ ହୋଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ (ସ.ଶି.ବି.ମ) ସହ ସମ୍ପାଦକ ବିଦ୍ୟାଧର ମହାନ୍ତ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ (ସ.ଶି.ବି.ମ) କୋଷଧ୍ୟକ୍ଷ ନିରଞ୍ଜନ ବେଜ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ…

"ହରିଚନ୍ଦନପୁରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ"