ଝାରସୁଗୁଡ଼ା ବିମାନବନ୍ଦର ପାଇଁ ଦୁବାଇରେ ଉତ୍ସବ ମନାଇଲେ ପଶ୍ଚିମ ଓଡ଼ିଶା ପରିବାର

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) – ଝାରସୁଗୁଡ଼ା ଠାରେ ସ୍ୱୟଂ ସମ୍ପୂର୍ଣ୍ଣ ବିମାନବନ୍ଦରର ଶୁଭାରମ୍ଭକୁ ୟୁଏଇର ଦୁବାଇ ଠାରେ ରହୁଥିବା ପଶ୍ଚିମ ଓଡ଼ିଶାର ଅଧିବାସୀ ସ୍ୱାଗତ କରିଛନ୍ତି। ଗତକାଲି ଦୁବାଇର ବୁର୍ଜ ଖଲିଫା ଠାରେ ଏଥିପାଇଁ ପ୍ରବାସୀ ପଶ୍ଚିମ ଓଡ଼ିଶା ବାସିନ୍ଦାମାନେ ଏକ ଉତ୍ସବରେ ସମବେତ ହୋଇ ସମ୍ବଲପୁରୀ ହସ୍ତତନ୍ତ ପରିଧାନ ପିନ୍ଧି କେକ୍ କାଟିଥିଲେ। ଜାତୀୟ ବିମାନ ଚଳାଚଳ ମାନଚିତ୍ରରେ ଝାରସୁଗୁଡ଼ା ସ୍ଥାନ ପାଇଥିବାରୁ ସମ୍ବଲପୁର ସହର ବାସିନ୍ଦା ତଥା ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଜିଏମ ପ୍ରିୟଦର୍ଶୀ ପାଣିଗ୍ରାହୀ ଏହି ବିମାନବନ୍ଦର ଦ୍ୱାରା ପଶ୍ଚିମ ଓଡ଼ିଶା ପୃଥିବୀ ସହ ଯୋଡ଼ି ହୋଇପାରିବ ବୋଲି କହିଥିଲେ। ବିମାନ ସଂଯୋଗ ନଥିବାରୁ ଅଞ୍ଚଳରେ ଶିକ୍ଷା, ପର୍ଯ୍ୟଟନ ଏବଂ…

"ଝାରସୁଗୁଡ଼ା ବିମାନବନ୍ଦର ପାଇଁ ଦୁବାଇରେ ଉତ୍ସବ ମନାଇଲେ ପଶ୍ଚିମ ଓଡ଼ିଶା ପରିବାର"

ନୂଆଦିଲ୍ଲୀ ନୂଆଁଖାଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) – ନୂଆଦିଲ୍ଲୀ ଜବାହାରଲାଲ ହେହେରୁ ଷ୍ଟାଡ଼ିୟମର ଅଡ଼ିଟୋରିୟମରେ ଆସନ୍ତାକାଲି ହେବାକୁ ଥିବା ନୂଆଁଖାଇ ପରବ-୨୦୧୮ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ନୂଆଁଖାଇ ସମସ୍ତଙ୍କ ଠାରେ ଆନନ୍ଦ ଏବଂ ଆଶା ଆଣିଥାଏ। କଠିଣ ପରିଶ୍ରମ ଏବଂ ସଫଳତା ଆଧାରିତ ଏହି ପର୍ବ ପାଳନରେ ଚାଷୀମାନେ ଉତ୍ପାଦିତ ପ୍ରଥମ ଶସ୍ୟକୁ ଦେବାଦେବୀଙ୍କୁ ଅର୍ପଣ କରିଥାନ୍ତି। ଏକତା ବନ୍ଧନର ପ୍ରତୀକ ନୂଆଁଖାଇରେ ସମସ୍ତେ ଏକାଠି ହୋଇ ଅଞ୍ଚଳର ଆକର୍ଷଣୀୟ ସଂସ୍କୃତିକୁ ପ୍ରତିଫଳନ କରିଥାନ୍ତି। ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ନୂଆଁଖାଇ ଆନନ୍ଦ ମୁଖର ହେବା ସହିତ ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ପରିଚୟ ପାଳନର ଉତ୍ସବ ହେଉ। ଏହି ପବିତ୍ର ନୂଆଁଖାଇରେ…

"ନୂଆଦିଲ୍ଲୀ ନୂଆଁଖାଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା"

ଦୁବାଇରେ ପାଳିତ ହେଲା ନୂଆଁଖାଇ ଭେଟଘାଟ

ସମ୍ବଲପୁର, ୧୬/୯ (ଓଡ଼ିଆ ପୁଅ) – ୟୁନାଇଟେଡ଼ ଆରବ ଏମିରେଟସ୍ ର ଦୁବାଇ ସ୍ଥିତ ଇଣ୍ଡିଆନ୍ କନ୍ସୁଲେଟ ସଭାଗୃହରେ ଗତକାଲି ନୂଆଁଖାଇ ଭେଟଘାଟ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚମ ବର୍ଷ ପାଇଁ ଦୁବାଇରେ ଭେଟଘାଟ ପାଳନ ହେତୁ ଏଥର ଅଧିକ ଭାରତୀୟ ଲୋକ ଏଥିରେ ସାମିଲ ହୋଇଥିଲେ। ୬୦୦ରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ସମ୍ମୁଖରେ ଏଠାରେ ବସବାସ କରୁଥିବା ଓଡ଼ିଶାବାସୀଙ୍କ ମଧ୍ୟରୁ ୬୦ ଜଣ ଏବଂ ସମ୍ବଲପୁରରୁ ଯାଇଥିବା ୧୩ ଜଣିଆ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ୧୪ ତାରିଖର କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଆକର୍ଷଣୀୟ ଓ ମନୋମୁଗ୍ଧକର କରି ତୋଳିଥିଲେ। ସମ୍ବଲପୁରର ନଟରାଜ ଡ୍ୟାନ୍ସ ଗ୍ରୁପର ୧୩ ଜଣିଆ କଳାକାର ଦଳ ବିବିଧ ପାରମ୍ପରିକ…

"ଦୁବାଇରେ ପାଳିତ ହେଲା ନୂଆଁଖାଇ ଭେଟଘାଟ"

ଦୁବାଇ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ : ସମ୍ବର୍ଦ୍ଧିତ ହେବେ ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ଭୋଳ

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଆସନ୍ତା ୧୪ ତାରିଖ ଦିନ ନୂଆଖାଇ ପାଳନ ପାଇଁ ସର୍ବତ୍ର ପ୍ରସ୍ତୁ୍ତି ଚାଲିଛି। ଏଥର ୟୁନାଇଟେଡ଼ ଆରବ ଏମିରେଟସ୍ – ୟୁଏଇ ପଶ୍ଚିମ ଓଡ଼ିଶା ପରିବାର ସଂଗଠନ ପକ୍ଷରୁ ଦୁବାଇର କନ୍ସୁଲେଟ ଅଡ଼ିଟୋରିୟମ ଠାରେ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ୟୁଏଇ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏଥର ଭେଟଘାଟର ପଞ୍ଚମ ସଂସ୍କରଣ ନୂଆଖାଇର ଧାର୍ଯ୍ୟ ତିଥିରେ ପାଳନ କରାଯାଉଛି। ଭେଟଘାଟ ଉତ୍ସବକୁ ଦୂବାଇରେ ଅବସ୍ଥାପିତ ଭାରତୀୟ କନ୍ସଲ ଜେନେରାଲ ଉଦ୍ଘାଟନ କରିବେ। ଏହାବାଦ ଦୁବାଇରେ ରହୁଥିବା ଓଡ଼ିଶାର ପ୍ରବାସୀ ବାସିନ୍ଦାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଦ୍ୱିତୀୟ ଅଧିବେଶନରେ…

"ଦୁବାଇ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ : ସମ୍ବର୍ଦ୍ଧିତ ହେବେ ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ଭୋଳ"

ପୁନେରେ ନୂଆଁଖାଇ, ୩୦ ସେପ୍ଟେମ୍ବରରେ

ପୁନେ ୮-୯ (ଓଡ଼ିଆ ପୁଅ) ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ, ଆସନ୍ତା ୩୦ ସେପ୍ଟେମ୍ବର ରବିବାର ଦିନ ମହାରାଷ୍ଟ୍ରର ପୁନେ ସହରରେ ମହା ସମାରୋହରେ ପାଳିତ ହେବ। ବିଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ହେଲା,ଏହି ପର୍ବ ଭେଟଘାଟ CULTURAL ASSOCIATION PUNE (ଭେଟ୍ ଘାଟ୍ କଲ୍ଚରାଲ୍ ଆସୋସିଏସନ୍, ପୁନେ) ଦ୍ୱାରା ପୁନାସ୍ଥିତ ପଶ୍ଚିମ ଓଡିଶା ବାସୀଙ୍କୁ ନେଇ, ଅନେକ ଉତ୍ସାହ, ଉଦ୍ଦୀପନା ଓ ଉଲ୍ଲାସ ସହିତ ଅନୁଷ୍ଠିତ ହୋଇ ଆସୁଅଛି। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ BCA ପୁନା ପଶ୍ଚିମ ଓଡିଶାର ସ୍ୱନାମଧନ୍ୟ କଳାକାରମାନଙ୍କୁ ନିମନ୍ତ୍ରଣ କରିଛି। ନୂଆଁଖାଇ ମହୋତ୍ସବରେ ଯୋଗ ଦେଇ ଦର୍ଶକମାନଙ୍କ ଭରପୁର ମନୋରଞ୍ଜନ କରିବା ପାଇଁ। ପଶ୍ଚିମ ଓଡିଶାର…

"ପୁନେରେ ନୂଆଁଖାଇ, ୩୦ ସେପ୍ଟେମ୍ବରରେ"

ବ୍ରିଟେନରେ ପ୍ରବାସୀଙ୍କ ବିରାଟ ସମାବେଶ : ଓଡ଼ିଶାର ବୈଭବ ସ୍ପନ୍ଦିତ

ସମ୍ବଲପୁର, ୪/୯ (ଓଡ଼ିଆ ପୁଅ) – ବ୍ରିଟେନର ଦାରୱେନ୍, ବ୍ଲାକବର୍ଣ୍ଣ ଠାରେ ୟୁନାଇଟେଡ଼ କିଙ୍ଗଡ଼ମ୍ ଓଡ଼ିଆ ସୋସାଇଟୀ ପକ୍ଷରୁ ୩୯ତମ ବାର୍ଷିକ ସମାବେଶ ଅବସରରେ ‘ଓଡ଼ିଶାର ତାଳ (ରିଦମ୍ )’ ସମାରୋହ ସହକାରେ ଆୟୋଜିତ ହୋଇଯାଇଛି। ଏଠାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ପିଠାପଣା, ହସ୍ତତନ୍ତ, ହସ୍ତଶିଳ୍ପ, ନୃତ୍ୟ, ସଙ୍ଗୀତ ସହିତ ୨ ଦିନ ଧରି ରାଜ୍ୟ କଳା ଓ ସଂସ୍କୃତି ପ୍ରତିବିମ୍ବିତ ହେବା ସଙ୍ଗେ ସଙ୍ଗେ ଝଙ୍କୃତ ହୋଇଥିଲା। ଡା. ସନ୍ଦୀପ ନାୟକ ଏବଂ ମମତା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପାରମ୍ପରିକ ପରିଧାନ ପିନ୍ଧି ରେକର୍ଡ଼ ସଂଖ୍ୟକ ପ୍ରବାସୀ ଓଡ଼ିଆ ଭାଗ ନେଇଥିଲେ। କେନିଆର ସାଂସଦ ଡା. ସ୍ୱରୂପ ମିଶ୍ର, ଓଡ଼ିଶାର ରାଜ୍ୟସଭା…

"ବ୍ରିଟେନରେ ପ୍ରବାସୀଙ୍କ ବିରାଟ ସମାବେଶ : ଓଡ଼ିଶାର ବୈଭବ ସ୍ପନ୍ଦିତ"

ସୁରଟରେ ଓଡିଆ ପର୍ବର ଉଦଯାପନ ଓଡିଆ ମାନେ ଏବେ ମାଲିକ ହେବାର ସମୟ ଆସିଛି-ଧର୍ମେନ୍ଦ୍ର ପ୍ରଧାନ

– ଏକବିଂଶ ଶତାଦ୍ଧୀରେ ଓଡିଶା ନୂଆକରି ଗଢିବାପାଇଁ ସଂକଳ୍ପ ନେବାକୁ ଆହ୍ୱାନ – ଓଡିଆ ମାନେ ବମ୍ବେ ଦିଲୀ ଛାଡିଦେଲେ ବଡବଡିଆଙ୍କ ଘରେ ପାଣି ଓ ବିଜୁଳି ଆଲୁଅ ବନ୍ଦ ହୋଇଯିବ – ଓଡିଶାର କୋଇଲାରୁ ବିଜୁଳି ଉତ୍ପାଦନ ବନ୍ଦ ହେଲେ ଅଧା ଦେଶ ଅନ୍ଧାରରେ ରହିଯିବ · ଓଡିଶାର ଚାଉଳ ମାଙ୍ଗାଲୋର ଦେଇ ସାଉଦି ଆରବକୁ ଯାଉଛି – ଓଡିଶା ସବୁକ୍ଷେତ୍ରରେ ପୃଥବୀର ଅନନ୍ୟ ପେଣ୍ଠସ୍ଥଳୀ ହେବ ସୁରଟ/ଭୁବନେଶ୍ୱର ୩ ସେପ୍ଟେମ୍ବର (ଓଡ଼ିଆ ପୁଅ) -ଓଡିଆ ଯୁବକ ଯୁବତୀ ମାନଙ୍କୁ ଏବେ ମାଲିକ ହେବାର ସମୟ ଆସିଛି। ଏକବିଂଶ ଶତାଦ୍ଧୀରେ ଓଡିଶା ନୂଆକରି ଗଢିବାପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

"ସୁରଟରେ ଓଡିଆ ପର୍ବର ଉଦଯାପନ ଓଡିଆ ମାନେ ଏବେ ମାଲିକ ହେବାର ସମୟ ଆସିଛି-ଧର୍ମେନ୍ଦ୍ର ପ୍ରଧାନ"

ଗୁଜୁରାଟ ସହ ଓଡିଶାର ସାମାଜିକ ଓ ସାଂସ୍କୁତିକ ସମ୍ପର୍କ ଅତି ନିବିଡ -ଧର୍ମେନ୍ଦ୍ର ପ୍ରଧାନ

ସୁରଟରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟନ ସୁରଟ ଓ ଗୁଜୁରାଟର ବିକାଶରେ ଓଡିଆ ଲୋକମାନଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି- ବିଜୟ ରୂପାନୀ · ପ୍ରଧାନମନ୍ତ୍ରୀ ନୂଆ ଭାରତ ପରିକଳ୍ପନାରେ ଓଡିଶାର ଗୁରୁତ୍ୱପୂର୍ଣ ସ୍ଥାନ ରହିଛି ସୁରଟ/ଭୁବନେଶ୍ୱର, ୪ ସେପ୍ଟେମ୍ବର (ଓଡ଼ିଆ ପୁଅ) -ସୁରଟ ଓ ଗୁଜୁରାଟର ବିକାଶରେ ଓଡିଆ ଲୋକମାନଙ୍କର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ସୁରଟ ଠାରେ ଦୁଇଦିନିଆ ଓଡିଆ ପର୍ବ ଉଦଘାଟନ ଅବସରରେ କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।   ଓଡିଆ ଓ ଗୁଜୁରାଟ ବାସୀଙ୍କ ମଧ୍ୟରେ ସାମାଜିକ, ସାଂସ୍କୁତିକ, ରାଜନୈତିକ ସମ୍ପର୍କ ଅତି ନିବିଡ। ଆମ ଓଡିଶାର କୋଣାର୍କରେ ସୂର୍ଯ୍ୟ ଉଦୟ ହୁଏ ଗୁଜୁରାଟର ସୁଡେରାରେ ସୂର୍ଯ୍ୟ ଅସ୍ତ…

"ଗୁଜୁରାଟ ସହ ଓଡିଶାର ସାମାଜିକ ଓ ସାଂସ୍କୁତିକ ସମ୍ପର୍କ ଅତି ନିବିଡ -ଧର୍ମେନ୍ଦ୍ର ପ୍ରଧାନ"

ସୁରଟରେ ଶ୍ରମିକ ଓ ମ୍ୟାନେଜର ଭାବେ କାମକରୁଥିବା ଓଡିଆ ନିଜ ରାଜ୍ୟରେ ମାଲିକ ହୁଅନ୍ତୁ-ଧର୍ମେନ୍ଦ୍ର ପ୍ରଧାନ

ସୁରଟ ଇନଭେଷ୍ଟରମିଟ୍ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – ଓଡିଶାରେ ପ୍ଲାଷ୍ଟିକ ଓ ଟେକ୍ସଟଟାଇଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ ପାଇଁ ଉଦ୍ୟମ – ଟେକ୍ସଟାଇଲର ପ୍ରମୁଖ କେନ୍ଦ୍ର ସୁରଟରୁ ଶିକ୍ଷାଗ୍ରହଣ କରି ଓଡିଶାମାଟିରେ ଏହାର ବିକଶିତ କରିବାର ବ୍ୟାପକ ସମ୍ଭାବନା ରହିଛି – ସୁରଟରେ ଥିବା ଇଣ୍ଡଷ୍ଟ୍ରି ମାନଙ୍କରେ ଓଡିଆ ମାନଙ୍କର ବହୁତ ଅବଦାନ ରହିଛି – ଓଡିଶାରେ ଡାଇନଷ୍ଟ୍ରିମ ଉଦ୍ୟୋଗ ଗୁଡିକର ବିକାଶ କିପରି ହେବ ସେଥିପାଇଁ ଏହି ରୋଡ ସୋ ଆୟୋଜନ – ଓଡିଆ ଲୋକମାନେ ନିଜ ଗୋଡରେ ଛିଡା ହୁଅନ୍ତୁ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ୱ – ରାଜ୍ୟ ସରକାର ଏଥିରେ ସହଯୋଗର ହାତ ବଢାଇବେ ବୋଲି…

"ସୁରଟରେ ଶ୍ରମିକ ଓ ମ୍ୟାନେଜର ଭାବେ କାମକରୁଥିବା ଓଡିଆ ନିଜ ରାଜ୍ୟରେ ମାଲିକ ହୁଅନ୍ତୁ-ଧର୍ମେନ୍ଦ୍ର ପ୍ରଧାନ"

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁରଟରେ ଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୨୭/୮ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ସୁଦୂର ସୁରାଟରେ ଥିବା ପ୍ରବାସୀ ଓଡ଼ିଆଙ୍କ ଉପରେ। ଦେଶରେ ଜିଏସ୍‌ଟି ଲାଗୁ ହେବା ଫଳରେ ସୁରଟରେ ବହୁତ ସୂତାକଳ ବନ୍ଦ ହୋଇଯାଇଥିଲା। ଯାହାଫଳରେ ଏହି ସୂତାକଳ ଉପରେ ନିର୍ଭର କରି ଜୀବନଯାପନ କରୁଥିବା ଓଡ଼ିଶାବାସୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ଲକ୍ଷ ଲକ୍ଷ କର୍ମଚାରୀ ନିରାଶ ହୋଇ ଓଡ଼ିଶା ଫେରିଆସିବାକୁ ଚାହିଁଥିଲେ। ଏଭଳି ଏକ ମୁହୂର୍ତ୍ତରେ ଓଡ଼ିଶା ସରକାରଙ୍କ ତରଫରୁ…

"ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁରଟରେ ଥିବା ପ୍ରବାସୀ ଓଡ଼ିଆ"