Home Top News ମୋ ବାପା ତଣ୍ଟି ଚିପି ମୋ ମା’ କୁ ମାରିଦେଲେ

ମୋ ବାପା ତଣ୍ଟି ଚିପି ମୋ ମା’ କୁ ମାରିଦେଲେ

71

ନବରଙ୍ଗପୁର ୨୫-୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ମୋ ବାପା ମୋ ମା’ ର ତଣ୍ଟି ଚିପି ମାରିଦେଲେ ମୁଁ ଦେଖିଲି। ଏହି ଶବ୍ଦଟି ଜଣେ କୁନି ଝିଅ ଆନ୍ଧ୍ରପ୍ରଦେଶର ପୋଲିସ ଆଗରେ କହୁଛି। ନବରଙ୍ଗପୁର ଜିଲ୍ଲାର ଏକ ଦୁଃଖଦ ଖବର। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସିଲାଟି ଗ୍ରାମର ମାଣିକ ଘୋଷ କିଛି ଵର୍ଷ ପୂର୍ବେ କାରାଗାଁ ଗ୍ରାମର ଲିପିକା ଘୋଷଙ୍କୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟ ଦୁହେଁ ସିଲାଟି ଗ୍ରାମରେ ରହୁଥିଲେ। ପାରିବାରିକ ଝଗଡା ପ୍ରାୟ ସମୟରେ ଚାଲିଥିଲା ଏମିତିକି ଉମରକୋଟ ଥାନା ପର୍ଯ୍ୟନ୍ତ ପହଂଚିଥିଲା। ହେଲେ ଏବେ କିଛି ମାସ ହେବ ମାଣିକ ଘୋଷ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ କାମ କରୁଥିଲା। ଦୁଇ ପରିବାର ମଧ୍ୟରେ ବୁଝାସୁଝା ହୋଇ ପୁଣି ଝିଅ ଘର ଲୋକେ ଲିପିକା ଘୋଷ ଓ ଝିଅ ମାହି ଘୋଷ କୁ ସ୍ୱାମୀ ପାଖକୁ କାକିନାଡ଼ା ଛାଡିଥିଲେ। କିଛିଦିନ ର ବ୍ୟବଧାନ ଭିତରେ ଗତ ବୁଧବାର ଦିନ ଝିଅ ଘରକୁ ଖବର ଗଲା ତମ ଝିଅ ଆତ୍ମହତ୍ୟା କରିଛି। ଏହା ଶୁଣି ଝିଅଘର ପରିବାର କାକିନାଡ଼ା ପହଂଚି ଥିଲେ, ମାତ୍ର କୁନି ଝିଅ ର ମନରେ ଥିବା ଡରକୁ ସେ ଭୟଭୀତ ଅବସ୍ଥାରେ ନିଜ ଅଜା ଓ ନିକଟସ୍ଥ ପୋଲିସ ଆଗରେ କହିଥିଲା। ଏ ନେଇ ଉମରକୋଟ ଥାନା ରେ ପୂର୍ବରୁ କେସ ଥିଲା, ଏବେ ଆନ୍ଧ୍ରପ୍ରଦେଶ ପୋଲିସ ତଦନ୍ତ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.