Home ଆନ୍ତର୍ଜାତୀୟ ଶକ୍ତିସମ୍ପନ୍ନାଙ୍କର ଲାଟିନ ଆମେରିକାରେ ଓଡ଼ିଶୀ କାର୍ଯ୍ୟକ୍ରମ

ଶକ୍ତିସମ୍ପନ୍ନାଙ୍କର ଲାଟିନ ଆମେରିକାରେ ଓଡ଼ିଶୀ କାର୍ଯ୍ୟକ୍ରମ

133

ଭୁବନେଶ୍ୱର ୨୫.୦୧ (ଓଡ଼ିଆ ପୁଅ) ଗତକାଲି ଉଦୀୟମାନ ଓଡିଶୀ ନୃତ୍ୟଶିଳ୍ପୀ ସୁକନ୍ୟା ଶକ୍ତିସମ୍ପନ୍ନା ନିୟୁର୍କ ଠାରେ ପହଂଚିଛନ୍ତି। ସେଠାରୁ ସେ ଲାଟିନଆମେରିକା ଅଭିମୁଖେ ଯାତ୍ରା କରିବେ। ଲାଟିନ ଆମେରିକା ସ୍ଥିତ ଡୋମିନିକ ରିପବ୍ଲିକର ପ୍ରମୁଖ ମହାନଗରୀରେ ସପ୍ତାହ ବ୍ୟାପି ନୃତ୍ୟ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନୃତ୍ୟ ସମ୍ପର୍କିତ କର୍ମଶାଳାରେ ଯୋଗଦାନ କରିବେ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ଓଡିଶୀ ନୃତ୍ୟନିପୁଣା ପଦ୍ମଶ୍ରୀ ରଞ୍ଜନା ଗହ୍ୱରଙ୍କ ନେତୃତ୍ୱରେ ସମଗ୍ର ଦେଶର ଛଅ ଜଣ ଖ୍ୟାତିସମ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନାଙ୍କ ଗହଣରେ ଶକ୍ତି ସମ୍ପନ୍ନା ଏକମାତ୍ର ଓଡ଼ିଆ ଝିଅ। ଜାତୀୟ ସ୍ତରରେ ନୃତ୍ୟ ପ୍ରଦର୍ଶନ କରି ଢ଼େର୍ ସୁଖ୍ୟାତି ଅର୍ଜନ କରିଥିବା ଶକ୍ତିସମ୍ପନ୍ନା ସର୍ବପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ନୃତ୍ୟ ପ୍ରଦର୍ଶନ କରିବେ। ଶକ୍ତିସମ୍ପନ୍ନା ସମ୍ପ୍ରତି “ନୃତ୍ୟ ନୈବେଦ୍ୟ”ର ପ୍ରତିଷ୍ଠାତା, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ଓସ୍ତାଦ୍ ବିସ୍ମିଲା ଖାନ ଯୁବ ପୁରସ୍କାର ବିଜେତା ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ଅଧୀନରେ ନୃତ୍ୟଶିକ୍ଷା ଜାରି ରଖିଛନ୍ତି। ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧ୍ୟନରତ ମନୋବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷ ସ୍ନାତକ ଛାତ୍ରୀ ଶକ୍ତି ସମ୍ପନ୍ନା କବି ରାଜନେତା ଶଙ୍କର ପରିଡା ଓ ପ୍ରାଧ୍ୟାପିକା ଶୁଭ୍ରା ନାୟକଙ୍କ ଜେଷ୍ଠ କନ୍ୟା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.