ଅନେକ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସିଧାସଳଖ ସଂପୃକ୍ତି ପ୍ରମାଣିତ ହୋଇଛି: ରାଧାରାଣୀ ପଣ୍ଡା

ବିଜେପି ମହିଳା ସୁରକ୍ଷା ଯାତ୍ରା ତୃତୀୟ ଦିନରେ: – ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି – ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି – ରାଜ୍ୟରେ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ୪ ହଜାର ୫ଶହରୁ ଉର୍ଦ୍ଧ୍ୱ ନାରୀ ମାନଙ୍କ ପ୍ରତି ହୋଇଥିବା ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି ଭୁବନେଶ୍ୱର, ତା ୨୧/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗତ ୧୭ ତାରିଖରୁ ରାଜ୍ୟର ବିଭିନ୍ନ…

"ଅନେକ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସିଧାସଳଖ ସଂପୃକ୍ତି ପ୍ରମାଣିତ ହୋଇଛି: ରାଧାରାଣୀ ପଣ୍ଡା"

ତୃତୀୟ ଦିନରେ ୪ଟି ରୁଟ୍ ରେ ବିଜେପି ମହିଳା ସୁରକ୍ଷା ଯାତ୍ରା : ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା

– ପଦଯାତ୍ରା, ପଥପ୍ରାନ୍ତ ଏବଂ ସାଧରଣସଭା ମାଧ୍ୟମରେ ମହିଳାଙ୍କୁ ସଚେତନ କରାଯାଉଛି – ରାଜ୍ୟସରକାରଙ୍କଠାରୁ ନ୍ୟାୟ ନପାଇଥିବା ମହିଳାମାନେ ନିଜର ଅସହାୟତା ବିଜେପି ମହିଳାମୋର୍ଚ୍ଚା ଆଗରେ ପ୍ରକାଶ କରିଛନ୍ତି – ରାଜ୍ୟସରକାର ମହିଳା ସୁରକ୍ଷା ନାମରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – କେଉଁ ମାପଦଣ୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ମିଳିଛି ? – କୁନି କୁନି ଶିଶୁମାନେ ହାତରେ ମହମବତୀ ଧରି ନିଜର ସୁରକ୍ଷା ପାଇଁ ମହିଳା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଭୁବନେଶ୍ୱର, ତା ୨୧/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ…

"ତୃତୀୟ ଦିନରେ ୪ଟି ରୁଟ୍ ରେ ବିଜେପି ମହିଳା ସୁରକ୍ଷା ଯାତ୍ରା : ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା"

ସମ୍ବଲପୁର ସର୍କଲ୍ ଜେଲ୍‌କୁ ଚିକିତ୍ସା ପାଇଁ ଆସିଥିବା କଏଦୀଙ୍କ ମୃତ୍ୟୁ

ସମ୍ବଲପୁର ୨୦ ମଇ (ଓଡ଼ିଆ ପୁଅ/ବ୍ୟୋମୋେକଶ ପଣ୍ଡା) ସମ୍ବଲପୁର ସର୍କଲ୍ ଜେଲ୍‌କୁ ଚିକିତ୍ସା ପାଇଁ ଆସିଥିବା ଜଣେ କଏଦୀଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାମ, ପ୍ରସନ୍ନ ସାହୁ। ପ୍ରସନ୍ନ ଗତ ୩.୧୦.୧୫ ମସିହାରୁ ଏକ ହତ୍ୟାମାମଲାରେ ଦୋଷୀ ସାବ୍ୟସ୍ତ ହୋଇ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଗତ ଗୁରୁବାର ଦିନ, ସମ୍ବଲପୁର ସର୍କଲ୍ ଜେଲକୁ ମାନସିକ ରୋଗର ଚିକିତ୍ସା ପାଇଁ ପ୍ରସନ୍ନଙ୍କୁ ଅଣାଯାଇଥିଲା। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚେକ୍‌ଅପ୍ ପରେ, ଜେଲ୍ ଭିତରେ ଥିବା ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଥିଲା। ହେଲେ ଆଜି ସକାଳେ ପ୍ରସନ୍ନ ପ୍ରବଳ ବାନ୍ତି କରି ଅଚେତ ହୋଇପଡ଼ିବା ପରେ, ତାଙ୍କୁ…

"ସମ୍ବଲପୁର ସର୍କଲ୍ ଜେଲ୍‌କୁ ଚିକିତ୍ସା ପାଇଁ ଆସିଥିବା କଏଦୀଙ୍କ ମୃତ୍ୟୁ"

ସମ୍ବଲପୁରରେ ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଅଭିଯୁକ୍ତ ଗିରଫ

ସମ୍ବଲପୁର ୫ ମଇ (ଓଡ଼ିଆ ପୁଅ) ପୁଣି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଏହା ପୁଣି ଘଟିଛି ସମ୍ବଲପୁର ଶାସନ ଥାନା ଅଞ୍ଚଳରେ। ଏହି ଘଟଣାରେ ଶାସନଥାନା ୫ ଅଭିଯୁକ୍ତଙ୍କୁ ଗିରଫକରି ପଟରା ଉଚରା କରୁଛି। ଏହି ଦୁଷ୍କର୍ମ ଗତକାଲି ହୋଇଥିବାର ଅଭିଯୋଗ ଆସିବା ପରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାର ପ୍ରଥମିକ ସୂଚନା ମିଳିଛି। ବିଶେଷ ଖବରକୁ ଅପେକ୍ଷା କରାଯାଇଛି।

"ସମ୍ବଲପୁରରେ ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଅଭିଯୁକ୍ତ ଗିରଫ"

ମହାନଦୀ -ଇବ୍ -ବ୍ରାହ୍ମଣୀ ନଦୀ ଉପରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମିତ ବେଆଇନ୍ ବ୍ୟାରେଜ୍ ବନ୍ଦ କରିବା ଦାବିରେ ଗଣବିକ୍ଷୋଭ : ସମାଜବାଦୀ ପାର୍ଟି

ସମ୍ବଲପୁର, ତା ୪ା୫ (ଓଡ଼ିଆ ପୁଅ) : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁରଙ୍କ ଦପ୍ତର ସମ୍ମୁଖରେ ମହାନଦୀ-ଇବ୍ – ବ୍ରାହ୍ମଣୀ ନଦୀ ଉପରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମାଣ ହେଉଥିବା ବେଆଇନ୍ ଡ୍ୟାମ ଓ ବ୍ୟାରେଜ୍ କୁ ବନ୍ଦ କରିବା ଦାବି ନେଇ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସମାଜବାଦୀ ପାର୍ଟିର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଶତାଧିକ କର୍ମୀ କଚେରୀ ହାଟରୁ ଜଳ କଳସୀ ମୁଣ୍ଡାଇ ସମ୍ବଲପୁର ସହର ପରିକ୍ରମା କରିବା ପରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାର୍ଟିର ରାଜ୍ୟ…

"ମହାନଦୀ -ଇବ୍ -ବ୍ରାହ୍ମଣୀ ନଦୀ ଉପରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ନିର୍ମିତ ବେଆଇନ୍ ବ୍ୟାରେଜ୍ ବନ୍ଦ କରିବା ଦାବିରେ ଗଣବିକ୍ଷୋଭ : ସମାଜବାଦୀ ପାର୍ଟି"

ଟ୍ରକ ଚଢ଼ିଗଲା : ୧ ମୃତ ୧ ଗୁରୁତର

ସମ୍ବଲପୁର ୨୪-୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ଆଜି ସକାଳେ ୧୧ ଟା ୩୦ ମିନିଟ୍ ସମୟରେ ରାଉରକେଲାର ଗାନ୍ଧୀ ରୋଡ, ପ୍ଲାଣ୍ଟସାଇଟ ଥାନାର ଦିବ୍ୟା ଦୁବେ ଏବଂ ତାଙ୍କ ଭଉଣୀଙ୍କ ସହିତ ତାଙ୍କର ୫ ବର୍ଷିଆ ଝିଆରୀଙ୍କ ସହିତ ଓଡି ୧୫ ଏଚ ୬୨୪୧ ସ୍କୁଟିରେ ଧନୁପାଲ୍ଲିରୁ ମାନେଶ୍ଵରଆଡ଼କୁ ବଢ଼ୁଥିବା ବେଳେ ଗୋପାଲଜୀ ମନ୍ଦିର ନିକଟରେ ଧନୁପାଲିଛକ ପଟରୁ କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ ଓଡି ୩୩ କ୍ୟୁ ୫୦୮୦ ଦିବ୍ୟାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଦିବ୍ୟାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭଉଣୀ ଗୁଗୁତର ଅବସ୍ଥାରେ ସ୍ଥନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଟ୍ରକ୍ ଡ୍ରାଇଭରକୁ ବିଜୟ ମହାପାତ୍ରା ୨୬ କୁ…

"ଟ୍ରକ ଚଢ଼ିଗଲା : ୧ ମୃତ ୧ ଗୁରୁତର"

କୋର୍ଟ ପରିସରରେ ଆକ୍ରମଣ: ସ୍ୱାମୀର ଭୁଜାଲୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ – ଶାଶୁ ସହ ଶିଶୁକନ୍ୟା ଗୁରୁତର

– ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସମ୍ବଲପୁର ୨୩-୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) କୋର୍ଟ ପରିସରରେ ହୋଇଛି ମରଣାତ୍ମକ ଆକ୍ରମଣ। ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ତାରେ ଚିକିତ୍ସିତ ହେଉଛନ୍ତି।ଏହାକୁ ନେଇ କୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ଅନୁସାରେ ପାରିବାରିକ ଅଦାଲତ ପରିସରରେ ଘଟିଛି ଏହି ଘଟଣା। ଜଣେ ଯୁବକ ଗୋଡ଼ାଇଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୋଟିଏ ପରେ ଗୋଟିଏ ତିନିଜଣ ତଳେ ଲୋଟି ପଡ଼ିବା ପରେ ଏଥିରେ ଦେଢ଼ ବର୍ଷର ଶିଶୁ କନ୍ୟା ମଧ୍ୟ ରକ୍ଷା ପାଇନଥିଲେ। ଏହି ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଶାଶୁଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲ୍…

"କୋର୍ଟ ପରିସରରେ ଆକ୍ରମଣ: ସ୍ୱାମୀର ଭୁଜାଲୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ – ଶାଶୁ ସହ ଶିଶୁକନ୍ୟା ଗୁରୁତର"

କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ପ୍ରତିବାଦ ସଭା

ସମ୍ବଲପୁର ୨୧/୦୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ଦେଶରେ ବର୍ତ୍ତମାନ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଏଟିଏମ ଗୁଡିକରେ ଟଙ୍କା ନାହିଁ। ଯାହା ଫଳରେ ସାରା ଦେଶରେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଅପାରଗତା ଦାୟୀ ବୋଲି ଅଭିଯାଗ ଆଣି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆଜି କଚେରୀ ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଏକ ଶାନ୍ତିପୂର୍ଣ ପ୍ରତିବାଦ ସଭା କରାଯାଇଥିଲା। ଏହି ସଭାରେ କେନ୍ଦ୍ର ସରକାରଙ୍କ ମନୋମୁଖୀ ଆର୍ଥିକ ପରିଚାଳନା, ଏଟିଏମରେ ଟଙ୍କା ନବାହାରିବା ସମସ୍ୟା, ନଗଦ ଟଙ୍କାର ଅଭାବ, ବ୍ୟାଙ୍କ ନେଣ ଦେଣା ଉପରେ କଟକଣା ଓ ଦେୟ,…

"କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ପ୍ରତିବାଦ ସଭା"

ବରିଷ୍ଠ ସାମ୍ବାଦିକ ଗୁରୁପ୍ରସାଦ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଆ ପୁଅ): ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଗୁରୁପ୍ରସାଦ ପାତ୍ରଙ୍କ ଗୁରୁବାର ସନ୍ଧ୍ୟା ୭ଟାରେ ଆପୋଲହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ଦୈନିକ ଓ ସାପ୍ତାହିକ ଖବର କାଗଜ ‘ପ୍ରତିଜ୍ଞା’ର ମୁଖ୍ୟସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କଟକ ଓ ଭୁବନେଶ୍ୱର ବହୁ ବୁଦ୍ଧିଜୀବୀ ତାଙ୍କ ଶେଷ ଦର୍ଶନ କରିଥିଲେ। ସାମ୍ବାଦିକ ଅଶୋକ କୁମାର ସାହୁ, ମିନତୀ ସାହୁ, ରାକେଶ, ଅଭିମନ୍ୟୁ ମହାପାତ୍ର, ନୃସିଂହ ନାରାୟଣ ଦାସ ପ୍ରମୁଖ ବହୁ ସାମ୍ବାଦିକ ତାଙ୍କ ଅମରଆତ୍ମାର ସଦ୍ଗତି କାମନା କରିଥିଲେ। ଶୁକ୍ରବାର ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା। ମୃତ୍ୟୁ ଶଯ୍ୟା…

"ବରିଷ୍ଠ ସାମ୍ବାଦିକ ଗୁରୁପ୍ରସାଦ ପାତ୍ରଙ୍କ ପରଲୋକ"

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ସମ୍ବଲପୁରରୁ ଶିରିଡି, ନାସିକ ଓ ତ୍ରୟମ୍ବକେଶ୍ୱର ଗଲେ ୧୦୦୦ ବରିଷ୍ଠ ତୀର୍ଥଯାତ୍ରୀ

ଭୁବନେଶ୍ୱର ୧୬-୪ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବଲପୁର ଠାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆଜି ୧୦୦୦ ବରିଷ୍ଠ ତୀର୍ଥଯାତ୍ରୀ ସମ୍ବଲପୁରରୁ ଟ୍ରେନ୍ ଯୋଗେ ଶିରିଡି, ନାସିକ ଓ ତ୍ରୟମ୍ବକେଶ୍ଵରକୁ ଯାତ୍ରା ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ଆଜିକୁ ମିଶାଇ ସମୁଦାୟ ୫୯୩୩ ଜଣ ତୀର୍ଥଯାତ୍ରୀ ଏହି ଯୋଜନାର ସୁବିଧା ପାଇଛନ୍ତି। ତୀର୍ଥଯାତ୍ରୀମାନେ ଏହି ଯୋଜନାରେ ରାଜ୍ୟ ସରକାରଙ୍କର ପଦକ୍ଷେପକୁ ପ୍ରଶଂସା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ୨୦୧୬-୧୭ରେ ସମୁଦାୟ ୨୯୩୧ ଜଣ ତୀର୍ଥଯାତ୍ରୀ ରାମେଶ୍ଵରମ୍, ମଦୁରାଇ, ଅଲ୍ଲାହାବାଦ, ବାରଣାସୀ, ଋଷିକେଶ ଓ ହରିଦ୍ୱାରା ଆଦି ତୀର୍ଥ…

"ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ସମ୍ବଲପୁରରୁ ଶିରିଡି, ନାସିକ ଓ ତ୍ରୟମ୍ବକେଶ୍ୱର ଗଲେ ୧୦୦୦ ବରିଷ୍ଠ ତୀର୍ଥଯାତ୍ରୀ"