ପୁରୀ ମହିଳା ସମାବେଶରେ ଯୋଗ ଦେବା ପାଇଁ ଆସନ୍ତା ୨୪ରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା

– ମହିଳା ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହତକର – ମହିଳାଙ୍କ ଅଧିକାର ଏବଂ ମହିଳା ସୁରକ୍ଷା ହେବ ସମାବେଶର ମୁଖ୍ୟ ପ୍ରସଙ୍ଗ – ଆସନ୍ତା ୨୩, ୨୪ ଓ ୨୫ରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତି ବୈଠକ – ୨୩ରେ ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ ଭୁବନେଶ୍ୱର, ତା ୧୧/୦୯ (ଓଡ଼ିଆ ପୁଅ) : ରାଜ୍ୟରେ ମହିଳାଙ୍କ ଅଧିକାର ଏବଂ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଆଗାମୀ ୨୩, ୨୪ ଓ ୨୫ ତାରିଖରେ ପୁରୀଠାରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସମିତି ବୈଠକ ଅନୁଷ୍ଠିତ ହେବ। ୨୩ ତାରିଖ ଦିନ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର…

"ପୁରୀ ମହିଳା ସମାବେଶରେ ଯୋଗ ଦେବା ପାଇଁ ଆସନ୍ତା ୨୪ରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା"

କଂଗ୍ରେସର ଭାରତ ବନ୍ଦ: ଗମନାଗମନ ଠପ: ଦେଣନେଣ କ୍ଷେତ୍ରରେ ଅଚଳାଅବସ୍ଥା

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ତୈଳ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଥିବା ଭାରତୀୟ ଜାତୀୟ କଂଗ୍ରେସର ବନ୍ଦ ପୁରୀରେ ସଫଳ ହୋଇଛି। ପୁରୀରେ ବନ୍ଦର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଥିବା ବେଳେ ଗମନାଗମନ ବ୍ୟବସ୍ଥା ଠପ ହୋଇଯାଇଥିଲା। ସେହିଭଳି ବିଭିନ୍ନ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଦେଣନେଣ କ୍ଷେତ୍ରରେ ଅଚଳାବସ୍ଥା ଉପୁଜିଥିଲା। ବନ୍ଦର ପ୍ରଭାବରେ ସହରରେ ବିଶେଷ ଭାବେ ଅନୁଭୂତ ହୋଇଥିଲା। ସହରର ସମସ୍ତ ଅଞ୍ଚଳର ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାର୍କେଟ, ବଡଶଙ୍ଖ ଆଦି ବଜାର ବନ୍ଦ ରହିଥିଲା। ଶିକ୍ଷାନୁଷ୍ଠାନ ଗୁଡିକ ଛୁଟି ଘୋଷଣା ହୋଇଥିବା ବେଳେ ରାଷ୍ଟ୍ରୀୟତ ଓ ଘରୋଇ ବ୍ୟାଙ୍କ…

"କଂଗ୍ରେସର ଭାରତ ବନ୍ଦ: ଗମନାଗମନ ଠପ: ଦେଣନେଣ କ୍ଷେତ୍ରରେ ଅଚଳାଅବସ୍ଥା"

ସୂଚନା ଅଧିକାର ଅଭିଯାନର ଜନ ଶୁଣାଣୀ

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ସୂଚନା ଅଧିକାର ଅଭିଯାନ ପୁରୀ ଶାଖା ପକ୍ଷରୁ ସଂସ୍କୃତି ଭବନରେ ମୁ ଓ ମୋର ଅଧିକାର ଶୀର୍ଷକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ, ଶିକ୍ଷାବିତ୍ ବିଶ୍ୱରାଜ ପଟ୍ଟନାୟକ, ସମାଜସେବୀ ବିଭୁ ପ୍ରସାଦ ସାହୁ, ରାକେଶ ମିଶ୍ର, ସାମ୍ବାଦିକ ନାରାୟଣ ଦାସ, କୃଷ୍ଣଚନ୍ଦ୍ର ରଥ, ସିର୍ଦ୍ଧାଥ ରାୟ, ବାବୁଲା ପ୍ରସାଦ, ବ୍ରଜବନ୍ଧୁ ମହାରଣା, ଶ୍ୟାମପ୍ରକାଶ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ମତ ନେବା ସହ ଲୋକମାନଙ୍କର ଆଶୁ ଚିକିତ୍ସା ସମାଧାନରେ ନିଜର ସମ୍ଭାବ୍ୟ ଉପାଦାନ ନେବାର ପ୍ରତିଶ୍ରୁତିମାନ…

"ସୂଚନା ଅଧିକାର ଅଭିଯାନର ଜନ ଶୁଣାଣୀ"

ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦାବାଗ୍ନି ଲୀଳା ରୀତିନୀତି ମତେ ଅନୁଷ୍ଠିତ ହୋଇଯାଇଛି। ପ୍ରତିପଦା ତିଥିରେ ଏହି ଲୀଳା ଅନୁଷ୍ଠିତ ହୋଇଥିଲା। ପୌରାଣିକ ଗାଥା ଅନୁଯାୟୀ ଦ୍ୱାପର ଯୁଗରେ କାଳିଆ ଦଳନ ପରେ ଗୋପୀ ଗୋପାଳମାନେ ଘରକୁ ନଯାଇ ଯମୁନା କୂଳରେ ରାତ୍ରିଯାପନ କରିଥିଲେ। ରାତ୍ରିରେ ସେଠାରେ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିର ମଧ୍ୟଭାଗରେ ଗୋପୀ ଗୋପାଳମାନେ ରହି ଯାଇଥିଲେ। ଭଗବାନ ଶ୍ରୀକୃଷ୍ଣ ଗୋପୀ ଗୋପାଳଙ୍କୁ ରକ୍ଷା କରିବାକୁ ଯାଇ ଏହି ଦାବାଗ୍ନିକୁ ଶୋଷଣ କରି ନେଇଥିଲେ। ସେହି ସ୍ମୃତିରେ ଶ୍ରୀକୃଷ୍ଣ ଲୀଳା କ୍ରମରେ ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢ଼ିସନ୍ଧ୍ୟା ଧୂପ…

"ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା"

ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଓଡିଶା ଆଖଡା ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ୭୩ଜଣ ବାଳକ ଓ ୫୧ବାଳିକା ୧୭ବର୍ଷ କମ୍ ବର୍ଗରେ ଅଂଶଗ୍ରହଣ କରିଥିଲେ। ୨୪ଜଣ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ କ୍ରୀଡା ପାଇଁ ମନୋନୀତ କରାଯାଇଛି। ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଖଡା ସଂଘର ସାଧାରଣ ସମ୍ପାଦକ ସବ୍ୟସାଚୀ ରଥ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରାକ୍ତନ ଜିଲ୍ଲା କ୍ରୀଡା ଅଧିକାରୀ ରବିନ୍ଦ୍ରନାଥ ସେନାପତି ମୁଖ୍ୟବକ୍ତା ଭାବେ ଯୋଗ…

"ଜିଲ୍ଲାସ୍ତରୀୟ ଆଖଡା ପ୍ରତିଯୋଗୀତା"

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ

ପୁରୀ:୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ ସଦର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି। ସଂଘ ସଭାପତି କାଳୁଚରଣ ନାୟକ ସେଥିରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ବିଭିନ୍ନ ଦାବି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପରିବର୍ତ୍ତେ +୩ କରାଯିବାକୁ ସଂଘ ଦାବି କରିଛି। ଗ୍ରାମାଞ୍ଚଳରେ ସେମାନଙ୍କ ପ୍ରତି କରାଯାଉଥିବା ର୍ଦୁବ୍ୟବହାର କରାଯାଉଥିବା କେତେକ ସଭ୍ୟ ଅଭିଯୋଗ କରିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଏବଂ ଖାଉଟି କାର୍ଡ ସର୍ଭେ କାର୍ଯ୍ୟରେ ନିୟୋଜିତ…

"ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ବୈଠକ"

୨୪ରେ ଶାହା ଆସିବେ ପୁରୀ! : ବିଜେପି ଶିବିର ଚଳଚଞ୍ଚଳ

ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ପରିବର୍ତ୍ତନ ଭୁବନେଶ୍ୱର;୧୦, ସେପ୍ଟେମ୍ବର (ଓଡ଼ିଆ ପୁଅ) :ଚଳିତ ମାସ ୨୪ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବେ।ପୁରୀରେ ଆୟୋଜିତ ହେବାକୁ ଥିବା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶକ୍ତିକେନ୍ଦ୍ର ସମ୍ମିଳନୀରେ ଶାହା ଯୋଗଦେବେ।ସୂଚନାଯୋଗ୍ୟ ଯେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ସେପ୍ଟେମ୍ବର ୨୯/୩୦ରେ ହେବାର ଥିଲା।କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରାଯାଇ ୨୩, ୨୪ ଏବଂ ୨୫ରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରଶୁଗୁଡା ଏବଂ ତାଳଚେର ଆସିବାକୁ ଥିବା ବେଳେ ୨୪ରେ ଅମିତ ଶାହାଙ୍କ ଗସ୍ତ ଓଡ଼ିଶା ବିଜେପି ଶିବିରକୁ ଚଳଚଞ୍ଚଳ କରିଦେଇଛି।

"୨୪ରେ ଶାହା ଆସିବେ ପୁରୀ! : ବିଜେପି ଶିବିର ଚଳଚଞ୍ଚଳ"

ମଦ ମୁକ୍ତ ଓଡିଶା କରିବ ଯିଏ: ମହିଳା ଭୋଟ ପାଇବ ସିଏ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମା ଘର ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆଜି ୟୁଥ୍ ହଷ୍ଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମା ଘର ଫାଉଣ୍ଡେସନ ରାଜ୍ୟ ଅଧ୍ୟକ୍ଷା ସମାଜସେବୀ ତଥା ଆଇନଜୀବୀ ରୁତୁପର୍ଣ୍ଣା ମହାନ୍ତି କହିଲେ ଯେ ଓଡିଶାକୁ ମଦ ମୁକ୍ତ କରିବା ପାଇଁ ମା ଘର ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ଏହି କାର୍ଯ୍ୟକ୍ରମ ୭ଟି ଜିଲ୍ଲାରେ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲ୍ଲାରେ ସଂଗଠନ ପକ୍ଷରୁ ସଚେତନତା କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାର ଯୋଗୁ କିଭଳି ମହିଳା ଓ ଶିଶୁଙ୍କ ପ୍ରତି ହିଂସା ବଢ଼ୁଛି। ସେ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ…

"ମଦ ମୁକ୍ତ ଓଡିଶା କରିବ ଯିଏ: ମହିଳା ଭୋଟ ପାଇବ ସିଏ"

ଜାତୀୟ ସଫ୍ଟ ବେସବଲ ଟ୍ରଫି ଉନ୍ମୋଚିତ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସଫ୍ଟବେସବଲ ଆସୋସିଏସନ୍ ଓଡିଶା ଆନୁକୂଲ୍ୟରେ ତଥା ସଫ୍ଟବେସ୍ବଲ୍ ଫେଡେରେସନ ଅଫ୍ ଇଣ୍ଡିଆ ସହଯୋଗରେ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ, ପୁରୀ ଠାରେ ଚଳିତ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଚତୁର୍ଥ ଜାତୀୟ ଜୁନିୟର ବାଳିକା ଓ ବାଳକ ସଫ୍ଟବେସବଲ୍ ପ୍ରତିଯୋଗୀତାର ଟ୍ରଫି ଉନ୍ମୋଚିତ ହୋଇଯାଇଅଛି। ଏହି ଉପଲକ୍ଷେ ଅଦ୍ୟ ୧୨.୩୦ ଘଣ୍ଟା ସମୟରେ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃତୀ ଦଳଗୁଡିକୁ ପ୍ରଦାନ କରାଯିବା୍କୁ ଥିବା ୬ଟି ଟ୍ରଫି ବିଧିବଦ୍ଧ ଭାବେ ଉନ୍ମୋଚନ ହୋଇଥିଲା। ସଂଘ ସଭାପତି ପ୍ରେମାନନ୍ଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ ପୂର୍ବତନ…

"ଜାତୀୟ ସଫ୍ଟ ବେସବଲ ଟ୍ରଫି ଉନ୍ମୋଚିତ"

ଅନିଶ୍ଚିତତାରେ ୪୬ ଅସ୍ଥାୟୀ କର୍ମଚାରୀଙ୍କ ଭାଗ୍ୟ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ୟୁଜର୍ସ ଫି’ ଆଦାୟ ବନ୍ଦ ଆଦେଶ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥିବା ବେଳେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି। ଯେଉଁ କର୍ମଚାରୀମାନେ ଏହି ୟୁଜସର୍ସ ଫି’ରୁ ଦରମା ପାଉଥିଲେ ସେମାନଙ୍କ ଭାଗ୍ୟ ଅନିଶ୍ଚିତତା ଭିିତରକୁ ଠେଲି ହୋଇଯାଇଛି। ସରକାର କୌଣସି ବିକଳ୍ପ ବ୍ୟବସ୍ଥା କରିନଥିବାରୁ ଏହି କର୍ମଚାରୀମାନେ ୬ମାସ ହେବ ବିନା ଦରମାରେ କାର୍ଯ୍ୟ କରୁଛନ୍ତି। ଫଳରେ ଯେଉଁ କର୍ମଚାରୀମାନେ ଏହି ଦରମାରୁ ସେମାନଙ୍କ ଗୁଜୁରାଣ ମେଣ୍ଟାଉଥିଲେ, ସେମାନଙ୍କ ପରିବାରରେ ଏବେ ଭାଳେଣି ପଡିଛି। ମିଳିଥିବା ସୂଚନା ମୁତାବକ, ୨୦୦୫ରୁ ୨୦୦୮ ମସିହା ମଧ୍ୟରେ ୪୬ଜଣ…

"ଅନିଶ୍ଚିତତାରେ ୪୬ ଅସ୍ଥାୟୀ କର୍ମଚାରୀଙ୍କ ଭାଗ୍ୟ"