Home ଜିଲ୍ଲା ପରିକ୍ରମା ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

20

ପୁରୀ ୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସଦଭାବନା ସଭାଗୃହ ପରିସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରରେ ଶକ୍ତି ବିଭାଗର ପରାମର୍ଶଦାତା ଇଂ ଅଶୋକ କୁମାର ନନ୍ଦ ସଭାପତିତ୍ୱ କରିବା ସହ ଗୃହ ନିର୍ମାଣ ସମୟ ରେ ଉପଯୁକ୍ତ ବୈଷୟିକ ପରାମର୍ଶ ଅନୁସାରେ ଗୃହ ନିର୍ମାଣ କରାଗଲେ ତାହା ବିଦ୍ୟୁତ ଅପଚୟ କୁ ରୋକିବା, ସୁରକ୍ଷା ପ୍ରଦାନ ଓ ଅଯଥା କ୍ଷତି ରୁ ମୁକ୍ତି ଦେଇଥାଏ ବୋଲି କହିଥିଲେ। ଶକ୍ତି ବିଭାଗର ସି ଇ ସୌରଜିତ ରାୟ, ଏସ ଇ ଶ୍ରୀମୟୀ ମହାଲିକ ଏଥିରେ ଯୋଗ ଦେଇ ବୈଷୟିକ ଜ୍ଞାନ ଓ କୌଶଳ ର ଊପଯୋଗ କରି ଅର୍ଥ ଓ ସମୟ ଅପଚୟ ରୁ ମୁକ୍ତି ସହ ଗୃହକୁ ସୁରକ୍ଷିତ ରଖିବା ଏହି ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।ଏଥିରେ ଗୃହ ନିର୍ମାଣ ଓ ଏହାର ଡିଜାଇନ୍ ସମୟରେ କିପରି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ଶକ୍ତି ସଂର କ୍ଷଣ କରାଯାଇ ପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା। ଶକ୍ତି ବିଭାଗର ମାଷ୍ଟର ଟ୍ରେନର ରାଣା ପ୍ରତାପ ପୋଦାର, ଜିତେନ୍ଦ୍ର କୁମାର ବ୍ୟାସ ଓ ପରାମର୍ଶ ଦାତା ତାରକେଶ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଶିକ୍ଷଣ ଦେଇ ଥିଲେ। ବ୍ୟବସାୟୀକ ପ୍ରତିଷ୍ଠାନ ଓ ବାସଗୃହ ନିର୍ମାଣ ସମୟରେ ଶକ୍ତି ସଂରକ୍ଷଣକୁ ଗୁରୁତ୍ୱ ଦେବାକୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ପୂର୍ତ୍ତ ଓ ଗୃହ ନିର୍ମାଣ, ପୌର ପାଳିକା, ଇଲେକ୍ଟ୍ରିକାଲ, ଗ୍ରାମ୍ୟ ଉନ୍ନୟନ, ସ୍ଥପତି ବିଭାଗରର ଇଂଜିନିୟରମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.