Home ଜିଲ୍ଲା ପରିକ୍ରମା ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତାକୁ ୧୫...

ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତାକୁ ୧୫ ଦିନ ଯାଏଁ ବନ୍ଦ

43

ପୁରୀ ୭-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତାକୁ ୧୫ ଦିନ ଯାଏଁ ବନ୍ଦ କରାଯାଇଛି। ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ବନ୍ଦ ରହିଛି ଏହି ରାସ୍ତା। ଉଭୟ ପାର୍ଶ୍ଵରେ ଥିବା ବ୍ୟବସାୟୀକ ପ୍ରତିଷ୍ଠାନକୁ ମଧ୍ୟ ବନ୍ଦ ରଖାଯାଇଛି। ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ନେଇ ଗତକାଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟବସାୟୀକ ପ୍ରତିଷ୍ଠାନ ସହ ଆଲୋଚନା କରିଥିଲେ।

ବ୍ୟବସାୟୀଙ୍କ ସହମତିରେ ଦୋକାନ ବନ୍ଦ ରଖାଯାଇଥିବା ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ। ତେବେ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି।

ଏହି ନିର୍ମାଣ କାର୍ଯ୍ୟ ସରିବା ପରେ ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଉ ହଇରାଣ, ହରକତ ହେବେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.