Home Top News ବିଜୁ ଜନତା ଦଳର ରଜତ ଜୟନ୍ତୀ ଉତ୍ସବ : ଓଡ଼ିଶା ବାସୀଙ୍କ ସେବାରେ ପଚିଶ ବର୍ଷ

ବିଜୁ ଜନତା ଦଳର ରଜତ ଜୟନ୍ତୀ ଉତ୍ସବ : ଓଡ଼ିଶା ବାସୀଙ୍କ ସେବାରେ ପଚିଶ ବର୍ଷ

30

ମା ମାନେ ଆଗେଇ ଆସନ୍ତୁ ଦାୟିତ୍ଵ ନିଅନ୍ତୁ. ଆପଣ ମାନଙ୍କ ଆଶୀର୍ବାଦ ରହିଲେ ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିଚାଲିବ – ନବୀନ ପଟ୍ଟନାୟକ

ଓଡ଼ିଶା ବାସୀଙ୍କ ବିଶ୍ବାସ ଆମର ଶକ୍ତି. ମା ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ

ଚାଷୀ, କଳାକାର, ପ୍ରଫେସନାଲ୍ସ, କଳାକାର, କ୍ରୀଡାବିତ୍, ସବୁ ବର୍ଗର ଲୋକ, ବିଶେଷ କରି ଯୁବ ପାଢୀଙ୍କୁ ବିଜୁ ଜନତା ଦଳ ରେ ସାମିଲ ହେବାକୁ ଆହ୍ଵାନ
ରାଷ୍ଟ୍ରୀୟ ଦଳ ନୁହେଁ, ଏକ ଆଞ୍ଚଳିକ ଦଳ ବିଜେଡ଼ି ହିଁ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ କରିପାରିବ
ଆମର ଏକମାତ୍ର ସ୍ବାର୍ଥ ହେଉଛି ଓଡ଼ିଶାର ଉନ୍ନତି
ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟନାଦ କରିଚାଲିଥିବ

ପୁରୀ, ୨୬.୧୨ (ଓଡ଼ିଆ ପୁଅ) ବିଜୁ ଜନତା ଦଳ ଆଜି ଗୌରବମୟ ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି। ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ –
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି।
ଜୟ ଜଗନ୍ନାଥ

ଆଜି ବିଜେଡ଼ି ଓଡ଼ିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡ଼ିଶାର ସାଢେ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ। ବିଜେଡ଼ି ସବୁବେଳେ ଓଡ଼ିଶାବାସୀଙ୍କ ପାଖରେ ଋଣୀ।
ମୋତେ ସଦାବେଳେ ଅନ୍ୟ ପାର୍ଟିର ନେତାମାନେ କୁହନ୍ତି … ପାର୍ଲିଆମେଣ୍ଟରେ … ବିଭିନ୍ନ ମିଟିଂରେ … କି BJD is the most successful regional party ever.

କି ବିଜେଡ଼ି ଲୋକଙ୍କ ବିଶ୍ବାସକୁ ବେସ କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି।

ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡ଼ି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି……. ତାହେହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ।

ପ୍ରଥମ – ଗୋଟିଏ ରିଜିଓନାଲ ପାର୍ଟିର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ କେବଳ ଆଜେଣ୍ଡା ରଖିକି କାମ କରିବା। ମୁଁ ଜାଣେ ବିଜେଡ଼ି କେବେ ବି ଏହି ଆଜେଣ୍ଡାରୁ ହଟି ନାହିଁ।
ଆମର ପ୍ରଥମ କର୍ତ୍ତବ୍ୟ ହେଉଛି –
ଆମ ରାଜ୍ୟ ଓ ରାଜ୍ୟବାସୀ
ଓଡ଼ିଶାର ସ୍ବାର୍ଥ
ଓଡ଼ିଶାର ଉନ୍ନତି
ଓଡ଼ିଶାର ଗୌରବ
ଓଡ଼ିଶାର ଭାଷା
ଓଡ଼ିଶାର ସଂସ୍କୃତି
ଓଡ଼ିଆର ସ୍ବାଭିମାନ ପାଇଁ ବିଜେଡ଼ି କାମ କରି ଆସୁଛି।

ଦ୍ବିତୀୟ ହେଲା – ବିଜୁ ବାବୁଙ୍କ ଆଦର୍ଶ। ମୁଁ ସବୁବେଳେ କହିଆସୁଛି Biju Babu was not a Leader, he was a phenomenon and he was completely futuristic – way ahead of his times.

ଏବଂ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡ଼ିଶାର ଉନ୍ନତି ଓ ଓଡ଼ିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା।

ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ।

ତୃତୀୟ ହେଲା – ସ୍ବଚ୍ଛ ଓ ନିର୍ମଳ ଶାସନ

ଆମର ଭେଷ୍ଟେଡ ଇଣ୍ଟ୍ରେଷ୍ଟ ହେଉଛି ଓଡ଼ିଶାର ଉନ୍ନତି। ଓଡ଼ିଶାବାସୀଙ୍କ ଉନ୍ନତି। ଏହାଛଡା ଆମ ଦଳର ଦ୍ବିତୀୟ ଭେଷ୍ଟେଡ ଇଣ୍ଟ୍ରେଷ୍ଟ ନାହିଁ।
ଚତୁର୍ଥ ହେଲା – ମହିଳା ସଶକ୍ତିକରଣ
୨୦୦୦ ମସିହାରୁ ଯେତେବେଳେ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ।
ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି।
ମୁଁ ସବୁବେଳେ କହିଛି, ମା ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ।
ମା’ ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ।
ମା’ ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ।
ଗୋଟେ ନ ହେଲେ, ଅନ୍ୟ ଟି ହେବ ନାହିଁ।
ବିଜେଡ଼ି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ।
ସେ ଆମର ଆଦିବାସୀ ଭାଇଭଉଣୀ ହୁଅନ୍ତୁ …
ଦଳିତ ଭାଇଭଉଣୀ ହୁଅନ୍ତୁ ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ।
ସମସ୍ତଙ୍କ ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ।
ଏବଂ ବିଜେଡ଼ି ସବୁବେଳେ ମାଲକାମଗିରିରୁ ମୟୁରଭଂଜ ପର୍ଯ୍ୟନ୍ତ … ବରଗଡରୁ ପୁରୀ ପର୍ଯ୍ୟନ୍ତ … ସବୁ ଗାଁ, ସବୁ ସହର ଓ ସବୁ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି।
Inclusive growth ଓ regional imbalance ଦୂର କରିବା ଆମର କର୍ତ୍ତବ୍ୟ।
BJD stands for the entire Odisha……. Not just one group or one region or one class.
ଓଡ଼ିଶାର ଯାହା ଯାହା ସମସ୍ୟା ରହିଛି…… ତାକୁ ଦୂରଦୃଷ୍ଟିରେ ରଖିକି….. professionalism ସହିତ ଆମ ଦଳ କାମ କରୁଛି।
ସେ ବନ୍ୟା, ବାତ୍ୟା ହେଉ – disaster managementରେ ଓଡ଼ିଶା ସାରା ପୃଥିବୀରେ ସୁନାମ କରିଛି।
ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ। ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପାଠଉଛୁ।
ଆମ ଭିତ୍ତିଭୂମି ଏବଂ ସ୍ବଚ୍ଛ ଶାସନକୁ ଦେଖିକି – ବହୁତ investment ଆମ ପାଖକୁ ଆସୁଛି – ପିଲାମାନଙ୍କୁ ଚାକିରୀ ମିଳିବ……. ରାଜ୍ୟର ଉନ୍ନତି ହେବ।
ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ସେଥିପାଇଁ କୋଭିଡ ମହାମାରୀ ଟାଇମରେ testingରୁ treatment ସେଥିପାଇଁ freeରେ ଦିଆଗଲା। ଓଡ଼ିଶା ଅନ୍ୟ ରାଜ୍ୟ ମାନଙ୍କୁ oxygen supply କଲା।
BSKY ଭଳି କ୍ରାନ୍ତିକାରୀ scheme ଲାଗୁ କରାଗଲା।
ଆମର commitment ହେଉଛି – ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତାକୁ ବେସ କରି କି କାମ କରୁଛୁ।
ଦେଶ ବିଦେଶରେ ଆମ ସରକାର ଓ ଆମ ଗଭର୍ଣ୍ଣାନ୍ସକୁ ସମସ୍ତେ ପ୍ରଶଂସା କରୁଛନ୍ତି।
It’s a professionally run Government. Which runs on the principles of 5T. It’s a Government sensitive to people’s aspirations and needs, which has initiatives।ike Mo Sarkar to get citizen feedback.

ମୁଁ ଯାହା ବି କହିଲି … ସେ ସବୁ ଗୋଟେ ପଟରେ….. କିନ୍ତୁ, ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା…. ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡ଼ିର କର୍ମୀମାନେ। ଆର ବିଜୁ ପରିବାରର – ବିଜେଡ଼ିର ଲକ୍ଷ ଲକ୍ଷ କର୍ମୀ – You are the soul of BJD.

ଆପଣମାନେ ଶକ୍ତି ଦେଉଛନ୍ତି ବିଜେଡ଼ିକୁ। ଆପଣମାନେ field Level ରେ oppositionର ମୁକାବିଲା କରୁଛନ୍ତି ଓ ଆମ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

ସେଥିପାଇଁ ଏହି ଦଳ ଲୋକଙ୍କର ବିଶ୍ବାସର ପାତ୍ର ହୋଇଛି। ବିଜେଡ଼ି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ।

ଏହା ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ।

ଏହି ଆନ୍ଦୋଳନରେ ପ୍ରତ୍ୟେକ ଘରର participation ରହିବା କଥା।

ଆମ ସ୍ବପ୍ନର ଓଡ଼ିଶା ଗଠନ କରିବାରେ ସହାୟକ ହୁଅନ୍ତୁ।

ଆଉ ୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରାଯିବ।

୨୦ ବର୍ଷ ଆଗରୁ ଓଡ଼ିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ। ଆପଣମାନେ … ସାରା ବିଶ୍ବ …. ତାହା ଜାଣିଛି ଓ ଦେଖୁଛି।

ମୁଁ ଆହ୍ଵାନ କରୁଛି, ଅନୁରୋଧ କରୁଛି, ଓଡ଼ିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି, ଓଡ଼ିଶା ମା ର ସେବା କରିବାକୁ ଚାହୁଁଛନ୍ତି .ସେମାନେ ସମସ୍ତେ ଆସନ୍ତୁ, ବହୁ ସଂଖ୍ୟାରେ ଆସନ୍ତୁ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ।

ସେ professional ହୁଅନ୍ତୁ…social worker ହୁଅନ୍ତୁ….. artiste ହୁଅନ୍ତୁ…. sports persons, ଚାଷୀ …ସେ ଯିଏ ବି ହୁଅନ୍ତୁ, ଯେ କୌଣସି field ରେ ଥାନ୍ତୁ.. ଆସନ୍ତୁ, ବିଶେଷ କରି ଯୁବ ପିଢି, ଯେଉଁମାନେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖୁଛନ୍ତି, ସେମାନେ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ। ଏ ଦଳ ବିଜୁ ଜନତା ଦଳ ଓଡ଼ିଶା ର ଦଳ କାରଣ national party ର agenda ରେ national politics ହିଁ ରହିବ। ସେମାନଙ୍କ agendaରେ ଓଡ଼ିଶା କେବେ ବି ଫୋକସରେ ରହିବ ନାହିଁ। କେବଳ ଗୋଟିଏ regional party … ବିଜୁ ଜନତା ଦଳ ହିଁ ଓଡ଼ିଶାର ଉନ୍ନତି କରିପାରିବ।

ମୋର ବିନମ୍ର ଅନୁରୋଧ, ମା ମାନେ ଆଗେଇ ଆସନ୍ତୁ .

ଦାୟିତ୍ଵ ନିଅନ୍ତୁ.

ମା’ ମାନଙ୍କ ଆଶୀର୍ବାଦ ରହିଲେ ପଚିଶ ବର୍ଷ କଣ, ପଚାଶ ବର୍ଷ କଣ, ବିଜୁ ଜନତା ଦଳ ଶହେବର୍ଷ ବି ସେବା କରି ଚାଲିବ .ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନ ର ଜୟ ନାଦ କରିଚାଲି ଥିବ।
ବନ୍ଦେ ଉତ୍କଳ ଜନନୀ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.