ଜାତୀୟ ଆନ୍ତଃଜିଲ୍ଲା ଆଥଲେଟିକ ମିଟ୍ ପାଇଁ କେନ୍ଦ୍ରାପଡାରୁ ୧୫ଜଣିଆ କ୍ରିଡାବିତଙ୍କ ବିଶାଖାପାଟଣା ଯାତ୍ରା 

କେନ୍ଦ୍ରାପଡା ୨୧/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଚଳିତମାସ ୨୪ରୁ ୨୬ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ୧୫ତମ ଜାତୀୟ ଆନ୍ତଃଜିଲ୍ଲା ଜୁନିୟର ଆଥଲେଟିକ ମିଟ୍ – ୨୦୧୭ ଅନୁଷ୍ଠିତ ହେବ। ଏଥିରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୬୦୦ ମିଟର, ୧୦୦୦ ମିଟର ଦୈାଡ, ଉଚ୍ଚାଡିଅାଁ, ଲମ୍ବଡିଅାଁ, ସର୍ଟଫୁଟ୍, ଡିସକସ୍ ଥ୍ରୋ, ଜାଭେଲିନ୍ ଥ୍ରୋ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୧୩ଜଣ କ୍ରିଡାବିତ୍ଙ୍କୁ ନେଇ ୩ଜଣ ମ୍ୟାନେଜର ଓ କୋଚ ଆଜି ବିଶାଖାପାଟଣା ଯାତ୍ରା କରିଛନ୍ତି। କ୍ରିଡାବିତ୍ ମାନେ ହେଲେ କେନ୍ଦ୍ରାପଡା ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଛାତ୍ର ସେକ୍ ତସିଫ ଅକ୍ତର, ଏମ୍.ଡି. ଦିଲବର ଅଲ୍ଲୀ,…

"ଜାତୀୟ ଆନ୍ତଃଜିଲ୍ଲା ଆଥଲେଟିକ ମିଟ୍ ପାଇଁ କେନ୍ଦ୍ରାପଡାରୁ ୧୫ଜଣିଆ କ୍ରିଡାବିତଙ୍କ ବିଶାଖାପାଟଣା ଯାତ୍ରା "

ଦାନପୁର ପଞ୍ଚାୟତର ଅଙ୍ଗନୱାର୍ଡୀ କର୍ମୀ ନିଯୁକ୍ତି ବିଜ୍ଞାପନ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର 

କେନ୍ଦ୍ରାପଡା ୨୧/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ଗ୍ରାମ ପଞ୍ଚାୟତର ଭାଗବତପୁର ଓ ଦାନପୁର ଗ୍ରାମର ଅଙ୍ଗନୱାଡୀ କର୍ମୀ ପଦବୀ ଖାଲି ପଡିଥିବାରୁ ଡେରାବିଶ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜାନା ପ୍ରକଳ୍ପ ପକ୍ଷରୁ କେବଳ ଭାଗବତପୁର ଗ୍ରାମର ୱାର୍ଡ ନଂ-୯ରେ ଅଙ୍ଗନୱାର୍ଡୀ କର୍ମୀ ନିଯୁକ୍ତି ପାଇ ଏକ ବିଜ୍ଞାପନ ପ୍ରକାଶ କରାଯାଇଛି । କିନ୍ତୁ ଦାନପୁର ଗ୍ରାମର ୱାର୍ଡ ନଂ – ୬ ଓ ୭ ରେ ଖାଲିଥିବା ଅଙ୍ଗନୱାଡୀ କର୍ମୀ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶ କରାଯାଇନାହିଁ । ଏଣୁ ଭାଗବତପୁର ୱାର୍ଡ ନଂ – ୯ ପାଇଁ ପ୍ରକାଶ କରାଯାଇଥିବା ବିଜ୍ଞାପନକୁ ବାତିଲ କରାଯାଇ ଦାନପୁର ପଞ୍ଚାୟତର…

"ଦାନପୁର ପଞ୍ଚାୟତର ଅଙ୍ଗନୱାର୍ଡୀ କର୍ମୀ ନିଯୁକ୍ତି ବିଜ୍ଞାପନ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର "

ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ଥ ଚାଷିଙ୍କୁ କ୍ଷତିପୂରଣ ଦାବିରେ ସିପିଆଇ ପକ୍ଷରୁ ଦାବିପତ୍ର

  କେନ୍ଦ୍ରାପଡା ୨୧/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ) ଜିଲ୍ଲା କମିଟି ପକ୍ଷରୁ ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହେତୁ ଚାଷୀ କୂଳର ମେରୁଦଣ୍ଡ ଦୋହଲି ଯାଇଥିବାରୁ କ୍ଷତିଗ୍ରସ୍ତ ଏହି ଚାଷୀ ମାନଙ୍କୁ ଅବଗତ କରି କ୍ଷୟକ୍ଷତିର ଆକଳନ କରାଯିବା, ଏକର ପ୍ରତି ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ଜିଲ୍ଲାରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା, ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମଞ୍ଜି, ସାର ଯୋଗାଇଦେବା, ଋଣ ଛାଡ କରି ବିନା ସୁଧରେ ଋଣ ପ୍ରଦାନ କରିବା ପ୍ରଭୃତି ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା କମିଟି ପକ୍ଷରୁ ଆଜି ଅତିରିକ୍ତ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

"ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ଥ ଚାଷିଙ୍କୁ କ୍ଷତିପୂରଣ ଦାବିରେ ସିପିଆଇ ପକ୍ଷରୁ ଦାବିପତ୍ର"

ପାରିବାରିକ କଳହ: ବାପାର ଛୁରାମାଡରେ ପୁଅ ଗୁରୁତର !

କେନ୍ଦ୍ରାପଡା – ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ପାରିବାରିକ କଳହ ଯୋଗୁ କେନ୍ଦ୍ରାପଡା ସହରର ଟାଉନବଳରାମପୁର ଗ୍ରାମର ଜନୈକ ବାପ ନିଜ ପୁଅକୁ ଛୁରାମାଡ କରିବା ଓ ପୁଅ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହେବା ଘଟଣା ଏଠାରେ ଆଲୋଡନ ସୃଷ୍ଟି କରିଛି । ତେବେ ଘଟଣା ସଂପର୍କରେ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ପୋଲିସ ପ୍ରକାଶ କରିଥିବା ବେଳେ ମାମଲା ପଛରେ କଣ ରହସ୍ୟ ରହିଛି ସେ ବିଷୟରେ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି ।

"ପାରିବାରିକ କଳହ: ବାପାର ଛୁରାମାଡରେ ପୁଅ ଗୁରୁତର !"

ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

କେନ୍ଦ୍ରାପଡା – ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ଭାରତୀୟ ଜନତାପାର୍ଟି ପକ୍ଷରୁ କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଆଜି ଦାହକରାଯାଇଛି । ଭୂବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବେଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଛୁରାମାଡ ଘଟଣା ଏହାର ଜୂଳନ୍ତ ପ୍ରମାଣ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହାର ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ବିଜେପି ପକ୍ଷରୁ ସଭାପତି ଦୁର୍ଯ୍ୟୋଧନ ସାହୁ , ଯୁବମୋର୍ଚ୍ଚା ସଭାପତି ଦିଲ୍ଲିପ ଦାସ , ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା , ଉର୍ମିଳା ସେଠୀ…

"ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ"

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ ଅଧିକାର ଦିବସ ପାଳିତ

କେନ୍ଦ୍ରାପଡା ୨୦/୧୧ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ )– ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀକ ଶିଶୁ ଅଧିକାର ଦିବସ ଆଜି ସ୍ଥାନୀୟ କାକଟସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ,ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ ଡା.ସତ୍ୟବ୍ରତ ଚୈାଧୁରୀ,ସହକାରୀ ଜିଲ୍ଲାପାଳ ନମିତା ବାରିକ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲିପ କୁମାର ନାୟକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅପରାହ୍ନରେ ଅନୁଷ୍ଠିତ ଉଦଯାପନି ଉସôବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସୂାଇଁ ମୁଖ୍ୟଅତିଥି ଭାବେ…

"ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ ଅଧିକାର ଦିବସ ପାଳିତ"

କେନ୍ଦ୍ରାପଡାରେ ଅତିରିକ୍ତ ସବଜଜ୍ କୋର୍ଟ ଉଦଘାଟିତ

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ଜଜକୋର୍ଟ   ପରିସରରେ ଆଜି ଏକ ଅତିରିକ୍ତ ସବଜଜ କୋର୍ଟ ଜିଲ୍ଲାଜଜ ଗୈାରୀଶଙ୍କର ଶତପଥୀ ଉଦଘାଟନ କରିଥିଲେ । ଏହି କୋର୍ଟ ଉଦଘାଟନ ଫଳରେ ଜିଲ୍ଲାର ଜନସାଧାରଣ ଆଇନ ସେବା ତ୍ୱରିତ ପାଇବାକୁ ସହଜ ହେବ ବୋଲି ଜିଲ୍ଲାଜଜ ଶ୍ରୀ ଶତପଥୀ ପ୍ରକାଶ କରିଥିଲେ । ଏଥିସହିତ ଅତିରିକ୍ତ ସବଜଜ ଭାବେ ପଦ୍ମଲୋଚନ ବଡଜେନା ଆଜି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଉଦଘାଟନି ଉସôବରେ ଅତିରିକ୍ତ ଜିଲ୍ଲାଜଜ ପ୍ରଜ୍ଞା ପାଣିଗ୍ରାହୀ,ପରିବାର ଅଦାଲତ ଜଜ ସନ୍ତୋଷ କୁମାର ଜେନା,ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସବିତା ଦାସ,ଜିଲ୍ଲା ଜଜ କୋର୍ଟ ରେଜିଷ୍ଟ୍ରାର ହ୍ୃଷିକେଶ ଆଚାର୍ଯ୍ୟ,ଜିଲ୍ଲା ଆଇନ ସେବା…

"କେନ୍ଦ୍ରାପଡାରେ ଅତିରିକ୍ତ ସବଜଜ୍ କୋର୍ଟ ଉଦଘାଟିତ"

ବେସରକାରୀ କଲେଜ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ବେସରକାରୀ କଲେଜ ଶିକ୍ଷକ ସଂଘର କେନ୍ଦ୍ରାପଡା ଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ ସଭାପତି ଅଧ୍ୟାପକ ରଘୁନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୨୫ଟି ସାହାଯ୍ୟପ୍ରାପ୍ତ ମହାବିଦ୍ୟାଳୟରୁ ଶତାଧିକ ଅଧ୍ୟାପକ ଓ ବିଭିନ୍ନ ବର୍ଗର କର୍ମଚାରୀ ଯୋଗଦେଇ ସେମାନଙ୍କର ଚାକିରି ସମସ୍ୟା ସଂପର୍କରେ ସରକାରଙ୍କ ଘୋଷଣା କରାଯାଇଥିବା ଖଣ୍ଡିତ ଅନୁଦାନ ପ୍ରଦାନ, ରାଜ୍ୟ ସରକାରୀ ପ୍ରାପ୍ତ ଅଧ୍ୟାପକ ମାନଙ୍କ ପଦୋନ୍ନତି, ୟୁଜିସି ଦରମାହାର ସଂପ୍ରସାରଣ, ସପ୍ତମ ବେତନ କମିଶନ ଅନୁମୋଦିତ ଦରମା ପ୍ରଦାନ, ଚାକିରି ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ନତୁବା ସରକାରୀ ହାରରେ ସମସ୍ତ ସୁବିଧା ସୁଯୋଗ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି…

"ବେସରକାରୀ କଲେଜ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ସାମ୍ବିଧାନିକ ସମ୍ମିଳନୀ"

ପଂଚାୟତ ସ୍ତରୀୟ ବିଶ୍ୱ ଶୈାଚାଳୟ ଦିବସ ପାଳିତ

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) –ବିଶ୍ୱ ଶୈାଚାଳୟ ସପ୍ତାହ ପାଳନ ଅବସରରେ ରବିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ପଂଚାୟତର ସରପଂଚ ଜୀନତ ପ୍ରିୟଦର୍ଶୀନୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ସଭାରେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ପରିଚାଳନା ସଂସ୍ଥାର ମାର୍ଶାଘାଇ କ୍ଲଷ୍ଟର ସଂଯୋଜକ ଚୈାଧୁରୀ ଆଲୋକ କୁମାର ନାୟକ,କେନ୍ଦ୍ରାପଡା କ୍ଲଷ୍ଟର ସଂଯୋଜକ ଦିଗବିଜୟ ଦାସ,ସି.ଏଲ.ଟି.ଏସ. ମୋଟିଭେଟର ଫକିର ଚରଣ ବାରିକ,ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଯୋଗଦେଇ ଉପସ୍ଥିତ ପଂଚାୟତର ଜନସାଧାରଣ,ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା,ପଂଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଓ କର୍ମଚାରୀମାନଙ୍କୁ ଶୈାଚାଳୟ ବ୍ୟବହାର ଦ୍ୱାରା…

"ପଂଚାୟତ ସ୍ତରୀୟ ବିଶ୍ୱ ଶୈାଚାଳୟ ଦିବସ ପାଳିତ"

ନୈତିକ ଓ ସାଂସ୍କୃତିକ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

କେନ୍ଦ୍ରାପଡା ୨୦/୧୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )– ସର୍ବ ଭାରତୀୟ ନୈତିକ ଓ ସାଂସ୍କୃତିକ ପ୍ରଚେଷ୍ଟା ପ୍ରଶିକ୍ଷଣ ଫାଉଣ୍ଡେସନ ପକ୍ଷରୁ ରବିବାର କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଉଚ୍ଚବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଅବସରରେ ସ୍ଥାନୀୟ ସାନ୍ତସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଉଦଘାଟନୀ ଉସôବରେ ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଅନଙ୍ଗ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜ୍ୟ ଆଇ.ଏମ୍.ସି.ଟି.ର କାର୍ଯ୍ୟକାରି ସଭାପତି ମୁରଲି ମନୋହର ଶର୍ମା ଯୋଗଦେଇ ଉସôବକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଦୈନିକ ଶ୍ୃତିର ସଂପାଦକ ସର୍ବେଶ୍ୱର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ…

"ନୈତିକ ଓ ସାଂସ୍କୃତିକ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା"