Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ଏଚ.ଡି.ଏଫ.ସି. ବ୍ୟାଙ୍କ ଶାଖା ଉଦଘାଟିତ

କେନ୍ଦ୍ରାପଡାରେ ଏଚ.ଡି.ଏଫ.ସି. ବ୍ୟାଙ୍କ ଶାଖା ଉଦଘାଟିତ

18

କେନ୍ଦ୍ରାପଡ଼ା, ୨୦ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏଚ.ଡି.ଏଫ.ସି. ବ୍ୟାଙ୍କ ଓଡିଶାରେ ଏହାର ୧୯୭ ତମ ଶାଖା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ତାହାର ୫ମ ଶାଖା ଆରମ୍ଭ କରିଛି। ଏଚ.ଡି.ଏଫ.ସି. ବ୍ୟାଙ୍କର ଏହି ଶାଖାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଫିତାକାଟି ଉଦଘାଟନ କରିଛନ୍ତି। ଏଥିସହିତ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ମଧ୍ୟ ଏହି ଅବସରରେ ଋଣ ଚେକ ପ୍ରଦାନ କରାଯାଇଥିଲା। ବ୍ୟାଙ୍କର କ୍ଲଷ୍ଟର ମୁଖ୍ୟ ସଂଗ୍ରାମ ଦାସ ଏବଂ ଶାଖା ପରିଚାଳକ ସନ୍ଦୀପ ନାଥଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଋଣ ବାବଦ ଚେକପ୍ରଦାନ କରିଥିଲେ। ଦୁଇ ଚକିଆ ଯାନ, ଚାରିଚକିଆ ଯାନ ପାଇଁ ଏଚ.ଡି.ଏଫ.ସି. ବ୍ୟାଙ୍କ ଋଣ ପ୍ରଦାନ କରିଥିଲା। ବ୍ୟାଙ୍କର କ୍ଲଷ୍ଟର ମୁଖ୍ୟ ଶ୍ରୀ ଦାସ କହିଥରଲେ ଯେ କେନ୍ଦ୍ରାପଡା ସହରରେ ବିଶ୍ୱ ସ୍ତରୀୟ ସେବା ତଥା ସମସ୍ତ ପ୍ରକାର ଋଣ ଯୋଗାଇବା ପାଇଁ ଏଚ.ଡି.ଏଫ.ସି. ବ୍ୟାଙ୍କ ପ୍ରତିଶୃତି ବଦ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.