Home କେନ୍ଦ୍ରାପଡ଼ା ସମ୍ବାଦ ସାହିତ୍ୟ ଘରର ମାସିକ ଆସର ଓ ଶ୍ରଦ୍ଧାଞ୍ଜଳି ସଭା

ସମ୍ବାଦ ସାହିତ୍ୟ ଘରର ମାସିକ ଆସର ଓ ଶ୍ରଦ୍ଧାଞ୍ଜଳି ସଭା

37

କେନ୍ଦ୍ରାପଡ଼ା, ୧୮ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ସମ୍ବାଦ ସାହିତ୍ୟ ଘର କେନ୍ଦ୍ରାପଡାର ମାସିକ ଆସର ଅବସରରେ ସଂଗ୍ରାମୀ ଜନନେତା ପୂର୍ବତନ ସାଂସଦ ମୋହନ ଜେନାଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଅବନ୍ତୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ବାମପନ୍ଥୀନେତା ଉମେଶ ଚନ୍ଦ୍ର ସିଂ, ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ସମାଜସେବୀ ଅଧ୍ୟାପକ ଅଜୟ ରାଉତ, ମେଜର ଭରତ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ସଂଗ୍ରାମୀ ଜନନେତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ତାଙ୍କୁ ଓଡିଶାରେ ବାମପନ୍ଥୀ ଛାତ୍ର ଆନ୍ଦୋଳନ ଓ ସାମାଜିକ ନ୍ୟାୟ ଆନ୍ଦୋଳନର ଅଗ୍ରଯୋଦ୍ଧା ଭାବେ ଅବିହିତ କରିଥିଲେ। କେନ୍ଦ୍ରାପଡା ମାଟିରେ ଛାତ୍ର ଜୀବନରୁ ନିଜର ସାମାଜିକ ସାଂଗଠନିକ ଜୀବନ ଆରମ୍ଭ କରିଥିବା ସଂଗ୍ରାମୀ ଜେନା ଜଣେ ପୂର୍ବତନ ସାଂସଦ ବା ରାଜନେତା ନୁହେଁ ବରଂ ଜଣେ ସଂଗ୍ରାମୀ ଜନନେତା, ସାମାଜିକ ଓ ଅର୍ଥନୈତିକ ନ୍ୟାୟ ଆନ୍ଦୋଳନର ଯୋଦ୍ଧା ଭାବରେ ଅଗଣିତ ସାଧାରଣ ମଣିଷଙ୍କ ମଧ୍ୟରେ ସେ ସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ। ସଭାର ଦ୍ୱିତୀୟ ଭାଗରେ କବି ନୃସିଂହ ଚରଣ ତ୍ରିପାଠୀ ଓ ଶରତ ରାଉତଙ୍କ ସଂଯୋଜନାରେ କବିତା ପାଠରେ କବିମାନେ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଶିଷ ସେନାପତି, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଅମର ପ୍ରସାଦ ରାଉତ, ରାମକୃଷ୍ଣ ଦାଶ, ରଣଧୀର ଜେନା, ଅବଧୂତ ରାଉତ, ବୈଷ୍ଣବ ସ୍ୱାଇଁ, ନିରାକାର ଜେନା, ଶୈଳବାଳା ସାମଲ, ପବିତ୍ର ମୋହନ ପଟ୍ଟନାୟକ, ଶରତ ସାମଲ, ଅନିରୁଦ୍ଧ ଆଚାର୍ଯ୍ୟ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ସଂଗଠନର ସମ୍ପାଦକ ଆଦିକନ୍ଦ ରାଉଳ ପୂର୍ବାଭାଷ ଦେଇଥିବା ବେଳେ ନିରୂପମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.