Home କେନ୍ଦ୍ରାପଡ଼ା ୧୨ଲକ୍ଷ ଟଙ୍କା ଠକେଇ ମାମଲାରେ ବିଜେଡି ନେତା ସଂପୃକ୍ତ ପୋଲିସ ଉଦାସୀନତା ଅଭିଯୋଗ

୧୨ଲକ୍ଷ ଟଙ୍କା ଠକେଇ ମାମଲାରେ ବିଜେଡି ନେତା ସଂପୃକ୍ତ ପୋଲିସ ଉଦାସୀନତା ଅଭିଯୋଗ

74

କେନ୍ଦ୍ରାପଡ଼ା, ୧୮ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏକ ୧୨ଲକ୍ଷ ଟଙ୍କା ଠକେଇ ମାମଲାରେ ଜନୈକ ଛାତ୍ର ବିଜେଡି ନେତା ସଂପୃକ୍ତ ଥିବାରୁ ପୋଲିସର ଉଦାସୀନତା ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତଗୁଲନଗର ଗ୍ରାମର କେଦାର ସେଠୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ଅନୁ୍‌ଯାୟୀ ତାଙ୍କୁ ୨ଗୁଣ୍ଠ ଜମି ୧୨ଲକ୍ଷ ଟଙ୍କାରେ ବିକ୍ରୀ କରିବାକୁ କହି ବଣିଆମାଳ ଗ୍ରାମର ରାଜେନ୍ଦ୍ର କୁମାର ରାଉତରାୟଙ୍କ ପତ୍ନୀ ଜୟନ୍ତୀ ଲେଙ୍କା ଓ ତାଙ୍କ ପୁଅ ସ୍ୱରୂପ ରାଉତରାୟ ପ୍ରଥମ କିସ୍ତିରେ ଗତ ୨୦୧୭ମସିହା ଅପ୍ରେଲମାସ ୪ତାରିଖରେ ୩ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ପରେ ବିଭିନ୍ନ କିସ୍ତିରେ ଆଉ ୯ଲକ୍ଷ ଟଙ୍କା ଏପରି ମୋଟ ୧୨ଲକ୍ଷ ଟଙ୍କା ନେଇଥିଲେବି କେଦାରଙ୍କୁ ଜମି ଦେଇନଥିଲେ। ଏସମ୍ପର୍କରେ କେଦାର ବାରମ୍ବାର ସେମାନଙ୍କ ବଣିଆମାଳସ୍ଥିତ ବାସଭବନକୁ ବାରମ୍ବାର ଦୈାଡି ଦୈାଡି ନୟାନ୍ତ ହୋଇଥିଲେବି ଉଭୟ ଅଭିଯୁକ୍ତ ଜମି କିମ୍ବା ଟଙ୍କା ଦେଇନଥିଲେ। କେଦାରଙ୍କ ପତ୍ନୀ ପୁଷ୍ପଲତା କର୍କଟ ରୋଗରେ ଆକ୍ରାନ୍ତ ହୋଇ ପଡିବାରେ ତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡିଥିଲା। ତେଣୁ କେଦାର ଉଭୟ ଅଭିଯୁକ୍ତଙ୍କ ଘରକୁ ଯାଇ ସେ ଜମି ନେବା ପାଇଁ ପ୍ରଦାନ କରିଥିବା ୧୨ଲକ୍ଷ ଟଙ୍କା ତାଙ୍କୁ ଯଥାଶୀଘ୍ର ଫେରସ୍ତ କରିବାକୁ ଉଭୟ ଅଭିଯୁକ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ଜୟନ୍ତୀ ଭାରତୀୟ ଷ୍ଟେଟବ୍ୟାଙ୍କର ଏକ ୯ଲକ୍ଷ ଟଙ୍କାର ଚେକ ଓ ସ୍ୱରୂପ ଏଚ.ଡି.ଏଫ.ସି. ବ୍ୟାଙ୍କର ଏକ ୩ଲକ୍ଷ ଟଙ୍କାର ଚେକ କେଦାରଙ୍କୁ ଦେଇଥିଲେ। କିନ୍ତୁ କେଦାର ଉଭୟ ଚେକକୁ ତାଙ୍କ ବ୍ୟାଙ୍କ ପାସବୁକରେ ଜମା କରିଥିଲେ ମଧ୍ୟ ଉଭୟ ଚେକ ବାଉନସ ହୋଇ ଫେରି ଆସିଥିଲା। ଏସମ୍ପର୍କରେ କେଦାର ଯାଇ ସେମାନଙ୍କୁ ଜଣାଇବା ପରେ ଜୟନ୍ତୀ ଏନେଇ ବ୍ୟସ୍ତ ନହେବାକୁ କହିବା ସହ କେଦାରଙ୍କ ଘରକୁ ଯାଇ ତାଙ୍କ ୧୨ଲକ୍ଷ ଟଙ୍କା ଦେଇ ଆସିବେ ବୋଲି କହିଥିଲେ। କିନ୍ତୁ ଗତ ୨୦୨୨ମସିହା ଡିସେମ୍ବରମାସ ୧୮ତାରିଖ ରାତିରେ କେଦାର ଘରକୁ ଫେରୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ଉଭୟ ଜୟନ୍ତୀ ଓ ତାଙ୍କ ପୁଅ ସ୍ୱରୂପ ତାଙ୍କୁ ଅଟକାଇ ମରଣାନ୍ତଙ୍କ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିବା ଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ତାଙ୍କ ପକେଟରେ ଥିବା ନଗଦ ୧୮ଶହ ଟଙ୍କା ଛଡେଇ ନେଇଥିବା କେଦାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ସଦର ଥାନାରେ ଗତ ତା ୨୪.୧୨.୨୦୨୨ରିଖରେ ୫୯୨/୨୦୨୨ରେ ଆଇ.ପି.ସି. ର ୩୪୧, ୨୯୪, ୫୦୬, ୩୨୩, ୩୭୯, ୩୦୭ ଓ ୩୪ଦଫାରେ ଏବଂ ଅନୁସୂଚିତ ଜାତି ଜନଜାତୀ ନିର୍ଯ୍ୟାତନା ନିବାରଣ ଆଇନ ୩(୧)(ଆର), ୩(୧)(ଏସ), ୩(୨)(ଭିଏ)ରେ ପୋଲିସ ମାମଲା ରୁଜୁ କରିଛି। କିନ୍ତୁ ସ୍ୱରୂପ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ହୋଇଥିବାରୁ ପୋଲିସ ଏଭଳି ସଂଗିନ ମାମଲାରେ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା କିମ୍ବା ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରୁନଥିବା କେଦାର ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସଦର ଥାନା ଅଧିକାରୀ ପବିତ୍ର ମହାରଣାଙ୍କୁ ପଚାରିବାରେ ସେ କୁହନ୍ତି ଯେ ଏସ.ସି. ଏସ.ଟି. ମାମଲା ହୋଇଥିବାରୁ ଏସଡିପିଓ ଏହି ଘଟଣାର ତଦନ୍ତ କରୁଛନ୍ତି। ଅଭି÷ଯାଗକାରୀ ଶ୍ରୀ ସେଠୀ କୁହନ୍ତି ଯେ ଶାସକ ଦଳର ହୋଇଥିବାରୁ ଏଭଳି ସଂଗୀନ ମାମଲାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁନାହିଁ। ସେ ବାଧ୍ୟ ହୋଇ ନ୍ୟାୟ ପାଇବା ନିମନ୍ତେ ସପରିବାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.