Home କେନ୍ଦ୍ରାପଡ଼ା ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ”

ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ”

27

କେନ୍ଦ୍ରାପଡ଼ା, ୨୦-୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କଲେଜ ଖେଳପଡିଆରେ ପଡିଥିବା ପଲ୍ଲୀଶ୍ରୀ ମେଳାରେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି “ଥିଲେ ଦିାନ୍ତୁ ନଥିଲେ ନିଅନ୍ତୁ”। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁମାନଙ୍କ ପାଖରେ ଅତିରିକ୍ତ କପଡା, ଶୀତବସ୍ତ୍ର ପ୍ରଭୃତି ଅଛି ସେମାନେ ଏଠାରେ ସେସବୁ ଦେଇପାରିବେ ଏବଂ ଯେଉଁମାନଙ୍କର ଆବଶ୍ୟକତା ଅଛି ସେମାନେ ଏଠାରୁ ସେସବୁ ନେଇପାରିବେ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ବିଦାୟକ ଶଶିଭୂଷଣ ବେହେରା ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓଡିଶାର ସୁନାମଧନ୍ୟ ସମାଜସେବୀ ଗଗନ ପାଇଟଲଙ୍କ ସହଯୋଗରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଦେବକାନ୍ତ କର, କିଶୋର କୁମାର ନାୟକ, ଅନୁପ କୁମାର ରାଉତ, ଲିଟୁ ରିବାଜଉଦିନ, ରଞ୍ଜନ କୁମାର ଲେଙ୍କାଙ୍କ ସମେତ ବର୍ତ୍ତମାନ ଏନସିସି ବାଳକ ବିଭାଗର ସମସ୍ତ କ୍ୟାଡେଟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅ।।ସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.