ମୋରାବାଇରେ ମେଗା ରକ୍ତଦାନ ଶିବିର

ପୁରୁଷୋତ୍ତମପୁର,୧/୯ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଵର୍ଗତ ରଘୁନାଥ ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକ ଅବସରରେ ପୁରୁଷୋତ୍ତମପୁର ବ୍ଲକର ମୋରାବାଇ ଗ୍ରାମରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଵର୍ଗତ ରଘୁନାଥ ସାହୁଙ୍କ ଧର୍ମ ପତ୍ନୀ ହେମ ସାହୁ, ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, ଅତିରିକ୍ତ ଆରକ୍ଷୀ ଅଜୟ ପ୍ରତାପ ସ୍ବାଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତାପଣ୍ଡା, ଆୟୋଜକ ନିର୍ମଳ ଚନ୍ଦ୍ର ସାହୁ ଓ ସାହୁ ପରିବାର ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ। ଅତିଥି ବୃନ୍ଦ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିବା ସହ ଭୂୟୟୀ ପ୍ରଶଂସା କରିଥିଲେ। ଯୁବପିଢ଼ୀ…

"ମୋରାବାଇରେ ମେଗା ରକ୍ତଦାନ ଶିବିର"

ବ୍ଲକ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ

ପୁରୁଷୋତ୍ତମପୁର,୨୯/୮: (ଓଡିଆପୁଅ/ସୁଦାମ ମହାରଣା) ପୁରଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମସ୍ଥିତ ଭୂୟାଁ ଦେବୀ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀଙ୍କ ସଭାପତିତ୍ବ ଏକ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତାପଣ୍ଡା, ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ସାବତ, ଭୀଷ୍ମ ଚାର୍ଯ୍ୟ ଚୌଧୁରୀ (ମିଡ଼ିଆ ସେଲ), ସୁରେଶ ଚନ୍ଦ୍ର ତ୍ରିପାଠୀ (ୱଟସ ଆପ୍ ସେଲ),ଜିଲ୍ଲା ବିଜେଡି ଉପସଭାପତି ଅରୁଣ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ, ଯୁବ ବିଜେଡି ଉପ ସଭାପତି ନିର୍ମଳ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗୁରୁତ୍ୱ ଦେଇଛନ୍ତି।…

"ବ୍ଲକ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ"

ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଁସା

ପୁରୁଷୋତ୍ତମପୁର,୧/୯:(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଁସା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଘର୍ଷ ଘଟିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ସୂଚନାଯୋଗ୍ୟ, ଅଧ୍ୟାପକ ପ୍ରଦୀପ କୁମାର ସାହୁଙ୍କ ପରିବେଶ ବିଜ୍ଞାନ କ୍ଲାସ ଚାଲିଥିବା ବେଳେ ଗଣେଶ ପୂଜା ସକାଶେ ୨ଅଧ୍ୟାପକ କ୍ଲାସକୁ ଆସି ଶ୍ରେଣୀ ପ୍ରତିନିଧି ବାଛିବା ପାଇଁ କହିଥିଲେ। ହଠାତ ଏହି ସମୟରେ ଅନ୍ୟ ଶ୍ରେଣୀର କିଛି ଛାତ୍ର ସଂଘବଦ୍ଧ ଭାବେ କ୍ଲାସ ରୁମରେ ପଶି ଦୀପକ ଗୌଡ(+୩ ବିଜ୍ଞାନ ପ୍ରଥମ ବର୍ଷ) ନାମକ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଅଧ୍ୟକ୍ଷ…

"ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଁସା"

ଆମ ପୋଲିସ ସମିତି ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

ପୁରୁଷୋତ୍ତମପୁର,୨୬/୮- (ଓଡ଼ିଆ ପୁଅ/ସୁଦାମ ମହାରଣା) ଆମ ପୋଲିସ ସମିତି ପକ୍ଷରୁ ଏହି ବ୍ଲକର ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି।ଏହିଅବସରରେ ଉପଖଣ୍ଡ ସ୍ଥରୀୟ ପୋଲିସ ଅଧିକାରୀ ଅଶ୍ବିନୀ କୁମାର ସାହୁ ସଭାପତି ତ୍ବକରିଥିଲେ। ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ତଥା ବିଡିଓ ପି.ଅନ୍ବେଷା ରେଡି, ତହସିଲଦାର ଡ.ଈପ୍ସିତା ପ୍ରିୟଦ୍ରଶନୀ ମିଶ୍ର, ସିଡିପିଓ ସବିତା ଚ୍ୟାଉ ପଟ୍ଟନାୟକଙ୍କ, ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ଆଇନ କାନୁନ ବିଷୟରେ ଅବଗତ କରାଇଥିଲେ, ଓ ୧୬ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ଥାନା ଅଧିକାରୀ ଅଜୟ କୁମାର ବାରିକ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ…

"ଆମ ପୋଲିସ ସମିତି ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ"

ପୁରୁଷୋତ୍ତମପୁର ବ୍ଲକରେ ନୂତନ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ

ପୁରୁଷୋତ୍ତମପୁର, ୨୫/୮-(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବ୍ଲକରେ ଆଇ.ଏ.ଏସ୍. (ପ୍ରୋବେସନାଲ)ପି.ଅନ୍ବେଷା ରେଡ୍ଡୀ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ବିଡ଼ିଓ ଲୋକନାଥଦଳ ବେହେରା ଙ୍କୁ ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇ ଯାଇଥିଲା।ସ୍ଥାନୀୟ ତହସିଲଦାର ଡ.ଈପ୍ସିତା ପ୍ରିୟଦ୍ରଶନୀ ମିଶ୍ର ଭାରପ୍ରାପ୍ତ ବିଡିଓ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ନୂତନ ବିଡ଼ିଓଙ୍କୁ ବ୍ଲକ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ସରକାରଙ୍କ ଯୋଜନା ଗୁଡିକ ତ୍ବରିତ୍ କାର୍ଯ୍ୟ କାରି ଉପରେ ଗୁରୁତ୍ୱ ଦେଇଛନ୍ତି।

"ପୁରୁଷୋତ୍ତମପୁର ବ୍ଲକରେ ନୂତନ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ"

୫ ଜଣ ଡକାୟତ ଗିରଫ : ବନ୍ଧୁକ, ଜୀବନ୍ତ ଗୁଳି ଜବତ

ବ୍ରହ୍ମପୁର ୧୮-୮ (ଲଡ଼ୁ କିଶୋର ଦାଶ) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ମିଳିଛି ଏକ ବଡ ସଫଳତା। ପୋଲିସ ୫ ଜଣ ଡକାୟତକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ, ୩ଟି ଜୀବନ୍ତ ଗୁଳି , ୧ଟି ହାତ ତିଆରି ବନ୍ଧୁକ, ନଗଦ ୧୨ ହଜାର ଟଙ୍କା, ୨ ଗୋଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନା ରେ ବହୁ ମାମଲା ଥିବା ବେଳେ ହାଇଓ୍ଵେରେ ଲୁଟପାଟ ଚାଳାଉଥିବା ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି।

"୫ ଜଣ ଡକାୟତ ଗିରଫ : ବନ୍ଧୁକ, ଜୀବନ୍ତ ଗୁଳି ଜବତ"

ରେଳଧାରଣାରୁ ମହିଳା ଡାକ୍ତରଙ୍କ ଶବ ଉଦ୍ଧାର-ପୋଲିସର ତଦନ୍ତ ଆରମ୍ଭ

ଛତ୍ରପୁର ୧୭-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ)-ଗଞ୍ଜାମ ଜିଲ୍ଲା ସଦର ମହୁକୁମା ଛତ୍ରପୁର ଠାରେ ରେଳ ଧାରଣାରେ କଟି ଜଣେ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଛତ୍ରପୁର ଅଞ୍ଚଳର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ରଘୁନାଥ ଦାଶଙ୍କ ଝିଅ ଅର୍ଚ୍ଚନା ଦାଶ। ଅର୍ଚ୍ଚନା ଗତ ଚାରି ବର୍ଷ ପୂର୍ବେ ଭୁବନେଶ୍ୱର ଗାଡ଼କଣ ଅଂଚଳର ଡାକ୍ତର ଅଞ୍ଜନ ଦାଶଙ୍କୁ ବିବାହ କରିଥିଲେ। କିନ୍ତୁ ଅନେକ ସମୟରେ ପାରିବାରିକ କଳହ ଯୋଗୁଁ ମାନସିକ ଚିନ୍ତାରେ ରହୁଥିଲେ। ଏପରିକି ଚାକିରି ଛାଡି ବାପାଙ୍କ ଘରେ ରହିବା ସହ ସିନ୍ଦୁରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରି ଭାବେ ଅର୍ଚ୍ଚନା ଏବେ କାର୍ଯ୍ଯରତ ଥିଲେ। ଶୁକ୍ରବାର ସକାଳୁ ତାଙ୍କର ମୃତଦେହ…

"ରେଳଧାରଣାରୁ ମହିଳା ଡାକ୍ତରଙ୍କ ଶବ ଉଦ୍ଧାର-ପୋଲିସର ତଦନ୍ତ ଆରମ୍ଭ"

ଜାଭଡ଼େକରଙ୍କର ବକ୍ତବ୍ୟ ଉପରେ ବିଜେଡ଼ିର ମତ

ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକରଙ୍କର ବକ୍ତବ୍ୟ ଉପରେ ମତ ରଖି ବିଜୁ ଜନତା ଦଳ ତାଙ୍କର ଆକ୍ଷେପକୁ ସଂପୂର୍ଣ୍ଣ ଭାବରେ ଭିତ୍ତିହୀନ, ହାସ୍ୟାସ୍ପଦ ଏବଂ ଅପ୍ରାସଂଗିକ ବୋଲି ମତ ରଖିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକଶିତ ହେଉଛି ଏବଂ ଏହି ବିକାଶ ତନ୍ତ୍ରକୁ ଦେଖି ବିଜେପିର କେନ୍ଦ୍ରମନ୍ତ୍ରୀ ଭୟଭୀତ ହେଉଛନ୍ତି। ହତାଶା ଯୋଗୁ ଏ ପ୍ରକାରର ଅବାନ୍ତର ଆକ୍ଷେପ ଆଣୁଛନ୍ତି। ବିଜେଡି ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ଅନେକ ପ୍ରସଂଶା ଏବଂ ପୁରସ୍କାରରେ ସମ୍ମାନିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କ ମତ କେବଳ ରାଜନୀତି ଦ୍ୱାରା ପ୍ରାୟୋଜିତ ବୋଲି…

"ଜାଭଡ଼େକରଙ୍କର ବକ୍ତବ୍ୟ ଉପରେ ବିଜେଡ଼ିର ମତ"

ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିରେ ଅଗ୍ନିକାଣ୍ଡ

ଛତ୍ରପୁର ୧୪-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଛତ୍ରପୁର ଠାରେ ଆରଟିଓଙ୍କ ଦ୍ୱାରା ଗାଡ଼ିର ଫିଟନେସ୍ ପାଇଁ ଆସିଥିବା ଏକ ଗାଡ଼ି ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ସମୟରେ ସେଥିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ୍ ଯୋଗୁଁ ହୋଇଥାଏ ବୋଲି ଅନୁମାନ କରାଯାଉଛି। ବ୍ରହ୍ମପୁରର ସଞ୍ଜୁଲତା ବେହେରାଙ୍କ ଏହି ଗାଡ଼ି ବୋଲି ଜଣାପଡ଼ିଛି। ନିଆଁ ଲାଗିଥିବା ଗାଡ଼ିଟି ହେଉଛି ମାରୁତି ଅମିନି। ଖବର ପାଇ ଛତ୍ରପୁର ଦମକଳବାହିନୀ ନିଆଁକୁ ଆୟତ କରିଥିଲେ। ଏହି ଟିମରେ ଏ.ଆର୍ ନାୟକ, ସିଏସ୍. ବି.ବି ସାମନ୍ତରାୟ, ଏସ୍. କେ. ବାସିରୁଦ୍ଧିନ୍, ସୁମନ ମହାଲିକ୍, ଦୀପକ ସାହୁ ଓ. କେ.ଏସ୍ ପରିଡ଼ା ଥିଲେ।

"ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିରେ ଅଗ୍ନିକାଣ୍ଡ"

କବିସୂର୍ଯ୍ୟନଗର ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ: ଆନ୍ଦୋଳନ ଦାନା ବାନ୍ଧୁଛି

କବିସୂର୍ଯ୍ୟନଗର ୧୪/୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଂଜାମ କବିସୂର୍ଯ୍ୟନଗର ଲୋକନାଥ ବଜାର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ବ୍ୟବହାର ଦିନକୁ ଦିନ ଅତି କଦର୍ଯ୍ୟ ଆଡକୁ ଗତି କରୁଛି। ଷ୍ଟେଟ ବ୍ୟାଙ୍କରେ ଭତ୍ତା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ତଥା ପେନସନ ଭୋଗୀମାନଙ୍କ ସଂଖ୍ୟା ଅଧିକ ଥିବା ହେତୁ ସକାଳ ୯ ଘଣ୍ଟ ନବାଜୁଣୁ ବହୁ ଦୂର ଦୂରାନ୍ତରରୁ ଗ୍ରାହାକମାନଙ୍କ ଲମ୍ବା ଲାଇନ ଲାଗିଥାଏ। ତେବେ ସବୁଠାରୁ ପରିତାପର ବିଷୟଯେ କିଛି କର୍ମଚାରୀ ମାସମାସ ଧରି ଛୁଟିରେ ରହୁଥିବା ବେଳେ ଆଉ କିଛି କର୍ମଚାରୀ କାର୍ଯ୍ୟ ସମୟରେ ଫୋନରେ ଗପିବାରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି। ଖାଲି ସେତିକି…

"କବିସୂର୍ଯ୍ୟନଗର ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ: ଆନ୍ଦୋଳନ ଦାନା ବାନ୍ଧୁଛି"