ମା କନକେଶ୍ବରୀ ଘରୋଇବସ୍ ମାଲିକ ସଂଘ କର୍ମକର୍ତ୍ତା ଚୟନ

ପୁରୁଷୋତ୍ତମପୁର,୨୨/୯(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ମା’କନକେଶ୍ବରୀ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ଚୟନ ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରେ ଶରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହି ଭବାନୀଶଙ୍କର ମିଶ୍ର ସଭାପତି, ଉମାଶଙ୍କର ବେହେରା ଉପ ସଭାପତି, ନିଳାଞ୍ଚଳ ପଣ୍ଡା ସମ୍ପାଦକ, ସନ୍ତୋଷ କୁମାର ସାହୁ, କୈଳାସ ଚନ୍ଦ୍ର ମିଶ୍ର କୋଷାଧ୍ୟକ୍ଷ, ଭାସ୍କରପଣ୍ଡା, ସନତ୍ କୁମାର ପଣ୍ଡା ଉପଦେଷ୍ଟା, ସିମାଞ୍ଚଳ ମିଶ୍ର, ପ୍ରଭାତ ପଟ୍ଟନାୟକ ଆଇନ୍ ପରାମର୍ଶ ଦାତା ସହ ଏକ ୧୦ଜଣିଆ କମିଟି ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ସଂଘ ପକ୍ଷରୁ ଜନସାଧାରଣ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ ସହ ସଡ଼କ ସୁରକ୍ଷା ନେଇ ଜନସଚେତନତାକୁ…

"ମା କନକେଶ୍ବରୀ ଘରୋଇବସ୍ ମାଲିକ ସଂଘ କର୍ମକର୍ତ୍ତା ଚୟନ"

ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ୮ ଗିରଫ

ବ୍ରହ୍ମପୁର ୨୨-୯ (ଓଡ଼ିଆ ପୁଅ): ଛତ୍ରପୁର ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ (୩୫)ଙ୍କ ହତ୍ୟାକାଣ୍ଡ ଘଟଣାରେ ଆଠ ଜଣ ଆରୋପୀଙ୍କୁ ଆଜି ପୋଲିସ୍ ଗିରଫ କରିଛି। ପୁଲିସର କହିବା ଅନୁଯାୟୀ ତିନିଟି ସ୍ୱତନ୍ତ୍ର ଟିମ୍ ଦ୍ୱାରା ଖଡଗପୁରରୁ ଚାରି ଜଣଙ୍କୁ ଏବଂ ଓଡିଶାରୁ ଅନ୍ୟ ଚାରି ଜଣଙ୍କୁ ଗିରଫ କରାଯାଇଛି। ବହୁତ ଶିଘ୍ର ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ନାୟକକୁ ମଧ୍ୟ ଗିରଫ କରାଯିବ। ବିଶ୍ୱସନୀୟ ସୂତ୍ରରୁ ଜଣା ପଡ଼ିଛିଯେ, ତିନିମାସ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ମିଶିଥିବା ଏହି ଘଟଣାର ମୁଖ୍ୟ ଆରୋପୀ କୃଷ୍ଣ ନାୟକ ଯୋଜନାବଦ୍ଧ ଭାବରେ ଏହି ଘଟଣାକୁ ଘଟାଇଥିଲା। ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଏବଂ ୨୦୧୪…

"ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ୮ ଗିରଫ"

ପୁରୁଷୋତ୍ତମପୁର ରେ ବିଶ୍ବକର୍ମା ପୂଜା ପାଳିତ

ପୁରୁଷୋତ୍ତମପୁର,୧୭/୯(ଓଡିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ୍ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ, ଗାଡି ଗ୍ୟାରେଜ୍, ଶିଳ୍ପ ତାଲିମ କେନ୍ଦ୍ର ଏହି ପୂଜା ଧୁମ୍ଧାମ୍ ରେ ପାଳିତ ହୋଇଯାଇଛି। ସେହିପରି ଅରଖପୁର ଗ୍ରାମରେ ଅନନ୍ତ ବଂଶ ବିଶ୍ବକର୍ମା ସମାଜ (ବଢେଇକୁଳ)ର କର୍ମକର୍ତ୍ତା ହରିହର ମହାରଣା, ପ୍ରଭାକର ମହାରଣା,ସୁଦାମ ମହାରଣା, ପ୍ରଭାକର ମହାରଣା, ଆଦିତ୍ୟ ମହାରଣା, ଦତରାଜ,ରାହୁଲ ଉପସ୍ଥିତ ରହି ମୁଖ୍ୟ ପୁରୋହିତ ଷୋଡସ ଉପଚାରରେ ସମସ୍ତ ପୂଜାବିଧି ସମ୍ପାଦନା କରିଥିଲେ। ସଂନ୍ଧ୍ୟା ଆଳତୀ ,ସାଂସ୍କୃତିକ କାର୍ଯ୍ୟ କ୍ରମ ଦେଖିବାପାଇଁ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଛି।

"ପୁରୁଷୋତ୍ତମପୁର ରେ ବିଶ୍ବକର୍ମା ପୂଜା ପାଳିତ"

ପୋଲସରା ରେ ଟିଉସନ ମାଳମାଳ ଟିଉସନ ଚଳାନ୍ତି ସରକାରୀ ଅଧକ୍ଷ ,ଅଧ୍ୟାପକ ଓ ଶିକ୍ଷକ

ପୋଲସରା ୧୨-୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ସହରରେ ବିନା ପଞ୍ଜି କରଣରେ ମାଳମାଳ ଟିଉସନ, ପ୍ରାଥମିକ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ମହା ବିଦ୍ୟାଳୟର ଅଧକ୍ଷ ଓ ଅଧ୍ୟାପିକଙ୍କ ପର୍ଯ୍ୟନ୍ତ।ପିଲାଙ୍କୁ ବାଧ୍ୟ ବାଧକ କରାଇ ଟିଉସନ କରାନ୍ତି। ଟିଉସନ ନକଲେ ଫେଲ ହେବାର ୯୯℅ ସୁନିଶ୍ଚିତ, ଏଣୁ ବାଧ୍ୟହୋଇ ପିଲାଏ ଟିଉସନ କରନ୍ତି।ଏପଟେ ବିଦ୍ୟଳୟ ଏବଂ ମହା ବିଦ୍ୟାଳୟରେ ଶିକ୍ଷକ ମାନେ ଉଦେଶ୍ୟ ମୂଳକ ଭାବରେ କ୍ଲାସ କରନ୍ତି ନାହିଁ।ଏଣୁ କଲେଜ ରାଜ ନୀତିରେ ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ ର ସୁତ୍ରପାତ କରନ୍ତି।ସରକାରୀ ଆଦେଶକୁ ଅଣଦେଖା କରି ପୋଲସରା ଅଞ୍ଚଳରେ ଚାଲିଥିବା ଟିଉସନ ମାନଙ୍କୁ ପଞ୍ଜିକୃତ କରାଇ ବେକାରୀ ଶିକ୍ଷିତ ଯୁବକ ଏବଂ…

"ପୋଲସରା ରେ ଟିଉସନ ମାଳମାଳ ଟିଉସନ ଚଳାନ୍ତି ସରକାରୀ ଅଧକ୍ଷ ,ଅଧ୍ୟାପକ ଓ ଶିକ୍ଷକ"

ପୁରୁଷୋତ୍ତମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ପୁରୁଷୋତ୍ତମପୁର ୧୧/୯ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଏନ୍.ଏ.ଏସି ଅଧ୍ୟକ୍ଷା ୱାଇ ରାଣିକୁମାରୀ ମୁଖ୍ୟ ଅତିଥି ,ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ଆଚାରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ।ଏହି ବିଦ୍ୟାଳୟର ୬,୭,୮ମ ଶ୍ରେଣୀର ୨୪୨ଜଣ ଛାତ୍ରୀ ଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ।ଏହି ଅବସରରେ ପ୍ରଧାନଶିକ୍ଷକ ଅରକ୍ଷିତପଣ୍ଡା,ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମ କୁ ହିନ୍ଦୀ ଶିକ୍ଷକ ପରିଚାଳନା କରିଥିଲେ।

"ପୁରୁଷୋତ୍ତମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ"

ଖଲିକୋଟ ନିର୍ବାଚନମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଲକରେ ବିଜେଡି ର କାର୍ଯ୍ୟକାରିଣୀ ବୈଠକ

ପୁରୁଷୋତ୍ତମପୁର ୧୦/୯(ଓଡିଆ ପୁଅ/ସୁଦାମ ମହାରଣା) ଖଲିକୋଟ ନିର୍ବାଚନ ମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଲକ୍ ର ୧୫ଗୋଟି ପଞ୍ଚାୟତ କୁ ନେଇ ଏକ ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ରଣଝାଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ନଗର ବିଜେଡି ସଭାପତି ବାସୁଦେବ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଆସ୍କା ସାଂସଦ ଲଡୁକିଶୋର ସ୍ବାଇଁ ,ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଓ ଅନ୍ୟ  ପ୍ରମୁଖ ଅତିଥିବୃନ୍ଦ ମଞ୍ଚାସିନ ରହି ରାଜ୍ୟସରକାର ଙ୍କର ଜନହିତକର ଯୋଜନା ଗୁଡିକର ସଫଳତା ଉପରେ ଆଲୋକପାତ କରିଥିଲେ।’ଆମ ଗାଁ,’ଆମ ବିକାଶ” କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଙ୍କର ସମସ୍ୟା ବୁଝିବା ସକାଶେ କର୍ମୀମାନଙ୍କୁ ଉଦ୍ ବୋଧନ ଦେଇଥିଲେ।ବୈଠକ କୁ ଆସିଥିବା ଗରିବ,ଦିନମଜୁରିଆ,ବିଧବା ମହିଳାମାନେ ରେଶନ୍କାର୍ଡ…

"ଖଲିକୋଟ ନିର୍ବାଚନମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଲକରେ ବିଜେଡି ର କାର୍ଯ୍ୟକାରିଣୀ ବୈଠକ"

କରଚୁଲି ପଞ୍ଚାୟତର ଅବହେଳିତ ସିଙ୍ଗିପୁର

ବୁଗୁଡା ୬-୯ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର ସିଙ୍ଗିପୁର ସ୍ୱାଧୀନତାର ସତୁରିବର୍ଷ ପରେ ମଧ୍ୟ ଯେମିତି ସ୍ୱାଧିନତା ପାଇନାହିଁ ଭଳି ଲାଗୁଛି। କାରଣ ସେଠାକାର ଲୋକେ, ମୌଳିକ ଅଧିକାର ପାଇଁ ଯୋଗାଯୋଗ କିମ୍ବା ଅଭିଯୋଗ କଲେ ପ୍ରଶାସନିକ ଅଧିକାରୀମାନେ ତ ଶୁଣନ୍ତି ନାହିଁ। ଲୋକ ପ୍ରତିନିଧିମାନେ ଦାଉ ସାଧି ସେମାନଙ୍କୁ ବିଭିନ୍ନ କେଶରେ ଛନ୍ଦି ଭୟଭୀତ କରାନ୍ତି। ବୁଗୁଡା ବ୍ଲକ ଠାରୁ ମାତ୍ର ୧୭. କି.ମି ଦୂରରେ ଥିବା ସିଙ୍ଗିପୁର ବର୍ତ୍ତମାନ ଅପହଞ୍ଚ ଇଲାକାରେ। ଗମନା ଗମନରେ ସୁବିଧା ନଥିଲାବେଳେ ଛୋଟଛୋଟ ପିଲାମାନେ ସ୍କୁଲ ନିକଟରେ ଥିବା ଏକ ନାଳକୁ ପାରକରି ଯାଇଥାନ୍ତି। ଯିବାପାଇଁ ରାସ୍ତାଟିଏ ମଧ୍ୟ ନାହିଁ,…

"କରଚୁଲି ପଞ୍ଚାୟତର ଅବହେଳିତ ସିଙ୍ଗିପୁର"

ଅରଖପୁର ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ଦୀପଦାନ ଓ ଅନ୍ନପ୍ରସାଦ ବଣ୍ଟନ

ପୁରୁଷୋତ୍ତମପୁର ବ୍ଲକ୍ ୩/୯(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଅରଖପୁର ଗ୍ରାମର ବଡଦାଣ୍ଡ ସାହିରେ ଗଣେଶ ପୂଜା ବଡ ଧୁମ୍ଧାମ୍ ରେ ପାଳନ କରାଯାଇଛି।ଏହି ପୂଜା ଅବସରରେ ଗାଁ ର ବଡ ମେଢ ସାଙ୍ଗକୁ ସାନ୍ଧ୍ୟା ଆଳତୀ ଓବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି।ପୂଜା କମିଟି ପକ୍ଷରୁ ଆଜି ସନ୍ଧ୍ୟା ସମୟରେ ଦୀପଦାନ(୧୫୧୫) ଓଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ପୂଜାକମିଟିର ସଦସ୍ୟ ଅଶ୍ବସ୍ଥମା ପଣ୍ଡା, ରାଇମୋହନ ପଣ୍ଡା, ସଞ୍ଜୟ ପ୍ରଧାନ, ଜିତୁନ୍ ପ୍ରଧାନ, ମିଥୁନ ପ୍ରଧାନ, ଦୀପକ ନାହାକ, ପ୍ରଭାକର ମହାରଣା,ସୁଦର୍ଶନ ନାହାକ, ସୁଦୁରୁ ପ୍ରଧାନ, ଲୋକାନାଥ ପ୍ରଧାନ ଙ୍କ ସମେତ ଗ୍ରାମବାସୀ ବୃନ୍ଦ ପରିଚାଳନା ରେ ସହଯୋଗ…

"ଅରଖପୁର ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ଦୀପଦାନ ଓ ଅନ୍ନପ୍ରସାଦ ବଣ୍ଟନ"

ଗଂଜାମ ଜିଲ୍ଲାର ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ -ହସପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ୧୯/୦୮/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତିରଂଜନ ଦାସ) ବ୍ରହ୍ମପୁରର ଏମ.କେ.ସି.ଜି.ମେଡିକାଲ କଲେଜ ହସପିଟାଲରେ ଜଣେ ସନ୍ଦିଗ୍ଧ ସ୍ୱାଇନ ଫ୍ଲୁ ରୋଗୀ ଭର୍ତ୍ତି ହୋଇଛନ୍ତି। ବ୍ରହ୍ମପୁର ଉପକଣ୍ଠ କନିଷି ଗ୍ରାମ ନିବାସୀ ଶ୍ରୀ ସୁରେଶ କୁମାର ଶର୍ମା ଜ୍ୱରରେ ପୀଡିତ ହୋଇଥିଲେ।ପ୍ରାଥମିକ ନିଦାନ ପରେ ସନ୍ଦେହରେ ତାଙ୍କୁ ସ୍ୱାଇନ ଫ୍ଲୁ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ତାଙ୍କ ରକ୍ତର ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଗଂଜାମ ଜିଲ୍ଲାରେ ଶ୍ରୀ ଶର୍ମା ପ୍ରଥମ ସ୍ୱାଇନ ଫ୍ଲୁ ପୀଡିତ ବ୍ୟକ୍ତି ବୋଲି ସୂଚନା ଦିଆଯାଇଛି। ରୋଗୀ ଜଣକ ଉତ୍ତର ପ୍ରଦେଶ ଯାଇ ଫେରିବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି।

"ଗଂଜାମ ଜିଲ୍ଲାର ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ -ହସପିଟାଲରେ ଭର୍ତ୍ତି"

ତାରାତାରିଣୀ ମହାବିଦ୍ୟାଳୟ ରେ +୨ସିଟ୍ ବୃଦ୍ଧି ନହେଲେ ଆନ୍ଦୋଳନ

ପୁରୁଷୋତ୍ତମପୁର, ୧୭/୮ (ଓଡିଆ ପୁଅ/ସୁଦାମ ମହାରଣା) ତାରାତାରିଣୀ ମହାବିଦ୍ୟାଳୟ ପୁରୁଷୋତ୍ତମପୁର ଏନ.ଏ.ସି ଅବସ୍ଥିତ ଥିଲେ ମଧ୍ୟ ଏହି କଲେଜରେ ସ୍ଥାନୀୟ ବ୍ଲକ୍ ର ୨୬ ଟି ପଞ୍ଚାୟତ ସମେତ ବାହାର ବ୍ଲକ୍ ର ମଧ୍ୟ ଛାତ୍ରଛାତ୍ରୀ ପାଠପଢିବା ପାଇଁ ନିର୍ଭରଶିଳ ହୋଇଥାଆନ୍ତି। କିନ୍ତୁ ଦୁଃଖର ବିଷୟ ପୁରୁଷୋତ୍ତମପୁର ବ୍ଲକ୍ ର ଅନେକ ତଫସିଲଭୁକ୍ତ ଅନୁସୂଚିତ ଜାତି ଓ ଜନଜାତି ର ଛାତ୍ରୀ ମାନେ +୨ରେ ନାମଲେଖାବାରୁ ବଞ୍ଚିତ ହୋଇ ଅନ୍ୟ ଦୂରଦୂରାନ୍ତ କଲେଜରେ ନାମ ଲେଖାଇଛନ୍ତି। ନିଜ ଘର ଠାରୁ ପ୍ରାୟ ୪୦କି.ମିରୁ ଅଧିକ ଦୂର ହୋଇଥିବାରୁ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନଥିବାବେଳେ ଅନେକ ଆର୍ଥିକ ଅଭାବରୁ କଲେଜ କୁ ଯାଉନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା…

"ତାରାତାରିଣୀ ମହାବିଦ୍ୟାଳୟ ରେ +୨ସିଟ୍ ବୃଦ୍ଧି ନହେଲେ ଆନ୍ଦୋଳନ"