Home Top News କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ରହ୍ମପୁର ଗ୍ରସ୍ତ : ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ରହ୍ମପୁର ଗ୍ରସ୍ତ : ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

54

ବ୍ରହ୍ମପୁର : ୧୦-୦୭ (ଓଡ଼ିଆ ପୁଅ/ଜ୍ୟୋତିରଞ୍ଜନ ଦାସ) ବିଶ୍ୱର ଅନେକ ଗରିବ ରାଷ୍ଟ୍ର ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାକୁ ପସନ୍ଦ କରୁଛନ୍ତି। ଭାରତ ବିଶ୍ୱଗୁରୁ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ଆଜି ଗୋଳନ୍ଥରା ନିକଟ ଶ୍ରୀ ଈଶାନେଶ୍ୱର ମନ୍ଦିର ପାର୍ଶ୍ଵରେ ଗଞ୍ଜାମ ଜିଲ୍ଲା ବି ଜେ ପି ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତ୍ତା ସମାବେଶ ତଥା ବନ୍ଧୁ ମିଳନରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ୱ, ପାରଦର୍ଶିତା ଓ କେନ୍ଦ୍ରୀୟ ଯୋଜନା ଗୁଡିକର ସୂଚନା ଦେଇ ସେଗୁଡିକର ବାର୍ତ୍ତା ଲୋକଙ୍କ ଠାରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ।

ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ମହିଳା ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନ ଡି ଏ ପ୍ରାର୍ଥୀ କରି ଓଡିଶା ବାସୀଙ୍କ ପ୍ରତି ତାଙ୍କ ଭଲ ପାଇବା ପ୍ରକାଶ କରିବା ସହ ଓଡ଼ିଶାବାସୀଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି।

କରୋନା କାଳରେ ପ୍ରବାସୀ ଓଡ଼ିଆଙ୍କ ସେବା, ଘର ବାହୁଡା ଓ ଅନ୍ୟାନ୍ୟ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଲୋକାଭିମୁଖୀ ଯୋଜନା କରିଥିବା ପ୍ରଧାନମନ୍ତ୍ରୀ ” ଶ୍ରୀ ମୋଦି ହେ ତୋ ମୁମ କିନ ହେ” ବୋଲି ସେ ନାରା ଦେଇଥିଲେ।

ବିକାଶ ଓ ପ୍ରଗତି କ୍ଷେତ୍ରରେ ଓଡିଶାକୁ ପ୍ରଧାନମନ୍ତ୍ରୀ ” ପ୍ରୟୋଗଶାଳା ” କରିଥିଲା ସୂଚାଇ ଓଡ଼ିଶାରେ ରେଳବାଇର ସଂପ୍ରସାରଣ ଠାରୁ ଆରମ୍ଭ କରି ସମସ୍ତ ବିକାଶ ପାଇଁ କେନ୍ଦ୍ରୀୟ ବଜେଟରେ ଅନୁଦାନ ଯୋଗାଇଥିବା ସେ ଉଲ୍ଲେଖ କରିଥିଲେ।

ଓଡିଶା ସରକାର ଜମି ଯୋଗାଇଲେ ବ୍ରହ୍ମପୁର ରେ ବିମାନ ବନ୍ଦର କରାଯିବ ବୋଲି ସେ ପ୍ରକାଶ କରିବା ସହ ଲାଉଡି ଗାଁ ଠାରେ ନିର୍ମାଣାଧୀନ ଆଇଜର ଅନୁଷ୍ଠାନ କୁ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟନ କରିବା ପ୍ରୟାସ ଚାଲିଥିବା କହିଥିଲେ।

ଏହି ସମାବେଶରେ ବି ଜେ ପି ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା ପୌରହିତ୍ୟ କରିଥିବା ବେଳେ ଦଳୀୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉଦବୋଧନ ଦେଇଥିଲେ।

ଏହାପୂର୍ବରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଲାଉଡି ଗାଁ ଠାରେ ନିର୍ମାଣାଧୀନ ଆଇ ଆଇ ଏସ ଇ ଆର ଅନୁଷ୍ଠାନର ଛାତ୍ରାବାସ କୋଠାକୁ ଉଦଘାଟନ କରି ସେଠାର ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.