Home Top News ଆସନ୍ତାକାଲି ମା’ ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ମା’ ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

69

– ବ୍ୟବସ୍ଥା ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ଆସନ୍ତାକାଲି ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ। ସାରା ଗଞ୍ଜାମ ଜିଲ୍ଲା ଉତ୍ସବ ମୁଖରିତ। ତିନି ଦିନ ଧରି ଚାଲିଛି ପ୍ରତିଷ୍ଠା ଯଜ୍ଞ। ଆସନ୍ତାକାଲି ଯଜ୍ଞର ପୂର୍ନାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସଂପନ୍ନ ହେବ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଭାବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଅସନ୍ତାକାଲି ଏହି ଉତ୍ସବରେ ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କର ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରି ଆୟୋଜନ ସଂପର୍କରେ ଅନୁଧ୍ୟାନ କରିବା ସହିତ ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଆଲୋଚନା କରିଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ମା’ଙ୍କୁ ଦର୍ଶନ କରିବା ସହିତ ପୂଜାର୍ଜନା କରିଛନ୍ତି। ପରେ ସେମାନେ ମନ୍ଦିର ପରିସର, ମୁଣ୍ଡନ ଗୃହ, ବଡ଼ ପ୍ରସାଦ ସେବନ ଗୃହ, ପ୍ରଶାସନିକ ଭବନ, ଭିୟୁ ପଏଣ୍ଟ ଓ ମନ୍ଦିର ଚତୁର୍ପାର୍ଶ୍ୱ ଅଞ୍ଚଳ ବୁଲି ଦେଖିଥିଲେ। ଏହାସହିତ ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ ସହିତ ଭିଡ଼ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅଗ୍ନି ସୁରକ୍ଷା, ବିଦ୍ୟୁତ ଯୋଗାଣ ଓ ପରିମଳ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଏସ୍‌ପି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.