ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ: ନିର୍ବାଚନ ପ୍ରଚାରରେ ସରକାରୀ ଗାଡିର ବ୍ୟବହାର କରିଥିବା କାରଣରୁ ସ୍ନେହାଙ୍ଗିନୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଦାବି

– ନାଲି ଅକ୍ଷରରେ ମିନିଷ୍ଟର ବୋଲି ଲେଖା ହୋଇଥିବା କାର୍ ନମ୍ବର ଓଡି୧୭ଏଫ୍ ୮୮୯୯ ରେ ମନ୍ତ୍ରୀ ଶ୍ରୀମତି ଛୁରିଆ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ – ନିର୍ବାଚନରେ ସରକାରୀ ଅର୍ଥର ବ୍ୟବହାରରେ ଜନମତକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଛି ବିଜେଡି – ଜିଲ୍ଲାର ଜଣେ ମନ୍ତ୍ରୀ ସରକାରୀ କଳକୁ ବ୍ୟବହାର କରି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଥିବା କାରଣରୁ ତାଙ୍କ ବିରୁଦ୍ଧରେ ଆଦର୍ଶ ଆଚରଣ ବିଧିର ସ୍ୱଷ୍ଟ ଉଲ୍ଲଂଘନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଭୁବନେଶ୍ୱର, ତା.୦୯/୦୨(ଓଡ଼ିଆ ପୁଅ): ରାଜ୍ୟ ସରକାରଙ୍କର ମନ୍ତ୍ରୀ ତଥା ବରଗଡ ଜିଲ୍ଲାର ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଜେପୁର ଉପନିର୍ବାଚନ…

"ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ: ନିର୍ବାଚନ ପ୍ରଚାରରେ ସରକାରୀ ଗାଡିର ବ୍ୟବହାର କରିଥିବା କାରଣରୁ ସ୍ନେହାଙ୍ଗିନୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଦାବି"

ବିଜେପୁର ରାଜନୀତି: ବିଜେପି ଏବଂ ବିଜେଡି କର୍ମୀ ଛାଡ଼ି କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ତା ୮.୨ (ଓଡ଼ିଆ ପୁଅ) – ଗାଇସିଲେଟ୍ ବ୍ଲକର ରାଏସଲପଦର ଗ୍ରାମ ପଞ୍ଚାୟତର ପ୍ରମୁଖ ବିଜେପି ଏବଂ ବିଜେଡି କର୍ମୀ ଗତକାଲି ସେମାନଙ୍କର ନିଜ ନିଜ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଜାତୀୟ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପ୍ରଣୟ ସାହୁଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। କର୍ମୀମାନେ ହେଲେ ଭୁତବାହାଲ ବିଜେଡିର ୱାର୍ଡ ସଭାପତି ଜଙ୍ଗଲୁ ବାଗ ଓ ଗୌର ବାଗ, ରାଏସଲପଦର ସ୍କୁଲ…

"ବିଜେପୁର ରାଜନୀତି: ବିଜେପି ଏବଂ ବିଜେଡି କର୍ମୀ ଛାଡ଼ି କଂଗ୍ରେସରେ ଯୋଗଦେଲେ"

ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରଗଡ ଜିଲ୍ଲା ଏସପିଙ୍କ ବଦଳି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ : ବିଜେପି

– ଶାସକ ବିଜେଡିର ସରକାରୀ କଳର ଅପବ୍ୟବହାର ଉପରେ ତୀକ୍ଷଣ ନଜର ରଖିଛୁ ଭୁବନେଶ୍ୱର, ତା.୦୭/୦୨ (ଓଡ଼ିଆ ପୁଅ) : ରାଜ୍ୟରେ ଶାସକ ବିଜେଡି ଉଭୟ ପୋଲିସ ଏବଂ ପ୍ରଶାସନକୁ ଅପବ୍ୟବହାର କରୁଛି। ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଶାସକ ବିଜେଡିର ସଭାପତି ଏବଂ ଏସପି ମହୋଦୟ ସାଧାରଣ ସଂପାଦକ ଭାବେ ଦାୟୀତ୍ୱ ତୁଲାଉଛନ୍ତି। ଏପରିକି ସମସ୍ତ ସରକାରୀ କଳକୁ ନିଜ ଦଳୀୟ କାର୍ଯ୍ୟ ପାଇଁ ଅପବ୍ୟବହାର କରୁଛି। ଅନ୍ୟ ପଟେ ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ସରିଲାଣି। ଶାସକ ବିଜେଡିର ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ସମସ୍ତ ନେତୃବୃନ୍ଦ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବା ଆରମ୍ଭ କରିଦେଇଛନ୍ତି। ଆଉ…

"ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରଗଡ ଜିଲ୍ଲା ଏସପିଙ୍କ ବଦଳି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ : ବିଜେପି"

ବିଜେପିରୁ ବହିଷ୍କୃତ ହେଲେ ୫ ଜଣ

– ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ବରଗଡ ଜିଲ୍ଲା ଆଗଲପୁର ମଣ୍ଡଳ ସଭାପତି ଓ ୪ଜଣଙ୍କୁ ପାର୍ଟିରୁ ବହିଷ୍କୃତ କଲେ ରାଜ୍ୟ ସଭାପତି ଭୁବନେଶ୍ୱର, ତା.୦୬/୦୨(ଓଡ଼ିଆ ପୁଅ) : ବିଜେପୁରରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ୫ ଜଣ ଦଳୀୟ କର୍ମକର୍ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ସେମାନେ ହେଲେ ୧- ଉପେନ୍ଦ୍ର ଖେତି, ଆଗଲପୁର ମଣ୍ଡଳ ସଭାପତି ୨- ବୀରୋସେନ ସାହୁ, ଆଗଲପୁର ମଣ୍ଡଳ ସାଧାରଣ ସଂପାଦକ ୩- କୌସ୍ତୁଭ ସାହୁ, କୁମ୍ଭାରୀ ଗ୍ରାମପଂଚାୟତର ୪- ଆଡଭୋକେଟ୍…

"ବିଜେପିରୁ ବହିଷ୍କୃତ ହେଲେ ୫ ଜଣ"

ବିଜେପୁର ଉପନିର୍ବାଚନ: ପ୍ରଣୟ ସାହୁ ବିଜେପୁର କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର ୩-୨ (ଓଡ଼ିଆ ପୁଅ) : ଫେବୃଆରି ୨୪ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ମଣ୍ଡଳୀର ଉପନିର୍ବାଚନ ହେବ। କଂଗ୍ରସ କାହାକୁ ପ୍ରାର୍ଥୀ କରିବ ସେହି ସସ୍ପେନ୍ସର ଅବସାନ ଘଟିଛି। ପ୍ରଣୟ ସାହୁଙ୍କୁ କଂଗ୍ରେସ୍ ପ୍ରାର୍ଥୀ କରିଛି। ତେବେ ପୂର୍ବରୁ ଓଡ଼ିଆ ପୁଅ ତରଫରୁ ପୂର୍ବରୁ ଅନେକଥର ପ୍ରଣୟ ସାହୁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ବୋଲି ଅଟକଳ ଲଗାଇ ଆସୁଥିଲା। ତାହା ଏବେ କଂଗ୍ରେସର ଔପଚାରିକ ଭାବେ ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଜଣାପଡ଼ିଛି। ତେବେ ପୂର୍ବରୁ ପ୍ରଣୟ ସାହୁ ଏବଂ ରୀପୁନାଥ ସେଠଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଦୁଇଜଣଙ୍କର ନାମକୁ କଂଗ୍ରେସ ହାଇକମାଣ୍ଡଙ୍କୁ ସୁପାରିଶ କରାଯାଇଥିଲା। ତେବେ ହେଇକମାଣ୍ଡ ପ୍ରଣୟ ସାହୁଙ୍କ ନାମରେ…

"ବିଜେପୁର ଉପନିର୍ବାଚନ: ପ୍ରଣୟ ସାହୁ ବିଜେପୁର କଂଗ୍ରେସ ପ୍ରାର୍ଥୀ"

ବିଜେପୁର ଉପ-ନିର୍ବାଚନ: ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଭରିଲେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର, ତା ୦୨/୦୨ (ଓଡ଼ିଆ ପୁଅ) : ଦୀର୍ଘ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁରକ୍ଷିତ, ଅବହେଳିତ,  ଅପମାନିତ ଶାସନ ବିରୁଦ୍ଧରେ ବିଜେପି ପ୍ରତିବାଦର ଲଢେଇ ଲଢିବ। ବିଜେପୁରବାସୀ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲଜ୍ଜିତ ହୋଇଛନ୍ତି। ବିଜେପୁର ଉପ ନିର୍ବାଚନ ପୂର୍ବରୁ ସ୍ୱଭାବ କବି ଗଂଗାଧର ମେହେରଙ୍କ ନାମରେ ୧୨୫୦ କୋଟି ଅର୍ଥ ମଂଜୁର କରି ଅର୍ଥ ନଦେବା ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ପ୍ରମାଣ କରୁଛି। ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ, ସର୍ବନିମ୍ନ ସହାୟକ ମୂଲ୍ୟଭାବେ ଧାନ କ୍ୱିଂଟାଲ ପ୍ରତି ୧୦୦ଟଙ୍କାର ବୋନସ ଘୋଷଣା କରିବା, ୩୫୦୦୦ ହଜାର କୋଟି ଟଙ୍କା ବିନିଯେଗରେ ସେଚ ପ୍ରକଳ୍ପର ମିଥ୍ୟା ଘୋଷଣା ଆଜି ମଧ୍ୟ ଅଂଚଳବାସୀଙ୍କ ମନ ଭିତରେ…

"ବିଜେପୁର ଉପ-ନିର୍ବାଚନ: ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଭରିଲେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ"

ବିଜେପୁର ଉପନିର୍ବାଚନ ପାଇଁ ଉତ୍କଳ ଭାରତର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ୩୧-୧ (ଓଡ଼ିଆ ପୁଅ) ଆଗାମୀ ବିଜେପୁର ବିଧାନ ସଭା ଉପନିର୍ବାଚନ ସକାଶେ ଉତ୍କଳ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଜଗତରାମ ପଟେଲଙ୍କୁ ପ୍ରାର୍ଥୀ ଭାବରେ ପାର୍ଟିର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଘୋଷଣା କରିଛନ୍ତି।

"ବିଜେପୁର ଉପନିର୍ବାଚନ ପାଇଁ ଉତ୍କଳ ଭାରତର ପ୍ରାର୍ଥୀ ଘୋଷଣା"

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା

– ବିଜେପୁର ଉପ ନିର୍ବାଚନ ନେଇ ଆଣିଲେ ଅଭିଯୋଗର ଲମ୍ବା ତାଲିକା – ଜିଲ୍ଲାପାଳ, ଏସପି ଓ ତିନି ଆଇଆଇସିଙ୍କ ବଦଳି ବିନା ମୁକ୍ତ ଓ ଅବାଧ ନିର୍ବାଚନ ଅସମ୍ଭବ – ସମସ୍ତ ୨୭୦ ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଉ – ବୁଥ ଓ ବୁଥ ପାଖ ଅଂଚଳରେ ସିସିଟିଭି ଲଗାଇ ବେଆଇନ କାର୍ଯ୍ୟ ଉପରେ ରଖା ଯାଉ ନଜର – କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ କରାଯାଉ – ବିନା ଟେଣ୍ଡରରେ ୧୫ ଶହ କୋଟି ଦଳୀୟ ଆଧାରରେ ସରକାରୀ କାମ ବଂଟା ଯାଇଛି – ଏସପି, କଲେକ୍ଟର ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦଳୀୟ କାମର ସମୀକ୍ଷା…

"କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୂଆ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଲା"

ବିଜେପୁର ଉପ-ନିର୍ବାଚନ ପାଇଁ ଉତ୍କଳ ଭାରତର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୯.୦୧ (ଓଡ଼ିଆ ପୁଅ) – ଆଜି ଉତ୍କଳ ଭାରତର ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ବିଜେପୁର ବଧାନସଭା ଉପନିର୍ବାଚନ ଉପରେ ବ୍ୟାପକ ଅଲୋଚନା ହେବା ସହ ସେଠାରେ ଉତ୍କଳ ଭାରତ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଛି। ସମ୍ପ୍ରତି ଓଡ଼ିଶାର ଦୁଇ ପ୍ରମୁଖ ଜାତୀୟ ଦଳ ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ଯେପରି ଭାବରେ ଅସାଧୁ ଉପାୟ ଅବଲମ୍ବନ କରି ରାଜନୈତିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇଛନ୍ତି ତାହକୁ ପାର୍ଟି ଏକ ମୁଖ୍ୟ ପ୍ରସଙ୍ଗ କରିବ। ସେହିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅସଫଳତାକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ…

"ବିଜେପୁର ଉପ-ନିର୍ବାଚନ ପାଇଁ ଉତ୍କଳ ଭାରତର ପ୍ରସ୍ତୁତି ବୈଠକ"

ବିଜେପୁର ଉପ ନିର୍ବାଚନ ପ୍ରସଙ୍ଗରେ: ଶାସକ ବିଜେଡିର ଏଜେଂଟ ହୋଇ ନିର୍ବାଚନକୁ ପ୍ରଭାବିତ କରୁଥିବା ବରଗଡ ଜିଲ୍ଲାପାଳ, ଏସପି ଏବଂ ଥାନାଧିକାରୀଙ୍କ ତୁରନ୍ତ ବଦଳି ଦାବିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି

ଭୁବନେଶ୍ୱର, ତା.୨୯/୦୧ (ଓଡ଼ିଆ ପୁଅ) : ଏକ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାର ଦାୟୀତ୍ୱ ହେଲା ଭାରତୀୟ ନିର୍ବାଚନ ଆୟୋଗଙ୍କର। ରାଜ୍ୟମାନଙ୍କରେ ପ୍ରତିନିଧି ଭାବେ ରାଜ୍ୟ ନିର୍ବାଚନ ଅଧିକାରୀ ଥିବାବେଳେ ଜିଲ୍ଲାମାନଙ୍କରେ ସେଠାକାର ଜିଲ୍ଲାପାଳ ହେଲେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ। ବହୁ ପ୍ରତୀକ୍ଷିତ ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ମାତ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ତଥା ବରଗଡ ଜିଲ୍ଲାପାଳ ମହୋଦୟ ଶାସକ ବିଜେଡିର ଏଜେଂଟ ଭାବେ ନିଜେ କାର୍ଯ୍ୟ କରିବା ସହ ତାଙ୍କ ଅଧିନସ୍ଥ ସରକାରୀ ଅଧିକାରୀମାନଙ୍କୁ ଶାସକ ବିଜେଡି ପାଇଁ କାର୍ଯ୍ୟ କରିବାକୁ ବାଧ୍ୟ…

"ବିଜେପୁର ଉପ ନିର୍ବାଚନ ପ୍ରସଙ୍ଗରେ: ଶାସକ ବିଜେଡିର ଏଜେଂଟ ହୋଇ ନିର୍ବାଚନକୁ ପ୍ରଭାବିତ କରୁଥିବା ବରଗଡ ଜିଲ୍ଲାପାଳ, ଏସପି ଏବଂ ଥାନାଧିକାରୀଙ୍କ ତୁରନ୍ତ ବଦଳି ଦାବିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି"