ପୁଣି ପିଟିଲା ପୁଲିସ!

ଭୁବନେଶ୍ୱର;୧୩, ୦୫, ୨୦୧୮(ଓଡିଆ ପୁଅ/ଦେବଦତ୍ତ ରଥ):ପୁଣି ପିଟିଲା ପୁଲିସ।ଜଣେ ଯୁବକଙ୍କୁ ପୁଲିସ ପିଟିବା ନେଇ ଏକ ଅଭିଯୋଗ ଆସିଛି।ନିମାପଡାରେ ୭୬ ବର୍ଷୀୟା ମହିଳା, ତାପରେ ନୟାପଲ୍ଲୀରେ ଦୁଇ ଭଉଣୀଙ୍କୁ ଥାନାରେ ପୁଲିସ ପିଟିବା ଅଭିଯୋଗ ନେଇ ସୋସିଆଲ ମିଡିଆରେ ଫଟୋ/ଭିଡିଓ ଭାଇରାଲ ହେବା ପରେ ଏବେ ପୁଣି ବରଗଡ଼ ପୁଲିସ ଜଣେ ଯୁବକଙ୍କୁ ପିଟିବା ଅଭିଯୋଗ ନେଇ ଭିଡିଓ ସୋସିଆଲରେ ଭାଇରାଲ ହେଉଛି।ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଅମିତ ସାହୁ ନାମକ ଜଣେ ଯୁବକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହେଉଛି।ଯୁବକ ଜଣକ ମଦ ପିଇଥିଲେ ଏବଂ ପୁଲିସର କଲର ଧରି ଗାଳି କରିବା ପୁଲିସ କହୁଥିବା କୁହାଯାଉଛି।ଏଣେ ଡାକ୍ତରୀ ରିପୋର୍ଟ ଅନୁଯାୟୀ…

"ପୁଣି ପିଟିଲା ପୁଲିସ!"

ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛୁ ବୋଲି କହି ମୁଖ୍ୟମନ୍ତ୍ରୀ କେବଳ ବାହାସ୍ପୋଟ ମାରୁଛନ୍ତି: ବିଜେପି

ଜିଲ୍ଲାପାଳଙ୍କ ଅଫିସ ଆଗରେ ବରପାଲି ବ୍ଲକ କନବାର ଗାଁର ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ – ମୁଖ୍ୟମନ୍ତ୍ରୀ କେବଳ ଚାଷୀମାନଙ୍କୁ ଶୋଷଣ କରି ଚାଲିଛନ୍ତି – ବହୁ କେନ୍ଦ୍ରୀୟ କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି – ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାରେ କ୍ଷତିପୂରଣ ରାଶି ରାଜ୍ୟ ସରକାର ସଠିକ୍ ଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପଂହଚାଇ ପାରୁନାହାଁନ୍ତି – ଇନପୁଟ ସବସିଡି ଅକ୍ଟୋବର ମାସରେ ରିଲିଜ ହେଲା ପରେ ବି ଆଜି ପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ପହଂଚିନି ଭୁବନେଶ୍ୱର, ତା.୦୩/୦୫ (ଓଡ଼ିଆ ପୁଅ) : ରାଜ୍ୟର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛୁ ବୋଲି କହି ମୁଖ୍ୟମନ୍ତ୍ରୀ…

"ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛୁ ବୋଲି କହି ମୁଖ୍ୟମନ୍ତ୍ରୀ କେବଳ ବାହାସ୍ପୋଟ ମାରୁଛନ୍ତି: ବିଜେପି"

ହାଫିଜ ଏ କୌରାନ ଛାତ୍ରଙ୍କ ଦସ୍ତାରବନ୍ଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼ ୨୩-୪ (ଓଡ଼ିଆ ପୁଅ/ବିଜୟ ସାହୁ) ଦାରୁଲ ଉଲୁମ ରଜା ଏ ମୁସ୍ତଫା ମଦରସାର ୯ଟି ଛାତ୍ର ଆମିରୁଦ୍ଦୀନ ବାଂକା, ରିୟାଜୁଦ୍ଦିନ ବାଙ୍କା, ଇନାମୁଲଇକ ବାଙ୍କା, ଜାବେଦ ଅଖତର ବାଙ୍କା, ଅରଶଦ ରଜା ବାଙ୍କା, କାଶୀଫ ରଜା ବାଙ୍କା, ଗୟାସୁଦ୍ଦିନ ବାଙ୍କା, ଶାହାଦତ ହୁସୈନ ବାଙ୍କା, ନଜରୁଲ ହକ ବାଙ୍କାଙ୍କୁ ହାଫିଜ ଏ କୌରାନ ଉପାଧିରୁ ବିଭୁଷିତ କରା ଯାଇଛି। ଏହି ଅବସରରେ ସମ୍ପ୍ରଦାୟ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ମଦରସା ଛାତ୍ରକୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ଜାମା ମସଜିଦରୁ ନଗର ଭ୍ରମଣ କରି ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପହଂଚି ଥିଲା। ଏଠାରେ ଅନୁଷ୍ଠିତ କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଲ ବିଶ୍ବଜିତ…

"ହାଫିଜ ଏ କୌରାନ ଛାତ୍ରଙ୍କ ଦସ୍ତାରବନ୍ଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ"

ବହୁଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ବରଗଡ଼ ୨୨-୪ (ଓଡ଼ିଆ ପୁଅ/ବିଜୟ ସାହୁ) ଗତ ୨୦୧୪ ନଭେମ୍ବର ୩୦ ତାରିଖ ବରଗଡ଼ ଘୁଲିପାଲି ଠାରେ ଘଟିଥିବା ବହୁଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ମାମଲାରେ ବରଗଡ଼ର ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାରେ ବରଗଡ଼ ଟାଉନ ଥାନାରେ ଅଭିଯୁକ୍ତ ପରଦେଶୀ ସାହୁ ଘୁଲିପାଲି ଠାରେ ଜଣେ ପଡୋଶୀଙ୍କ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ପରଦେଶୀ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪, ୩୭୬, ୩୪୨, ୨୦୧ ଓ ୬ ପୋସ୍କୋ ଆଇନ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।ଏହି ମାମଲା କୁ…

"ବହୁଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ"

ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ

ଭୁବନେଶ୍ୱର ୧୫-୦୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ବିଚାର ସାପ୍ତାହିକ ପତ୍ରିକାର ପାଠକ ସମ୍ମିଳନୀ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି।୧୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ପାଠକ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ୧୪ ତାରିଖରେ ନୂଆପଡ଼ା ଠାରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଶିବ ନାରାୟଣ ସିଂ ଏବଂ ଧ୍ରୁବ ଚରଣ ବେହେରା ଯୋଗ ଦେଇ ପାଠକ ମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ରାଷ୍ଟ୍ରବାଦୀ ବିଚାରର ଅଧିକ ପ୍ରଚାର ଏବଂ ପ୍ରସାର ପାଇଁ ପାଠକ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।

"ରାଷ୍ଟ୍ରଦୀପ ପାଠକ ସମ୍ମିଳନୀ"

ବରଗଡ଼ ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କାର୍ଯ୍ୟକାରୀ କମିଟୀର ଦାୟିତ୍ୱ ଗ୍ରହଣ

ବରଗଡ଼ ୯-୪ (ଓଡ଼ିଆ ପୁଅ/ବିଜୟ ସାହୁ) ଆଜି ଜିଲ୍ଲା ଓକିଲ ସଂଘ ର ନବ ନିର୍ବାଚିତ କାର୍ଯ୍ୟକାରୀ କମିଟୀ ଦାୟିତ୍ୱ ଗ୍ରହଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ତା.୩୧.୦୩.୨୦୧୮ରିଖ ଦିନ ଅନୁଷ୍ଠିତ ହୋଇଥିବା ସଂଘର ସାଧାରଣ ପରିଷଦ ନିର୍ବାଚନରେ ଶ୍ରୀ ଅଶୋକ କୁମାର ଯୋଶୀ, ସଭାପତି, ଶ୍ରୀ କିରଣ କୁମାର ମିଶ୍ର, ଉପସଭାପତି, ଶ୍ରୀ ଲିପ୍ସିତ୍ ମିଶ୍ର, ସମ୍ପାଦକ, ଶ୍ରୀ ଆଦିତ୍ୟ କୁମାର ପାଢ଼ୀ, ସହ ସମ୍ପାଦକ ତଥା ଶ୍ରୀ ସୁଶୀଳ କୁମାର ମହାପାତ୍ର, ଶ୍ରୀ କିଶୋର ଚନ୍ଦ୍ର ଦାଶ, ଶ୍ରୀ ଅନନ୍ତ ମଜୁମଦାର, କାର୍ଯ୍ୟକାରୀ କମିଟୀ ବରିଷ୍ଠ ବର୍ଗ ଓ ଶ୍ରୀ ମହେଶ କୁମାର ଅଗ୍ରୱାଲ ଓ ସନ୍ତୋଷ କୁମାର ଦାଶ, କାର୍ଯ୍ୟକାରୀ…

"ବରଗଡ଼ ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ କାର୍ଯ୍ୟକାରୀ କମିଟୀର ଦାୟିତ୍ୱ ଗ୍ରହଣ"

ହିନ୍ଦୋଳ ଓ ଅତାବିରା ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ବିକଳ୍ପ ନାହିଁ

ଭୁବନେଶ୍ୱର, ୫/୪/୨୦୧୮(ଓଡ଼ିଆ ପୁଅ): ବିଜେପୁରର ବିପୁଳ ବିଜୟ ପରେ ଅତାବିରା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଏଥିରୁ ବିଜେଡି ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଶ୍ରଦ୍ଧା, ଶୁଭେଚ୍ଛା ଓ ଗ୍ରହଣୀୟତା ପ୍ରମାଣିତ ହୋଇଛି। ବିଜୁ ଜନତା ଦଳ ସରକାର ଉନ୍ନୟନ ଭିତ୍ତିକ ରାଜନୀତିରେ ବିଶ୍ୱାସ କରେ। ଓଡ଼ିଶାର ପ୍ରଗତି ହିଁ ଦଳର ଏକମାତ୍ର ଏଜେଣ୍ଡା। ଏଥିପାଇଁ ଲୋକମାନଙ୍କର ଶୁଭେଚ୍ଛା ଓ ସଦିଚ୍ଛା ବିଜେଡି ସପକ୍ଷରେ ରହିଆସିଛି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ- ବିଜେଡିକୁ ଲୋକମାନଙ୍କର ନିକଟତର କରିଛି। ସାରା ଓଡ଼ିଶାର ଆଶା, ଭରସା ଓ…

"ହିନ୍ଦୋଳ ଓ ଅତାବିରା ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ବିକଳ୍ପ ନାହିଁ"

ଅତାବିରା ଏନଏସିରେ ବିଜେଡ଼ିର ବାଜିମାତ୍

ଅତାବିରା/ବରଗଡ଼ ୫-୪ (ଓଡ଼ିଆ ପୁଅ/ବିଜୟ ସାହୁ) : ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ବିଜୁ ଜନତା ଦଳର ବାଜିମାତ୍ ହୋଇଛି। ଅତାବିରା ଏନଏସିର ୧୨ଟି ଓ୍ଵାର୍ଡ ପାଇଁ ହୋଇଥିବା ନିର୍ବାଚନରେ ସମସ୍ତ ଆସନ ବିଜେଡି ବିଜୟ ଲାଭ କରିଛି। ହେଲେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି।      

"ଅତାବିରା ଏନଏସିରେ ବିଜେଡ଼ିର ବାଜିମାତ୍"

ବିଜେପୁର: ପତ୍ନୀର ତଣ୍ଟିକାଟି ହତ୍ୟା କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା

ବିଜେପୁର ୩-୪ (ଓଡ଼ିଆ ପୁଅ/ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଚାରପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣାଟି ଏହିପରି, ସ୍ୱାମୀ ଭୁବନୀ ନିଜ ପତ୍ନୀ ସେବତୀର ତଣ୍ଟି କାଟି ହତ୍ୟା କରିଛି। ଏହା ପରେ ସେ ନିଜେ ମାନସିକ ଭାରସାମ୍ୟ ହରାଇ ନିଜେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାମତେ, ବିଭିନ୍ନ ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ। ଗତକାଲି ରାତିରେ ଏହି ପାଟିତୁଣ୍ଡ ଅଧିକ ହେବାରୁ ଭୁବନୀ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସେବତୀଙ୍କ ତଣ୍ଟିକୁ କାଟି ହତ୍ୟା କରିବା ପରେ ନିଜ ବେକରେ ଦଉଡି…

"ବିଜେପୁର: ପତ୍ନୀର ତଣ୍ଟିକାଟି ହତ୍ୟା କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା"

ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେପି

ବିଜେପି ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ଭୁବନେଶ୍ୱର, ତା ୩୧/୦୩ (ଓଡ଼ିଆ ପୁଅ) : ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ହିଂସା ପରାୟଣ ହୋଇ ପଡି ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କୁ ଆକ୍ରୋଶମୁଳକ ଭାବେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହିଁ। ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ, ନେତୃବୃନ୍ଦଙ୍କ ପ୍ରତ୍ୟେକ୍ଷ ପ୍ରରୋଚନାରେ ରାଜ୍ୟରେ ରାଜନୈତିକ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଏ ସମସ୍ତ ଘଟଣାମାନ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯାଉଛି ବୋଲି ରାଜ୍ୟ ବିଜେପି ଉପ ସଭାପତି…

"ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେପି"