Home Top News ଭୋଟ ଦେଉଛି ପଦ୍ମପୁର : ୩୧୯ ବୁଥରେ ଚାଲିଛି ମତଦାନ

ଭୋଟ ଦେଉଛି ପଦ୍ମପୁର : ୩୧୯ ବୁଥରେ ଚାଲିଛି ମତଦାନ

33

ପଦ୍ମପୁର ୫-୧୨ (ଓଡ଼ିଆ ପୁଅ) ଭୋଟ ଦେଉଛି ପଦ୍ମପୁର। ପଦ୍ମପୁରରେ ଉପ ନିର୍ବାଚନ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ୩୧୯ ବୁଥରେ ଚାଲିଛି ମତଦାନ। ଶାନ୍ତି ଶୃଙ୍ଖଳାର ସହ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଅଢେଇ ଲକ୍ଷରୁ ଅଧିକ ଭୋଟର ମତସାବ୍ୟସ୍ତ କରିବେ। ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ଆଜି ନିଜର ମତ ସାବ୍ୟସ୍ତ କରିବେ। ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ମତଦାନ ହେବ। ପଦ୍ମପୁର ଉପନିର୍ବାଚନ ମଇଦାନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ତେବେ ଏଠାରେ ମୁଖ୍ୟତଃ ବିଜେଡ଼ି ଏବଂ ବିଜେପି ମଧ୍ୟରେ ମୁଖ୍ୟ ପ୍ରତିଯୋଗିତା ହେବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରିଛନ୍ତି। କଂଗ୍ରେସ ମଧ୍ୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.