ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କର୍ମଶାଳା

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ(ଏନଆଇଓଏସ) ପକ୍ଷରୁ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ର ଶିକ୍ଷକ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା କର୍ମଶାଳାର ଶେଷ ଦିନରେ ଶିକ୍ଷାଦାନ ସମ୍ପର୍କୀତ ସାମଗ୍ରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଶ୍ରେଣୀ ଗୃହରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଶୈକ୍ଷିକ ପ୍ରକ୍ରୀୟାକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ପାଇଁ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ। ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବୋଧଶକ୍ତିର ଅଭିବୃଦ୍ଧି ଘଟିବା ସହିତ ଚିନ୍ତନ ଓ ଚେତନାର କ୍ରୀୟାଶୀଳତା ସୃଷ୍ଟି ହେବା ସହ ସୃଜନଶୀଳତାର ବିକାଶ ଘଟେ। ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା ତଥା ପ୍ରିୟଦର୍ଶିନୀ…

"ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କର୍ମଶାଳା"

ଶ୍ରଦ୍ଧାଳୁ ବରଯାତ୍ରୀଙ୍କ ସହ ଶିବବିବାହ ସମ୍ପନ୍ନ

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପବିତ୍ର ଶୀତଳଷଷ୍ଠୀରେ ଉତ୍ସବମୁଖର ହୋଇ ଉଠିଛି ଦକ୍ଷିଣ ରାଉରକେଲା ଅଂଚଳ। ଦକ୍ଷିଣ ରାଉରକେଲା ଓ ସାରନଗରୀର ବିଭିନ୍ନ ମନ୍ଦିରରେ ପାରମ୍ପାରିକ ରୀତିନିତୀ ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ନିମନ୍ତେ ବିଭିନ୍ନ ଅଂଚଳରେ ମହାଦେବଙ୍କ ବିବାହ ଲାଗ ଆଜିି ସଂଧ୍ୟାରେ ଶ୍ରଦ୍ଧାଳୁ ମାନେ ବରଯାତ୍ରୀ ହୋଇ ନାଚ ଗୀତର ତାଳେ ତାଳେ ବିଭିନ୍ନ ମନ୍ଦିରକୁ ଯାତ୍ରା କରିଥିଲେ। ମନ୍ଦର ଗୁଡିÿକରେ ରାତ୍ରିରେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବରେ ବିଭିନ୍ନ ମନ୍ଦିର ଓ ଶୈବପୀଠ ଗୁଡିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ପାଗ ଅନୁକୂଳ ଯୋଗୁ ବାଜା, ନାଚ,…

"ଶ୍ରଦ୍ଧାଳୁ ବରଯାତ୍ରୀଙ୍କ ସହ ଶିବବିବାହ ସମ୍ପନ୍ନ"

ଗଠନ ହେଲା ମିଶନ ରାଉରକେଲା

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଯୁବ ସମାଜସେବୀ ବାବୁ ଖାନଙ୍କ ଉଦ୍ୟମରେ ଗଠନ ହୋଇଛି ମିଶନ ରାଉରକେଲା। ଛେଣ୍ଡ କଲୋନୀ ଓ କଳିଙ୍ଗ ବିହାର ସମେତ ଏହାର ଆଖପାଖ ଅଂଚଳରେ ରହୁଥିବା ଯୁବପିଢୀଙ୍କୁ ନେଇ ଏହି ସଙ୍ଗଠନ ଗଠନ କରାଯାଇଛି। ମିଶନ ରାଉରକେଲା ଗଠନ ହେବାର ପ୍ରଥମ ଦିନରେ କଳିଙ୍ଗ ବିହାର ସ୍ଥିତ ସେଂଟ୍ରାଲ ପାର୍କର ସଫେଇ କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା। ପୂର୍ବତନ କାଉନସିଲର ଜର୍ଜ ଆନନ୍ଦ, ଅକ୍ଷୟ ନାୟକ, ସୋମେନ ରାଏଙ୍କ ଉପସ୍ଥିତିରେ ମିଶନ ରାଉରକେଲାର ସଦସ୍ୟ ମାନେ ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିତ୍ୟ ବେହେରା, ସଂଗ୍ରାମ ନାୟକ, ଦ୍ୱାରିକା ନାୟକ, ପଂଟୁ ପଣ୍ଡା, ସତ୍ୟଜିତ ଷଡଙ୍ଗୀଙ୍କ ସମେତ…

"ଗଠନ ହେଲା ମିଶନ ରାଉରକେଲା"

ରାଉରକେଲା ବଣିକ ସଂଘ ନିର୍ବାଚନ ସମ୍ପନ୍ନ ଶୁଭ ସଭାପତି, ପ୍ରବୀଣ ଉପସଭାପତି

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ବଣିକ ସଂଘର ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନ ନେଇ ପ୍ରବୀଣ ଗର୍ଗ ଓ ନରେଶ ଆର୍ୟା ନାମାଙ୍କନ ପତ୍ର ଦାଖଲ କରିଥିଲେ। ସକାଳୁ ଏହି ଦୁଇଟି ପଦବୀ ନିମନ୍ତେ ମୋଟ ୫୩୩ ଜଣ ସଦସ୍ୟ ମତଦାନ କରିଥିଲେ। ସେଥିରୁ ଚାରୋଟି ନାକଚ ହୋଇ ଯାଇଥିଲା। ମୋଟ ୫୨୯ଟି ଭୋଟରୁ ନରେଶ ଆର୍ୟା ୨୪୩ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରବୀଣ ଗର୍ଗ ୨୮୬ଟି ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସଭାପତି ପଦବୀରେ ଶୁଭ ପଟ୍ଟନାୟକ ନିଦ୍ଦନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଆଲୋକ ଏମ ଲୋସାଲୋକା ନିର୍ବାଚିତ…

"ରାଉରକେଲା ବଣିକ ସଂଘ ନିର୍ବାଚନ ସମ୍ପନ୍ନ ଶୁଭ ସଭାପତି, ପ୍ରବୀଣ ଉପସଭାପତି"

‘ଓଡ଼ିଆ ସଂସ୍କୃତିର ମୂକସାକ୍ଷୀ ରଜ’ ସାରନଗରୀରେ ରଜ ମହୋତ୍ସବ ଓ କବିତା ପାଠ

ରାଉରକେଲା ୧୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ବେଦବ୍ୟାସ ସାହିତ୍ୟ ଅନୁଷ୍ଠାନ ଓ ବିଦ୍ୟା ଷ୍ଟଡ଼ି ପଏଂଟ ମିଳିତ ଆନୁକୂଲ୍ୟରେ ରଜ ମହୋତ୍ସବ ପାଳନ ଓ କବିତା ପାଠ ଘରୋଇ ଶିକ୍ଷାନୁଷ୍ଠାନ ସାରନଗରୀ ସ୍ଥିତ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ, କବି ଶଙ୍କର୍ଷଣ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଓ କବି ହରିହର ବେହେରା, ସାମ୍ବାଦିକ ସଂଘର ଉପସଭାପତି କୁଂଜ ବିହାରୀ ରାଉତ, ମୁଖ୍ୟବକ୍ତା ରୂପେ ଡା. ରାହାସ ବିହାରୀ ମହାପାତ୍ର ଶିକ୍ଷାବିତ ପ୍ରସନ୍ନ କୁମାର ନନ୍ଦ ଓ ସମାଜସେବୀ ପି. ପି. ରାୟ ପ୍ରମୁଖ…

"‘ଓଡ଼ିଆ ସଂସ୍କୃତିର ମୂକସାକ୍ଷୀ ରଜ’ ସାରନଗରୀରେ ରଜ ମହୋତ୍ସବ ଓ କବିତା ପାଠ"

କଳିକା ଜୟନ୍ତୀ ସମାରୋହ ଓ ରଜତ୍ସୋବ ଉଦ୍ ଯାପିତ

ରାଉରକେଲା ୧୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀ ସ୍ଥିତ ସମାଜମଙ୍ଗଳ କେନ୍ଦ୍ରରେ ଦୁଇ ଦିନ ବ୍ୟାପୀ କଳିକା ଅନୁଷ୍ଠାନର ୨୭ତମ ଜୟନ୍ତୀ ସମାରୋହ ଓ ରଜ ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇ ଦିନ ବ୍ୟାପୀ ସମ୍ପୃକ୍ତ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା ଜାରିଥିବା ବେଳେ ସାଂଧ୍ୟକାଳୀନ ମଂଚ କାର୍ଯ୍ୟକ୍ରମରେ ନୃତ୍ୟ ଓ ସଙ୍ଗୀତର ପ୍ରମୁଖ କଳାକାର ମାନେ ଚତ୍ମକାର କଳାକୃତି ପରିବେଷଣ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁବ୍ରତ ତରାଇ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ କବି…

"କଳିକା ଜୟନ୍ତୀ ସମାରୋହ ଓ ରଜତ୍ସୋବ ଉଦ୍ ଯାପିତ"

ପୂର୍ବ ବିଧାୟକ ବ୍ରଜ ମହାନ୍ତି ପଂଚତତ୍ୱରେ ବିଲୀନ

ରାଉରକେଲା ୧୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲାର ପୂର୍ବତନ ବିଧାୟକ ସ୍ୱର୍ଗତ ବ୍ରଜ କିଶୋର ମହାନ୍ତିଙ୍କର ଶେଷକ୍ୟତ୍ୟ ବେଦବ୍ୟାସ ଘାଟ ଠାରେ କରାଯାଇଥିଲା। ଗତ ଶନିବାର ସକାଳ ପ୍ରାୟ ୯ଟାରେ ଆଇଜିଏଚ ମର୍ଗ ହାଉସରୁ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ବାସନ୍ତୀ କଲୋନୀ ସ୍ଥିତ ତାଙ୍କ ବାସଭବନକୁ ଅଣା ଯାଇଥିଲା। ସେଠାରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ଆରଡ଼ିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷା ରଶ୍ମୀବାଳା ମିଶ୍ର, ବିଜେପିର ବରିଷ୍ଠ ନେତା ନିହାର ରାୟ, ଭଗବାନ ରାଉତ, ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ଆଶ୍ରା ସମ୍ପାଦିକା ମିନତୀ ଦେବତା, ରମେଶ ବଳ, ସତ୍ୟପଦ ଶର୍ମା, ନିରାକାର…

"ପୂର୍ବ ବିଧାୟକ ବ୍ରଜ ମହାନ୍ତି ପଂଚତତ୍ୱରେ ବିଲୀନ"

ହେକେଟ୍ ରୋଡ଼ରେ ସରିଲା ଉଦ୍ଧାର କାର୍ଯ୍ୟ, ସବୁ ଶବ ଉଦ୍ଧାର

ରାଉରକେଲା ୧୭ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦୀର୍ଘ ୧୫ ଦିନ ହେଲା ରାଉରକେଲା ସାରନାଛକ- ଦେଓଗାଁ ରାସ୍ତାର ହେକେଟ ରୋଡ଼ ତଳେ ଥିବା ଟନେଲରେ ଫସି ରହିଥବା ୫ ଜଣ ଯୁବକଙ୍କ ଉଦ୍ଧାର ପ୍ରକୀୟା ଶେଷ ହୋଇଛି। ମୋଟ ୫ ଜଣଙ୍କ ଶବ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମାତ୍ର ଶବ ଗୁଡ଼ିକ ପଚିସଢି ଯାଇଥିବାରୁ ପରିବାର ଲୋକେ ଶବ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଦିନର ମରାମତି ପରେ ପୁଣିଥରେ ହେକେଟ ରୋଡ଼ ଖୋଲାଯିବା ସମ୍ଭାବନା ପ୍ରକାଶ ପାଇଛି। ପ୍ରକାଶ ଥାଉକି, ସ୍ଥାନୀୟ ଶୀତଳପଡ଼ା ଅଂଚଳର ୫ ଜଣ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଆରଏସପିର ଟନେଲ…

"ହେକେଟ୍ ରୋଡ଼ରେ ସରିଲା ଉଦ୍ଧାର କାର୍ଯ୍ୟ, ସବୁ ଶବ ଉଦ୍ଧାର"

ବେଦବ୍ୟାସ ଶୈବପୀଠର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ

ରାଉରକେଲା ୧୬/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ବେଦବ୍ୟାସ ସ୍ଥିତ ଶୈବପୀଠ ପରିସରର ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହାକୁ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସହରର ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ରାଉରକେଲା ସଚେତନ ନାଗରିକ ମଂଚ ପକ୍ଷରୁ ବେଦବ୍ୟାସ ମନ୍ଦିର (ବ୍ୟାସ ମଣ୍ଡପ) ଠାରେ ଆୟୋଜିତ ଏକ ବୈଠକରେ ରାଉରକେଲା ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ବେଦବ୍ୟାସ ଓ କଲୁଙ୍ଗା ଅଂଚଳର ଜଣାଶୁଣା ବ୍ୟକ୍ତିମାନେ ଯୋଗଦେଇ ପ୍ରାଚୀନ ତୀର୍ଥକ୍ଷେତ୍ର ବେଦବ୍ୟାସକୁ ଜାତୀୟ ମାନ୍ୟତା ଓ କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା କରିବା ସହ ଏହାର ସାମଗ୍ରୀକ ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ…

"ବେଦବ୍ୟାସ ଶୈବପୀଠର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ"

ଦକ୍ଷିଣ ରାଉରକେଲାବାସୀଙ୍କୁ ସମସ୍ତ ମୌଳିକ ସୁବିଧା ପ୍ରଦାନ ଦାବି

ରାଉରକେଲା ୧୬/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦକ୍ଷିଣ ରାଉରକେଲା ଅଂଚଳ ସବୁ ସମୟରେ ଅବହେଳିତ ହୋଇ ଆସୁଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦକ୍ଷିଣ ରାଉରକେଲା ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କୌଣସି ବିକାଶମୂଳକ କାର୍ଯ୍ୟ କରାଯାଉ ନାହିଁ ବୋଲି ବସ୍ତି ସୁରକ୍ଷା ଜନମଂଚ ପକ୍ଷରୁ ଅଭିଯୋଗ କରାଯାଇଛି। ମଂଚର ସଭାପତି ରମେଶ ସାହୁ ଅଭିଯୋଗ କରିଛନ୍ତି ଯେ, ଦକ୍ଷିଣ ରାଉରକେଲାରେ ଶିଳ୍ପ ଆଇନର ଖୋଲାଖୋଲି ଭାବେ ଉଲଂଘନ କରାଯାଉଛି। ଏହି ଅଂଚଳରେ ରାସ୍ତାଘାଟ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ଚିକିତ୍ସା ଭଳି ମୌଳିକ ସୁବିଧା ପାଇବାରେ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସର୍ବଦା ସାରନଗରୀ ତଥା…

"ଦକ୍ଷିଣ ରାଉରକେଲାବାସୀଙ୍କୁ ସମସ୍ତ ମୌଳିକ ସୁବିଧା ପ୍ରଦାନ ଦାବି"