Home Top News ବଡ଼ ବିପଦ ସଂକେତ : ପାରାଦୀପ ଏବଂ ଧାମରା ବନ୍ଦର ବିପଦ ସଂକେତ ୧୦, ପୁରୀ...

ବଡ଼ ବିପଦ ସଂକେତ : ପାରାଦୀପ ଏବଂ ଧାମରା ବନ୍ଦର ବିପଦ ସଂକେତ ୧୦, ପୁରୀ ବନ୍ଦରକୁ ବିପଦ ସଂକେତ ୮, ଗୋପାଳପୁର ବନ୍ଦରକୁ ବିପଦ ସଂକେତ ୩

293

ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) ବଙ୍ଗୋପ ସାଗରଉପରେ ସୃଷ୍ଟି ହୋଇଥିବା ସାମୁଦ୍ରୀକ ଝଡ଼ “ୟାସ୍ (YAAS)” ଆଜି ୦୫୩୦ ଘଣ୍ଟା IST ରେ କେନ୍ଦ୍ରୀଭୂତ ହୋଇ ପାରାଦୀପ ଠାରୁ ୩୨୦ କିଲୋମିଟର, ବାଲେଶ୍ୱରଠାରୁ ୪୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅଛି ବୋଲି ଆସିଥିବା ସ୍ୟାଟେଲାଇଟ୍ ଫଟୋରୁ ପାଣିପାଗ ବିଭାଗ ଆକଳନ କରି କହିଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ପ୍ୟାୟ, ପରବର୍ତ୍ତୀ ପ୍ୟାୟ କିଛି ଘଣ୍ଟା ମଧ୍ୟରେ ଏକ ଭୟଙ୍କର ବାତ୍ୟାରେ ଏବଂ ଆସନ୍ତା କାଲି ସକାଳେ ତୀବ୍ର ହେବ ଏବଂ ଅତ୍ୟଧିକ ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆହୁରି ତୀବ୍ର ହେବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ, ବାଲେଶ୍ୱର ପାଖାପାଖି ୨୬ ମଇ ସକାଳ ସୁଦ୍ଧା ପହଞ୍ଚିବ। ୨୬ ମଇ ମଧ୍ୟାହ୍ନରେ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ, ବାଲେଶ୍ୱର ପାଖାପାଖି ଉତ୍ତର ଓଡ଼ିଶା ୱେଷ୍ଟ ବେଙ୍ଗଲ ଉପକୂଳ ଦେଇ ଅତି ଭୟଙ୍କର ବାତ୍ୟା ଭାବରେ ଅତିକ୍ରମ କରିବାର ସମ୍ଭାବନା ଅଛି।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ବନ୍ଦର ଗୁଡ଼ିକୁ ବଡ଼ ବିପଦ ସଂକେତ ଜାରୀ କରାଯାଇଛି। ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ, ପାରାଦୀପ ଏବଂ ଧାମରା ବନ୍ଦର ବିପଦ ସଂକେତ ୧୦, ପୁରୀ ବନ୍ଦରକୁ ବିପଦ ସଂକେତ ୮, ଗୋପାଳପୁର ବନ୍ଦରକୁ ବିପଦ ସଂକେତ ୩ ଜାରୀ କରାଯାଇଛି।

ସୂଚନାଯୋଗ୍ୟଯେ, ରବିବାରଦିନ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମଧ୍ୟରାତ୍ରିରେ (୨୩ ମଇର ୨୩୩୦ ଘଣ୍ଟା IST) ସମାନ ଅଞ୍ଚଳ ଉପରେ ଏକ ଅବପାତରେ ପରିଣତ ହେଲା। ଏହା ପରେ, ଏହା ଧୀରେ ଧୀରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କଲା ଏବଂ ଆଜି, ୨୪ ମଇ, ୨୦୨୧ ର ସକାଳ (୦୫୩୦ ଘଣ୍ଟା IST) ରେ ପୂର୍ବ ମଧ୍ୟ ବଙ୍ଗୋପ ସାଗରଉପରେ ତୀବ୍ର ହୋଇ ସାମୁଦ୍ରୀକ ଝଡ଼ “ୟାସ୍ (YAAS)” ରେ ପରିଣତ ହେଲା।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପବନର ବେଗ

ଗତକାଲି ସନ୍ଧ୍ୟା ସାଢ଼େ ପାଞ୍ଚଟା ସୁଦ୍ଧା ସମୁଦ୍ର ମଧ୍ୟଭାଗରେ ପବନର ବେଗ ରହିବ ୭୦-୮୦ କିଲୋମିଟର ପ୍ରତି ଘଣ୍ଟା ଥିଲା କିନ୍ତୁ ପରବର୍ତୀ ସମୟରେ ଏହାର ବେଗ ବଢ଼ି ସନ୍ଧ୍ୟା ସାଢ଼େ ସାତଟା ସୁଦ୍ଧା ୯୦-୧୦୦ କିମି ପ୍ରତି ଘଣ୍ଚା ହେବ ଏହାର ଝଟକା ୧୧୦ କିମି ପ୍ରତି ଘଣ୍ଚା ହୋଇଛି ଏବଂ ଏହା ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ଏହା ପରେ ସମୁଦ୍ରର ମଧ୍ୟଭାଗରେ ୨୪ ତାରିଖ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ୧୧୦-୧୨୦ କିମି ପ୍ରତି ଘଣ୍ଟା ହୋଇଛି ଏବଂ ଏହାର ଝଟକା ୧୩୦ କିମି ପ୍ରତି ଘଣ୍ଟାକୁ ବଢ଼ିବ। ୨୫ ତାରିଖ ସକାଳ ସାଢ଼େ ପାଞ୍ଚଟା ବେଳକୁ ପବନର ବେଗ ୧୩୦-୧୪୦ ପ୍ରତି ଘଣ୍ଟା ହେବ ଏବଂ ଏହାର ଝଟକା ୧୫୫ କିମି ପ୍ରତି ଘଣ୍ଟାକୁ ବଢ଼ିବ ଏବଂ ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ଏବଂ ପବନର ବେଗ ବଢ଼ିବ ୨୫ ତାରିଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ଏହା ବୃଦ୍ଧି ପାଇ ୧୪୫-୧୫୫ ଝଟକା ୧୭୦ କିମି ପ୍ରତିଘଣ୍ଟା ହୋଇ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ିବ। ୨୬ ତାରିଖ ସକାଳ ସାଢ଼େ ପାଞ୍ଚଟା ବେଳକୁ ୧୫୫-୧୬୫ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୮୫ କିମି ପ୍ରତି ଘଣ୍ଟାରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ପରେ ଏହା ୨୬ ତାରଖ ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳକୁ ପବନର ବେଗ ୧୨୦-୧୩୦ କିମି ପ୍ରତି ଘଣ୍ଟା ଏବଂ ଝଟକା ୧୪୫ କିମି ପ୍ରତି ଘଣ୍ଟାରେ ଅତି ଭୟଙ୍କର ବାତ୍ୟା ଭାବରେ ଆଗକୁ ବଢ଼ିବ। ୨୭ ତାରିଖ ସକାଳେ ଏହାର ବେଗ କମି ୫୫-୬୫ କିମ୍ ପ୍ରତି ଘଣ୍ଟା ଏବଂ ଝଟକା ୭୫ କିମି ପ୍ରତି ଘଣ୍ଟାରେ ବହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.