Home Top News ସିଲେରୁ ନଦୀରେ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ସାତ ନିଖୋଜ, ଏକ ମୃତ,...

ସିଲେରୁ ନଦୀରେ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ସାତ ନିଖୋଜ, ଏକ ମୃତ, ତିନି ଉଦ୍ଧାର

95

ମାଲକାନଗିରି:୨୫/୫ (ଓଡ଼ିଆ ପୁଅ) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱା ଡା ଗ୍ରାମର ଏଗାର ଜଣ ଲୋକ ଆନ୍ଧ୍ର କୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ ଗଲା କାଲି ବହୁ କଷ୍ଟରେ ଫେରୁଥିଲେ ଆନ୍ଧ୍ର ପଥରୁ ଓଡିଶା କୁ ଆସିବାକୁ ହେଲେ କିଛି କରୋନା କଟକଣା ମାନିବାକୁ ହୁଏ, ସେଥିପାଇଁ ସେମାନେ ଡରି ଏବଂ ଲୁଚି ସିଲେରୁ ନଦୀ ପଥରେ ଯୋଜନା କରିଥିଲେ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା କୁ ଫେରିବାକୁ ଅପରାହ୍ନ ବିଳମ୍ବିତ ରାତିରେ , ସେମାନେ ଯୋଜନା ମୁତାବକ ଦଶ ଜଣ ବଡ଼ ଲୋକ ଏବଂ ଏକ ତିନି ବର୍ଷ ର ଛୋଟ ପିଲା ଦୁଇଟି ଦେଶୀ ମାଛ ଧରା କାଠ ଡଙ୍ଗାରେ ଗୋଟେ ଡଙ୍ଗାରେ ପାଞ୍ଚ ଜଣ ଏବଂ ଆଉ ଏକ ମାଛ ଧରା ଡଙ୍ଗାରେ ଛ ଜଣ ବସି ଆଗ ପଛ ହୋଇ ନିଜ ଗ୍ରାମକୁ ଫେରୁଥିଲେ କନ୍ଧଗୁଡ଼ା ଡ଼ଙ୍ଗା ଘାଟକୁ। ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଠ ରେ ବାଡେଇ ହୋଇ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପ୍ରଥମ ଡ଼ଙ୍ଗାରେ ଥିବା ଛ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ। ଡ଼ଙ୍ଗା ଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ, ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା ଫଳରେ ଡ଼ଙ୍ଗା ଲୋକ ମାନେ ବୁଡ଼ି ଯାଇଥିଲେ। ସେଥି ମଧ୍ୟରୁ ତିନି ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଲା ପରେ ଉକ୍ତ ଖବର ଗାଁ ଗଣ୍ଡl ରେ ପହଂଚି ଲୋକ ମାନେ ଜାଣି ନଦୀ ଘାଟରେ ପହଂଚି ଖୋଜାଖୋଜି କଲେ, ଖବର ପାଇ ରାତି ୧୦.୩୦ ଘଟିକା ସମୟେ ଉକ୍ତ ଘଟଣା ସ୍ଥଳକୁ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନଭ ଦୋରା, ଆରଆଇ ନାରାୟଣ ମହାରଣା ଓ ତାଙ୍କ ଟିମ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ପହଂଚି ଦେଖନ୍ତି ଏଭକି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାଇ ଦୁଇଟି ଡ଼ଙ୍ଗା ବୁଢ଼ୀ ରେ ଏଗାର ଜଣଙ୍କ ଲୋକ ମଧ୍ୟରୁ ତିନି ଜଣ ପହଁରି ପହଁରି ଉଦ୍ଧାର ହୋଇଛନ୍ତି, ଜଣେ ତିନି ବର୍ଷର ଝିଅ ର ମୃତ ଦେହ ମିଳିଥିବା ବେଳେ ସାତ ଜଣ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜାଖୋଜି ଜାରି ରହିଛି। ଉକ୍ତ ସାତ ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଗୁଣ୍ଠାୱାଡା ଗ୍ରାମର ହୋଇଥିବା ବେଳେ ପାଞ୍ଚ ଜଣ କନ୍ଧଗୁଡ଼ା ଗ୍ରାମର ବୋଲି ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.