Home ଜିଲ୍ଲା ପରିକ୍ରମା ରାବଣ ତଳେ ପଡିବାରୁ ବାଳକ ଗୁରୁତର,ଜିଲା ମେଡିକାଲରେ ଭର୍ତି

ରାବଣ ତଳେ ପଡିବାରୁ ବାଳକ ଗୁରୁତର,ଜିଲା ମେଡିକାଲରେ ଭର୍ତି

140

ନୂଆପଡ଼ା-୮/୧୦-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲା କୋମନା ବ୍ଲକ କାଣ୍ଡେତରା ଗ୍ରାମରେ ରାବଣ ପୋଡି ବେଳେ ଏକ ଅଘଟଣ ଘଟିଛି । ମିଲିଥିବା ସୂଚନା ଅନୁସାରେ ଆଜି ସଂଧ୍ୟାରେ ବିଜୟା ଦଶମୀ ଉପଲକ୍ଷେ ପଡିଆରେ ରାବଣ ପୋଡିର ଆୟୋଜନ ଚାଲିଥିଲା । ଏକ ଟ୍ରାକ୍ଟର ଯୋଗେ ରାବଣଙ୍କ ପ୍ରତିକୂର୍ତିକୁ ନେଉଥିବା ବେଳେ ରାବଣ ପ୍ରତିକୁର୍ତି ତଳେ ପଡି ଯାଇଥିଲା ।ଫଳରେ ତଳେ ଖେଲୁଥିବା ସମୟରେ ଜଣେ ବାଳକ ଉପରେ ପଡିବାରୁ ବାଳକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ବାଳକ କାଣ୍ଡେତରା ଗ୍ରାମର ହୋଇଥିବା ବେଳେ ଆହତ ଅବସ୍ଥାରେ ବାଳକକୁ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.