Home ଅପରାଧ ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ୨ଟ୍ରକ ଗୋଟିଏ ବୋଲେରୋ ଗୋଟିଏ ବାଇକ୍ ନଗଦ ୧ଲକ୍ଷ ଟଙ୍କା...

ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ୨ଟ୍ରକ ଗୋଟିଏ ବୋଲେରୋ ଗୋଟିଏ ବାଇକ୍ ନଗଦ ୧ଲକ୍ଷ ଟଙ୍କା ଜବତ ସହ ୮ ଅଭିଯୁକ୍ତ ଗିରଫ

146

ବଡ଼ବିଲ ,ତା ୮ ଅକ୍ଟୋବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ରୁଗୁଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା । ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ଧରାପଡିଛନ୍ତି ଗ୍ୟାଙ୍ଗର ୮ ଜଣ ସଦସ୍ୟ । ଏଥିସହ ୨ଟି ଟ୍ରକ୍, ଗୋଟିଏ ବୋଲେରୋ, ନଗଦ ୧ଲକ୍ଷ ଟଙ୍କା ସହ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି । ଖବର ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ରୁଗୁଡ଼ି କାଟେସାହି ଜଙ୍ଗଲରୁ ଟ୍ରକରେ ମାଙ୍ଗାନିଜ୍ ବୋଝେଇ କରି ଚୋରା ଚାଲାଣ କରୁଥିବା ବେଳେ ରୁଗୁଡ଼ି ପୋଲିସ ଅଚାନକ ସଦଳବଳେ ଚଢ଼ାଉ କରି ଗାଡି ଓ ଟଙ୍କା ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏଥିସହ ସେମାନଙ୍କ ପାଖରୁ ୮ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବାର ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନେ କାଟେସାହିର ଅଜିତ ପାତ୍ର, ଝାଡ଼ଖଣ୍ଡ କିରିବୁରୁ ଟାଉନସିପ୍ ଅଞ୍ଚଳର ଏମଡି ରଫିକ୍ ଖାନ୍, ବିହାର ବକ୍ସର ଅଞ୍ଚଳର ବିବେକ କୁମାର ଯାଦବ, ବଡ଼ବିଲ ଆଜାଦ୍ ବସ୍ତିରେ ରହୁଥିବା ଝାଡ଼ଖଣ୍ଡ ନୂଆମୁଣ୍ଡି ଥାନା ଅଧିନସ୍ଥ ଡାଙ୍ଗୁଆପୋଷି ବଜାର ମହଲ୍ଲାର ଏମଡି ତାଜ୍ଜୁଦ୍ଦିନ୍ ଅନସାରୀ, ବଡ଼ବିଲ ଦାମୁ ହଟିଂର ଜୁନସ ଓରଫ୍ ଜୁନେସ ଲାକ୍ରା, ଗାଡ଼ା ହଟିଂର ଷ୍ଟିପେନ୍ ଡୁଙ୍ଗଡୁଙ୍ଗ୍ ଓରଫ୍ ମୋଟୁ, ସୁନ୍ଦରଗଡ଼ କୋଇଡ଼ା ଥାନା ପାନୁପୋଷି ଅଞ୍ଚଳର ଗୌର ଦାସ ଏବଂ ଜଗଦିଶ ଦାସ ବୋଲି ଜଣାପଡ଼ିଛି । ଏମାନେ ରୁଗୁଡ଼ି ଅଞ୍ଚଳରୁ ଚୋରା ମାଙ୍ଗାନିଜ, ପଶ୍ଚିମବଙ୍ଗର ଆସୋନସଲ୍ ଏବଂ ଦୂର୍ଗାପୁରକୁ ଚାଲାଣ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।





LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.