Home ଓଡ଼ିଶା ମାଛ ଧରିବାକୁ ଯାଇ ୩ ମତ୍ସ୍ୟଜୀବୀ ନିଖୋଜ

ମାଛ ଧରିବାକୁ ଯାଇ ୩ ମତ୍ସ୍ୟଜୀବୀ ନିଖୋଜ

89

ପାରାଦୀପ,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ମାଛଧରା ବୋଟ ଓଲଟି ୩ ମତ୍ସ୍ୟଜୀବୀ ନିଖୋଜ । ଏହି ଘଟଣା ପାରାଦୀପର ନେହେରୁ ବଙ୍ଗଳା ନିକଟରେ ଘଟିଥିବା ସୂଚନା ମିଳିଛି । ତେବେ ମତ୍ସ୍ୟଜୀବୀ ମାନେ ମାଛ ଧରି ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ, ଏହି ବୋଟରେ ମୋଟ ୫ ଜଣ ଥିଲେ । ଏବେ ୨ ଜଣ ଉଦ୍ଧାର ହୋଇଛନ୍ତି । ଆଉ ୩ ନିଖୋଜ । ସେମାନଙ୍କୁ ଖୋଜିବା ପାଇଁ ଏବେ ବି ଚେଷ୍ଟା ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.