Home ଓଡ଼ିଶା ରଜ ଉତ୍ସବକୁ ବିଦାୟ ଦେଇ ବସୁମତୀ ସ୍ନାନ କରି ମା ଧରିତ୍ରୀଙ୍କୁ ପୂଜିଲେ ମହିଳା ।

ରଜ ଉତ୍ସବକୁ ବିଦାୟ ଦେଇ ବସୁମତୀ ସ୍ନାନ କରି ମା ଧରିତ୍ରୀଙ୍କୁ ପୂଜିଲେ ମହିଳା ।

335

ମାଲକାନଗିରି, ୧୭ା୬ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବାରୁ ଲକଡାଉନ ପାଇଁ ସମଗ୍ର ରାଜ୍ୟରେ ରଜଉତ୍ସବ ଫିକାପଡି ଯାଇଥିବା ବେଳେ ଓଡିଆର ପରମ୍ପରାକୁ ବଜାଇ ରଖି କୋଭିଡ ନିୟମ ମାନି ସମାଜିକ ଦୂରତା ରକ୍ଷାକରାଯାଇ ମାଲକାନଗିରି ଜିଲ୍ଲାରେ ଗତ ତିନିଦିନ ଧରି ନିରାଡମ୍ବରରେ ପାଳିତ ହୋଇ ଯାଇଛି ଓଡିଆ ଙ୍କ ପବ ର୍ ରଜ ଉତ୍ସବ । ଏହା ଗତ କାଲି ଶେଷ ହେବା ପରେ ଆଜି ସକାଳୁ ରଜପବ ର୍କୁ ବିଦାୟ ଦେଇ ମାଲକାନଗିରି ସାହି ବସ୍ତିର ମହିଳାମାନେ ଘର ଦାଣ୍ଡରେ ପିଢା ଉପରେ ଶିଳ ପୁଆ, ଶିଳ ରଖି ବସୁମତୀସ୍ନାନ କରିବାସହ ନିକଟରେ ପରିବାକଟା ପନିକୀ,କୋଦାଳ, ସାବୁଳ, ଦା,କରୁଢି, ହଳ ଲଙ୍ଗଳ,ବିଭିନ୍ନ ଅପକରଣ ରଖି ମା ଧରିତ୍ରୀ ଙ୍କୁ ପୁଜାକରିଛନ୍ତି । ଶେଷ ରଜ ବାସି ଦିନ ଏହାକୁ କେହି ଭୁଇଁଶୀତଳା,ବସୁମତୀ ସ୍ନାନ,ବସୁମାତା ପୂଜା, ବସୁଧା ପୁଜା ବୋଲି କହିଥାନ୍ତି । ବର୍ଷତମାମ ଧରିତ୍ରୀ ମାତା ଉପରେ ପୃଥିବୀରେ ବସବାସକରୁଥିବା କିଟ ପତଙ୍ଗ ଠାରୁ ଆରମ୍ଭ କରି ପଷୁ,ପକ୍ଷୀ,ବିଭନ୍ନ ପ୍ରାଣୀ ଓ ମାନବସମାଜ ଚଳପ୍ରଚଳ ସହିତ କେତେ ଯେ ଧରଣୀମା ଙ୍କୁ କଷ୍ଟ ଦେଇଥାନ୍ତି । ତାଙ୍କୁ ସନ୍ତୁଷ୍ଟ କରିବାପାଇଁ ପ୍ରତି ବର୍ଷ ରଜ ଉତ୍ସବରେ ତନିଦିନ ଧରି ବସୁଧାଙ୍କୁ କେହି ଆଘାତ ଦେଇ ନଥାନ୍ତି କି ମାଟି ଖୋଳି ନଥାନ୍ତି । ରଜ ଶେଷ ହେବାପରେ ବିଦାୟ ଦେଇ ବସୁମାତାଙ୍କୁ ସନ୍ତୁଷ୍ଟ ଓ ଶୀତଳ କରିବା ପାଇଁ ଭୂଇଁଶୀତଳା ପବ ର୍ ପାଳି ଥାନ୍ତି ସାହିବସ୍ତିର ସଧବା ମହିଳା ଓ ବୋହୁ ମାନେ । ସକାଳୁ ଉଠି ଗାଧୋଇ ନିଜ ନିଜ ଘର ଆଗରେ ଲିପାପୋଛା କରି ମୁରୁଜ ପକାଇ ସେଥିରେ ପିଢା ଟିଏ ରଖିଥାନ୍ତି । ପିଢା ଉପରେ ଶିଳପୁଆ ତାନିକଟରେ ଶୀଳ ରଖା ଯାଇ କଳସ ବସା ଯାଇଥାଏ । ଶିଳପୁଆ ହଳଦି ମାଖି ଗାଧୋଇ ଦେଇ ଫୁଲ, ଚନ୍ଦନ ସିନ୍ଦୁର ଲଗାଯାଇଥାଏ । ନିକଟରେ ଆମ୍ବ ଡାଳୁଆ,ସୁଜି ଡାଳ,ଅଂଳା ଡାଳ,ଦୁବ ବରକୋଳିପତ୍ର ରଖା ଯାଇ ଭୋଗଲାଗା ଯାଇଥାଏ । ମହିଳା ମାନେ ଶଙ୍ଖ ବଜାଇ ହୁଳହୁଳି ପକାଇ ଶିଳପୁଆ କୁ ବନ୍ଦାଇ ବସୁମାତାଙ୍କୁ ପୁଜା କରିଥାନ୍ତି । ସହର ବସ୍ତିର ମହିଳା ମାନଙ୍କ ପରି ଏବେ ମାଲକାନଗିରି ଜିଲ୍ଲା ଗାଁ ଗହଳିର ଆଦିବାସୀ ମହିଳା,ଝିଅ ବହୁ ମାନେ ମଧ୍ୟ ବସୁମାତା ଙ୍କ ପୁଜା ଆରମ୍ଭକରିଦେଇଛନ୍ତି । ସେମାନେ କେବଳ ରଜ ଉତ୍ସବକୁ ବିଦାୟ ଦିଅନ୍ତି ନାହିଁ ଏହି ଭୂଇଁଶୀତଳା ପବ ର୍ରେ ଜମିରେ ଭଲଫସଲ ଅମଳହେବା, ପରିବାର ଓ ଗାଁ ମଧ୍ୟରେ ରୋଗ ବୈରାଗ ଦୁରହେବା ଗୃହପାଳିତ ପଶୁଙ୍କ ନିରୋଗ କାମନା କରି ଥାନ୍ତି । ତା ବ୍ୟତିତ ବର୍ଷାକୁ ସ୍ୱାଗତ ଜଣାଇ ବିଭିନ୍ନ ଗ୍ରାମରେ ଆଦିବାସୀ ମହିଳା ମାନେ ପାଳିଥାନ୍ତି ଏହି ନିଆରା ବସୁଧା ପୁଜା । ଗ୍ରାମର ସମସ୍ତ ଧାଙ୍ଗଡା ଓ ଧାଙ୍ଗିଡୀ(ଯୁବକ ଓ ଯୁବତୀ), ମହିଳା,ପୁରୁଷ ମାନେ ଏକତ୍ର ହୋଇ ବସୁମାତା ଙ୍କୁ ସନ୍ତୁଷ୍ଟ କରିବାପାଇଁ ନୁଆକୁଲାରେ ଅରୁଆଚାଉଳ, ଦୁବ, ଲିଆ,ଖଇ, ସିନ୍ଦୁର,ହଳଦୀ, ଗୋବର ନେଇ ଯାଇଥାନ୍ତି । ଗ୍ରାମର ଦିଶାରୀ ପୂଜାରି ଙ୍କ ସହିତ ଗ୍ରାମ ଠାକୁରାଣୀ ଓ ଡଙ୍ଗର ଦେବୀଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରି ଜମିରେ ଭଲଫସଲ ଅମଳ,ପରିବାରକୁ ସୁଖଶାନ୍ତିରେ ରଖି ଗାଁର ମଙ୍ଗଳ ସହିତ ପ୍ରଣୀମାନଙ୍କୁ ନିରୋଗରଖିବା କାମନା କରିଥାନ୍ତି । ନିଜ ନିଜ ଘର ଆଗରେ ସବୁଦିନେ ବସି ରୋଷେଇ କରୁଥିବା ପିଢା କୁ ଧୋଇ ସଫାକରି ସେଥିରେ ସିନ୍ଦୁର ,ଚନ୍ଦନ ଲଗାଇ ତାଉପରେ ଶିଳପୁଆ ଓ ପରିବାକଟା ପନିକୀ ରଖି ପୁଜା କରିଥାନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.