Home Coronavirus Outbreak ମନିଷ ସିସୋଦିଆ କରୋନା ଆକ୍ରାନ୍ତ ନୁହେଁ

ମନିଷ ସିସୋଦିଆ କରୋନା ଆକ୍ରାନ୍ତ ନୁହେଁ

101

ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ନୁହେଁ। ଅନେକ ମିଡ଼ିଆ ରିପୋର୍ଟ ପ୍ରକାଶ ପାଇବା ପରେ ଆପ (AAP) ପକ୍ଷରୁ ସ୍ପଷ୍ଟି କରଣ ଦିଆଯାଇଛି କି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ନୁହେଁ। ସେ ସମ୍ପୂର୍ଣ୍ଣ ସୁସ୍ଥ। ତେଣୁ କୌଣସି ର୍ୟୁମରକୁ ବିଶ୍ୱାସ କରନ୍ତୁ ନାହିଁ।

ସୂଚନାଯୋଗ୍ୟଯେ, ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜ୍ୱର ଏବଂ ଅକ୍ସିଜେନ କମ କାରଣରୁ ରାଜୀବଗାନ୍ଧୀ ସୁପର ସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ଏବଂ ଅମ୍ଳଜାନ ଅଭାବ ହେତୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ତାଙ୍କର କରୋନା ଚେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ଆଜି ଏହା ପଜିଟିଭ୍ ଆସିଛି ବୋଲି ସୂଚନା ମିଳିଛି। ସୋମବାର ରାତିରେ କରୋନା ଭଳି ଲକ୍ଷଣ ଦେଖାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଥିବା ସୂଚନା ମିଳିଛି।

ଏହା କିଛି ସମୟ ପୂର୍ବରୁ ଆମ୍ ଆଦମୀ ପାର୍ଟିର ବିଧାୟିକା ଆତିଶି କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ଏହା ପୂର୍ବରୁ ଜୁନ୍ ୯ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମାନ୍ୟ ଜ୍ୱର ଏବଂ ଗଳା ଯନ୍ତ୍ରଣା ଅଭିଯୋଗ କରିବା ପରେ କରୋନାଭାଇରସ୍ ଟେଷ୍ଟ କରାଯାଇଥିଲା ଏବଂ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା।

ମଙ୍ଗଳବାର ଦିନ ଦିଲ୍ଲୀରେ ୧, ୮୫୯ ଟି ନୂଆ କରୋନା ରିପୋର୍ଟ ହୋଇଥିବା ବେଳେ ଏଠାରେ ମୋଟ ସଂକ୍ରମଣ ସଂଖ୍ୟା ୪୪, ୦୦୦ ଅତିକ୍ରମ କରିଛି। ଏହା ସହ ମଙ୍ଗଳବାର ରାଜଧାନୀରେ ମହାମାରୀରୁ ମୃତ୍ୟୁ ସଂଖ୍ୟା ୧, ୮୩୭ କୁ ବୃଦ୍ଧି ପାଇଛି।

ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ ରେ ୯୩ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୮୫୯ ଟି ନୂତନ ସଂକ୍ରମଣ ରିପୋର୍ଟ ହୋଇଥିବା ଜଣାଯାଇଛି।

ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ ମହାମାରୀରେ ମୃତ୍ୟୁ ସଂଖ୍ୟା ୧୮୩୭ କୁ ବୃଦ୍ଧି ପାଇଛି ଏବଂ ମୋଟ ସଂକ୍ରମଣ ସଂଖ୍ୟା ୪୪, ୬୮୮ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.