Home ଜିଲ୍ଲା ପରିକ୍ରମା କୁଶଲେଶ୍ୱର ମହାପ୍ରଭୁଙ୍କ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ

କୁଶଲେଶ୍ୱର ମହାପ୍ରଭୁଙ୍କ ପତରପେଣ୍ଡି ଉତ୍ସବ ଅନୁଷ୍ଠିତ

178

ଖଡିଆଳ/ନୂଆପଡା-୦୬.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲ୍ଲା ଖଡିଆଳ ଇରିକେଶନ କଲୋନୀ ସ୍ଥିତ ଶ୍ରୀ ଶ୍ରୀ କୋଶଲେଶ୍ୱର ମହାଦେବଙ୍କ ବିବାହ ଉପଳକ୍ଷେ ପତରପେଣ୍ଡି ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ବତୀଙ୍କ ପିତାମାତା ପ୍ରତିନିଧିତ୍ୱ କରୁଥିବା ଦିଲ୍ଲିପ ତ୍ରିବେଦୀ ଓ ତାଙ୍କ ଧର୍ମପତ୍ନୀ ପ୍ରୀତି ତ୍ରିବେଦୀ ଓ ଶିବ ଙ୍କ ପିତାମାତା ପ୍ରତିନିଧିତ୍ୱ କରୁଥିବା ବଲ୍ଲଭ ଦାଶ ଓ ତାଙ୍କ ଧର୍ମପତ୍ନୀ କୁନ୍ତଳା ଦାଶ ଙ୍କ ମଧ୍ୟରେ ୧୦୮ ଟି ଶର୍ଗିପତ୍ର ପ୍ରଦାନ ପୁର୍ବକ ପତରପେଣ୍ଡି ବା ନିର୍ବନ୍ଧ ହୋଇଥିଲା। ଏହି ପତରପେଣ୍ଡି ଉତ୍ସବରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ବିଭୂତି ଭୁଷଣ ଦାଶ, ଏସଡିଓ ସୁଧିର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଜୟଦେବ ହୋତା, ବିଶିଷ୍ଠ ଶିଳ୍ପପତି ତଥା ଟ୍ରଷ୍ଟର ସମ୍ପାଦକ ଜୟନ୍ତ କୁମାର ଚଳାନ, କୋଷାଧ୍ୟକ୍ଷ କିର୍ତ୍ତନ ବେହେରା, ସଭ୍ୟ ଅନୁଗ୍ରହ ପ୍ରସାଦ ଶର୍ମା, ସହ ସମ୍ପାଦକ ମେଜର ଡ. ରାମଚନ୍ଦ୍ର ମିଶ୍ର, ଅମ୍ବିକା ପ୍ରସାଦ ତ୍ରିବେଦୀ, ପ୍ରଦୀପ କୁମାର ତ୍ରୀବେଦୀ ସମେତ ଅନାନ୍ୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ସୂଚନା ଥାଉକି ଶୁକ୍ରବାର ଶିତଳଶଷ୍ଠି ଅବସରରେ ଶିବ ପାର୍ବତୀ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.