Home କୋରାପୁଟ ଟଙ୍କା ପୈଠକରି ଦେଢବର୍ଷ ବିତିଲା; ଦୃଷ୍ଟି ଦେଉନି ବିଭାଗ, କ୍ଲଷ୍ଟର ବୋରୱେଲ ଅପେକ୍ଷାରେ ଚାଷୀ

ଟଙ୍କା ପୈଠକରି ଦେଢବର୍ଷ ବିତିଲା; ଦୃଷ୍ଟି ଦେଉନି ବିଭାଗ, କ୍ଲଷ୍ଟର ବୋରୱେଲ ଅପେକ୍ଷାରେ ଚାଷୀ

363

କୋରାପୁଟ ୦୬-୦୬-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ସରକାରଙ୍କ ଜଳନିଧୀ ଯୋଜନାରେ ଜମିରେ କ୍ଲଷ୍ଟରବୋରୱେଲ ଖୋଳାଗଲେ ସେମାନେ ଅଧିକ ଉପକୃତ ହେବେ, ଚାଷ ନିମନ୍ତେ ଜମିକୁ ଥିବା ଜଳ ସମସ୍ୟା ଦୂର ହେବ ଭାବି ଉଠା ଜଳ ସେଚନ ବିଭାଗର ପରାମର୍ଶରେ ବୈପାରିଗୁଡା ବ୍ଲକର ଚାଷି ବ୍ୟାଙ୍କରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସେୟାର୍ ମନି ଡିପୋଜିଟ୍ କରିଥିଲେ, କିନ୍ତୁ ଟଙ୍କା ପୈଠ କରିବାର ଦେଢବର୍ଷ ବିତି ଗଲାଣି ଅଥଚ ବିଭାଗ ବୋରୱେଲ୍ ଖୋଳିବାର ନାଁ ନେଉନି ବୋଲି ଅଭିଯୋଗ କରିଛନ୍ତି ବୈପାରିଗୁଡାର ୨୪୨ଜଣ ଚାଷି। ଜିଲାପାଳଙ୍କ ନିକଟରେ ଫରୋଦ ହୋଇ ଚାଷିମାନେ କହିଛନ୍ତି ଉଠା ଜଳ ସେଚନ ବିଭାଗ କେବଳ ପ୍ରତିଶୃତି ଗଡେଇ ନେଉଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଜଳନିଧୀ ଯୋଜନାରେ ବୈପାରିଗୁଡା ବ୍ଲକର ଚାଷିଙ୍କ ଜମିରେ ବୋରୱେଲ୍ ଖୋଳା ଯିବା ପାଇଁ ବିଭାଗର ପରାମର୍ଶରେ ବିପିଏଲ୍ ଚାଷି ୧୦ ହଜାର ଓ ଅଣ ବିପିଏଲ୍ ଚାଷି ୨୦ ହଜାର ଟଙ୍କା ଲେଖାଏଁ ୟୁନିଅନ୍ ବ୍ୟାଙ୍କ ଇଣ୍ଡିଆ କୋରାପୁଟ ଶାଖାରେ ୨୦୧୭ ଡିସେମ୍ବର ମାସରେ ପୈଠ କରିବା ସହ ଆବଶ୍ୟକୀୟ ସମସ୍ତ ଦଲିଲ ବିଭାଗୀୟ ସହକାରୀ ଯଂନ୍ତ୍ରୀଙ୍କ ନିକଟରେ ଦାଖଲ କରିଥିଲେ।ହେଲେ ଏହା ମଧ୍ୟରେ ଦେଢବର୍ଷ ବିତି ଗଲାଣି କିନ୍ତୁ ବୋରୱେଲ୍ ଖୋଳା ଯିବାର ନାଂ ଗନ୍ଧ ନାହିଁ। ଉଠା ଜଳସେଚନ ବିଭାଗ ନିର୍ବାହି ଯନ୍ତ୍ରୀଙ୍କୁ ଜମାଇଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉନି, ତେଣୁ ଚାଷିଙ୍କ ବୃହତ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଜିଲାପାଳ ହସ୍ତକ୍ଷେପ କରିବାକୁ ଚାଷି ନେତା ଜଗନ୍ନାଥ ଦାସ, ସମନାଥ ଦୋରାପାଡିଆ, ବଳରାମ କାଉଡିଆ, ବାସୁଦେବ କାଣ୍ଡିକି, ଶ୍ୟାମ ମାଛ, ଗୋକୁଳ ନାୟକ, ସୁଶୀଲ ବଡା, ଧନ କାଉଡିଆ, ଉମାକାନ୍ତ ପାଂଗୀ, ହେମନ୍ତ ନାୟକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.