Home ଓଡ଼ିଶା ଗଞ୍ଜେଇ ଚାଲାଣକାରୀ କାଉଡିଆମାନଙ୍କ ଆକ୍ରମଣରେ କନେଷ୍ଟବଳ ଆହତ, ପୁଲିସର ତଦନ୍ତ ଆରମ୍ଭ

ଗଞ୍ଜେଇ ଚାଲାଣକାରୀ କାଉଡିଆମାନଙ୍କ ଆକ୍ରମଣରେ କନେଷ୍ଟବଳ ଆହତ, ପୁଲିସର ତଦନ୍ତ ଆରମ୍ଭ

466

ମାଲକାନଗିରି, ୬ା୬(ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରାଚାଲାଣର ଭୁସ୍ୱର୍ଗ ପାଲଟିଛି। ଏହି ଚୋରାବେପାରି ମାନଙ୍କୁ ଧରିବା ପାଇଁ ପୁଲିସ ଡାଳେଡାଳେ ଗଲାବେଳକୁ ଚୋରା ବେପାରି ମାନେ ପତ୍ରେ ପତ୍ରେ ଯାଇ ପୁଲିସଙ୍କ ଯୋଜନାକୁ ପଣ୍ଡକରିଦେଉଛନ୍ତି। ଗଞ୍ଜେଇ ଚୋରାଚାଲାଣ କାରି କାଉଡିଆଙ୍କୁ ଧରିବାକୁ ଯାଇ ସେମାନଙ୍କ ଆକ୍ରମଣର ଶିକାର ହୋଇ ଜଣେ କନେଷ୍ଟବଳ ଗୁରୁତର ଭାବେ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲାକନଗିରି ଜିଲ୍ଲାସ୍ଥ ମାଥିଲି ଥାନା ଅଞ୍ଚଳରେ। ପୁଲିସ ଓ ଅବକାରି ବିଭାଗ ପକ୍ଷରୁ ଗତକିଛି ଦିନହେଲା ବିଭିନ୍ନ ସ୍ଥାନରେ ଚଢାଉକରି ଗାଡିସହିତ ଗଞ୍ଜେଇ ଜବତ କରି ଚୋରାବେପାରି ଙ୍କୁ ଗିରଫ କରୁଥିବାରୁ ଚୋରାଗଞ୍ଜେଇ ବେପାରି ମାନେ ଏବେ ଯାନବାହନରେ ଗଞ୍ଜେଇ ଚାଲାଣ ନକରି କାଉଡିଆ(ଭାରୁଆ)ମାନଙ୍କ ଦ୍ୱାରା ରାତ୍ରଅଧରେ ଗଞ୍ଜେଇ ଚାଲାଣକରୁଥିବାର ଜଣାପଡିଛି। କିଛିଗଞ୍ଜେଇ ଚୋରାବେପାରି କାଉଡିଆମାନଙ୍କ ଦ୍ୱାରା ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆଣି କୁଡୁମୁଲୁଗୁମ୍ମା ରାସ୍ତାହୋଇ ମାଥିଲି ଚାଉଳମେନ୍ଦି ବାଟେ ସାବେରୀ ନଦୀପାର ହୋଇ ଛତିଶଗଡକୁ ଚାଲାଣ କରିବାର ଖବର ପାଇଥିଲେ ପୁଲିସ, ମାଥିଲି ଥାନାସ୍ଥ ଚାଉଳମେନ୍ଦି ବଡାଗୁଡା ନଦୀଘାଟରେ ଗତକାଲି ରାତ୍ରରେ ସେମାନେ ଜଗିରହିଥିଲେ। ସେହି ରାସ୍ତାରେ ମଧ୍ୟରାତ୍ର ରେ ପ୍ରାୟ୧୫୦ରୁ ଉଦ୍ଦ ର୍କାଉଡିଆ ଗଞ୍ଜେଇ ଭାରବୋହି ନେଉଥିବାର ଦେଖି ସେମାନଙ୍କ ବାଟଓଗାଳିଥିଲେ ପୁଲିସ।ରାତ୍ରଅଧରେ କିଏ ବାଟ ଓଗାଳୁଛନ୍ତି କହି କାଉଡିଆ ମାନେ ଜଣେ ହୋମଗାର୍ଡଙ୍କୁ ଧରି ପିଟିବା ଆରମ୍ଭ କରିଦେଇଥିଲେ। ଏହା ଦେଖି ପାଖରେ ଥିବା ସମରା ଭୁମିଆ ନାମକ ଜଣେ କନେଷ୍ଟବଳ ସେମାନଙ୍କ କବଳରୁ ହୋମଗାର୍ଡଙ୍କୁ ଛଡାଇ ଆଣିବାରୁ ସେହି ଗଞ୍ଜେଇ ଚାଲାଣକାରି କାଉଡିଆ ମାନେ ଦଳବଦ୍ଧହୋଇ କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲେ। କମସଂଖ୍ୟକ ହୋମଗାର୍ଡ ଓ କନେଷ୍ଟବଳ ଥିବାରୁ ସେହି କାଉଡିଆ ମାନେ ସେମାନଙ୍କୁ ଆକ୍ରମଣକରି ରାତ୍ରର ଅନ୍ଧାର ଭିତରେ ଜଙ୍ଗଲରେ ଲୁଚି ପଳାଇଥିଲେ। ଏ ସଂପର୍କରେ ମାଥିଲି ଥାନକୁ ଜଣେ କନେଷ୍ଟବଳ ଫୋନ ଯୋଗେ ଜଣାଇବାରୁ ଘଟଣାସ୍ଥଳରେ ମାଥିଲି ଥାନାପୁଲିସ ପହଁଚି ଆହତ କନେଷ୍ଟବଳଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଉଦ୍ଧାରକରି ପ୍ରଥମେ ମାଥିଲି ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଗତକିଛି ମାସହେଲା ପୁଲିସ ପକ୍ଷରୁ ଯୋରଦାର ଖାନତଲାସି ଜାରି ରହି ଚୋରାଗଞ୍ଜେଇ ଚଲାଣକାରି ମାନଙ୍କୁ ଗିରଫକରା ଯାଉଥିବାରୁ ସେମାନେ ଦୁର୍ଗମ ଘଚଂଜଙ୍ଗଲ ପାଦଚଲା ରାସ୍ତାରେ ରାତ୍ରଅଧରେ କାଉଡିଆ ମାନଙ୍କ ଦ୍ୱାରା ଗଞ୍ଜେଇ ଚାଲାଣକରିବାର ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କ ଯୋଜନାକୁ ପଣ୍ଡକରି ସେମାନଙ୍କ ପିଛା କରିଥିଲେ।ଅଧିକ ସଂଖ୍ୟକ କାଉଡିଆ ଥିବାରୁ କନେଷ୍ଟବଳକୁ ଆକ୍ରମଣ କରି ଖସି ଯାଇଛନ୍ତି। ସେହି ଅଚଂଳ ଛତିଶଗଡ ସୀମାନ୍ତ ହୋଇଥିବାରୁ ସୀମାନ୍ତ ସିଲକରାଯାଇ ଘଟଣାସ୍ଥଳରେ ଏସଓଜି ଯବାନ, ଥାନାପୁଲିସ ଆଜି ସକାଳେ ସେହି ଜଙ୍ଗଲରେ ପହଁଚି ଯୋରଦାର କମ୍ବିଂ ଓ ସର୍ଚଅପରେସନ ଚଳାଇଛନ୍ତି। ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଚାଲିଛି, ସେହି ଆକ୍ରମଣକାରୀ ଗଞ୍ଜେଇ ଚାଲାଣକାରୀ କାଉଡିଆ ମାନଙ୍କୁ ଖୁବଶିଘ୍ର ଧରାଯିବ। ଗତ ୨୦୧୮ମସିହାରେ ଜିଲ୍ଲାର ବିଭିନ୍ନ ଥାନାରେ ୧୦୨ଟି ଗଞ୍ଜେଇ କେସ ରୁଜୁକରାଯାଇ ବେଆଇନ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୧୭୯ଜଣଙ୍କୁ ଗିରଫ କରାଯିବାସହିତ ୧୭, ୧୧୮କେଜିଗଞ୍ଜେଇ ଓ ୮୩ଟି ଗାଡି ଜବତ ହୋଇଛି। ଠିକ ସେହିପରି ୨୦୧୯ ମସିହା ଚଳତି ମାସ ସୁଦ୍ଧା ବିଭିନ୍ନ ଥାନାରେ ୪୫ଟି ଗଞ୍ଜେଇ କେସ ରୁଜୁକରାଯାଇ ବେଆଇନ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୬୮ଜଣଙ୍କୁ ଗିରଫ କରାଯିବାସହିତ ୮୧୯୬ କେଜିଗଞ୍ଜେଇ ସହ ୨୫ଟି ଗାଡି ଜବତ ହୋଇଛି ବୋଲି ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.